ସୁରକ୍ଷା ଖୋଜୁଛି ବାଘମାମୁଁ: ସଂଖ୍ୟା ବୃଦ୍ଧି ଉତ୍ସାହ ଭିତରେ ନୈରାଶ୍ୟ ଆଣିଛି ମୃତ୍ୟୁ

ଭୁବନେଶ୍ୱର,୪।୧(ବ୍ୟୁରୋ): ଆଈମା’ କାହାଣୀ ଶୁଣିବାବେଳେ ପିଲେ ଦୁଷ୍ଟ ହେଲେ ବାଘମାମୁ ଆସିବ କହି ଡରାଯାଏ। ଏବେ ସମୟ ବଦଳି ଯାଇଛି। ବାଘ ଛୁଆଟି କଥା ନ ମାନିଲେ ମଣିଷ ଆସିବ କହି କୋଳେଇ ନେଉଛି ବାଘ ମା’। ବାଘର ସବୁଜ ଘର ଉପରେ ଶିକାର, ରୋଗ, ପ୍ରଦୂଷଣ ସହ ମଣିଷ ପ୍ରତାରଣାର କଳାବାଦଲ ସତେ ଯେମିତି ବଡ଼ ବିପଦ ସାଜିଛି। ନିକଟରେ ଦେଶ ଓ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ରିପୋର୍ଟ ଉତ୍ସାହ ଆଣିଛି ସତ, ମୃତ୍ୟୁ କିନ୍ତୁ ନୈରାଶ୍ୟ ଭରିଦେଇଛି। ସତେ ଯେମିତି ମଣିଷ ବିପଦରୁ ରକ୍ଷା ପାଇବାକୁ ନୂଆ ରାଇଜ ଖୋଜୁଛି ବାଘମାମୁ।
ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର ବାଘ ସଂଖାକୁ ନେଇ ରିପୋର୍ଟ ପ୍ରକାଶ କରିବା ପରେ ଏମିତି ଚର୍ଚ୍ଚା ହେଉଛି। ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି(ଏନ୍‌ଟିସିଏ) ଏବଂ ୱାଇଲ୍ଡଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ) ପକ୍ଷରୁ ପ୍ରସ୍ତୁତ ଉକ୍ତ ରିପୋର୍ଟରେ ୨୦୧୬-୨୦୧୮ର ବାଘ ଗଣନା ସ୍ଥାନ ପାଇଥିଲା। ସାରା ଦେଶରେ ୧୨,୮୫୨ କଲରାପତରିଆ ବାଘ ଥିବା ଦର୍ଶାଯାଇଥିଲାବେଳେ ଓଡ଼ିଶାର ସଂଖ୍ୟା ୭୬୦ ଥିବା ଉଲ୍ଲେଖ ରହିଛି। ଏହା ପୂର୍ବରୁ ଅର୍ଥାତ୍‌ ୨୦୧୪-୨୦୧୬ ଗଣନାରେ ଭାରତରେ ଏହି ସଂଖ୍ୟା ୭,୯୧୦ ଥିବାବେଳେ ଓଡ଼ିଶାରେ ଥିଲା ୩୧୮। ଓଡ଼ିଶା ଭଳି ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ୧୦୦ ଗୁଣ ଅଧିକ ବୃଦ୍ଧି ଘଟିବା ଯଦିଓ ବନ ବିଭାଗକୁ ଉତ୍ସାହିତ କରିଛି, ଶିକାରଜନିତ ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଅଧିକ ବ୍ୟଥିତ କରିଛି। ଗତ କିଛିବର୍ଷ ଭିତରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଚଢ଼ାଉ କରି ବହୁ ବାଘ ଛାଲ ସହ ନଖ, ଦାନ୍ତ ଆଦି ଜବତ କରିଛି। ସେହିଭଳି ବନ ବିଭାଗ ଓ ସ୍ଥାନୀୟ ପୋଲିସ ମଧ୍ୟ କେତେକ କ୍ଷେତ୍ରରେ ଏଗୁଡ଼ିକୁ ଜବତ କରିଥିବା ଦେଖାଯାଇଛି। ଏସବୁ ଘଟଣାରେ ରାଜ୍ୟରେ ବାଘ ମୃତ୍ୟୁର ବାସ୍ତବ ସ୍ଥିତି ଜଣାପଡୁଛି। ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ରିପୋର୍ଟ ଅନୁସାରେ, ୨୦୧୬ ଜାନୁୟାରୀରୁ ୨୦୨୦ ଡିସେମ୍ବର ୨୮ ମଧ୍ୟରେ ୫୫ଟି କଲରାପତରିଆ ବାଘଛାଲ ଜବତ ହୋଇଥିବାବେଳେ ୧୦ ବାଘର ମୃତଦେହ ମିଳିଛି। ୨୦୧୬ରେ ୧୮ଟି ବାଘଛାଲ ଜବତ ହୋଇଥିବାବେଳେ ୨୦୧୭ରେ ୭, ୨୦୧୮ରେ ୨, ୨୦୧୯ରେ ୧୦ ଓ ୨୦୨୦ରେ ୧୮ ବାଘଛାଲ ମିଳିଛି। ସେହିପରି ୨୦୧୭ରେ ୧, ୨୦୧୯ରେ ୬ ଏବଂ ୨୦୨୦ରେ ୩ କଲରା ପତରିଆ ବାଘର ମୃତ୍ୟୁ ରିପୋର୍ଟ ହୋଇଥିବା ଡବ୍ଲ୍ୟୁଏସ୍‌ଓର ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତି ପ୍ରକାଶ କରିଛନ୍ତି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା, ସେପ୍ଟିସେମିଆ ରୋଗ, ଶିକାର ଯୋଗୁ ବାଘର ମୃତ୍ୟୁ ଘଟିଥିବା ବନ ବିଭାଗ ତରଫରୁ ରିପୋର୍ଟ ଦିଆଯାଇଥିବାବେଳେ ଆଉ କିଛି ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ଦର୍ଶାଯାଇଛି।
ବାଘ ମୃତ୍ୟୁକୁ ନେଇ ଆଉଏକ ଚାଞ୍ଚଲ୍ୟକର ତଥ୍ୟ ବି ପଦାକୁ ଆସୁଛି। ସୁରକ୍ଷା ଦାୟିତ୍ୱରେ ରହୁଥିବା କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ର଼୍ୟାକେଟ୍‌ରେ ଫସି ଏସବୁ ବାଘ ଆଖି ବୁଜିଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ବନ ବିଭାଗର କେତେଜଣ ଡିଏଫ୍‌ଓ, ରେଞ୍ଜର, ଫରେଷ୍ଟର, ଗାର୍ଡ, ଅତିରିକ୍ତ ପିସିସିଏଫ୍‌ ଶ୍ରେଣୀର ଅଧିକାରୀ ଦୁର୍ନୀତି ଅଭିଯୋଗରେ ଧରାପଡି ଜେଲ ଦଣ୍ଡ ଭୋଗୁଛନ୍ତି। ବନ୍ୟପ୍ରାଣୀଙ୍କୁ ବନ ବିଭାଗ ଠିକ୍‌ ସୁରକ୍ଷା ଦେଇପାରି ନ ଥିବା ଏଥିରୁ ସ୍ପଷ୍ଟ ହେଉଛି। ସାତକୋଶିଆରେ ବଡ଼ ଅଧିକାରୀଙ୍କ ଅପାରଗତା ଯୋଗୁ କୋଟି କୋଟି ଟଙ୍କାର ପ୍ରକଳ୍ପ ବନ୍ଦ ହେବା ସହ ମଧ୍ୟପ୍ରଦେଶରୁ ଆସିଥିବା ‘ମହାବୀର’ ମହାବଳ ବାଘର ଶିକାର ଓ ବାଘୁଣୀ ‘ସୁନ୍ଦରୀ’ ବନ୍ଦୀ ହୋଇରହିଛି। ସେହିପରି ଦେବ୍ରିଗଡ଼ରେ ମହାବଳ ବାଘ ଶିକାର ପରେ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଓ ସମ୍ବଲପୁର ଆର୍‌ସିସିଏଫ୍‌ ମହାବଳ ବାଘକୁ କଲରାପତରିଆ ବୋଲି ଦେଖେଇବାକୁ ବୃଥା ଚେଷ୍ଟା କରିବା ମଧ୍ୟ ୨୦୧୮ରେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏସବୁ ଘଟଣା ବାଘ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ବନ ବିଭାଗର ପୂର୍ବତନ ବରିଷ୍ଠ ରିସର୍ଚ୍ଚ ଅଫିସର ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ଲାଲା ଏ. କେ. ସିଂ କୁହନ୍ତି, ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଢିଲା କରୁଛି। ପୂର୍ବଭଳି ଷ୍ଟାଫ୍‌ମାନେ ଫିଲ୍ଡକୁ ଯାଉ ନାହାନ୍ତି। ଜଙ୍ଗଲରେ କ’ଣ ହେଉଛି ତାହା ଭଲରେ ଜାଣି ପାରୁନାହାନ୍ତି। ତେଣୁ ସ୍ଥାନୀୟ ବନ ଅଧିକାରୀ ସବୁବେଳେ ଷ୍ଟାଫ୍‌ଙ୍କୁ ଏପରି ଭାବେ ଜଙ୍ଗଲ କାମରେ ନିୟୋଜିତ କରାଇବା ଉଚିତ, ଯେପରି କି ସେମାନେ ଜଙ୍ଗଲରୁ ସବୁ ପ୍ରକାର ଖବର ନେଇ ଆସିବେ। ଏଥିପାଇଁ ପ୍ରତିଦିନ ଏକ ଡାଏରି ମେଣ୍ଟେନ ହେବା ଉଚିତ।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri