ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

ଆର.ଉଦୟଗିରି,୧୭ା୧୦(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି ଛେଳି ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ବନ ବିଭାଗ ଅସ୍ବୀକାର କରିଛି। ବାଘ ନୁହେଁ ବିଲୁଆ ଛେଳି ମାରିଥିବା ବିଭାଗ କହିଛି।

ଖବରରୁ ଜଣାପଡିଛି, ସୁଜୟ ବୁଧବାର ସନ୍ଧ୍ୟାରେ ନିଜର ୮ଟି ଛେଳି ଗୁହାଳରେ ବାନ୍ଧି ରଖିଥିଲେ। ପରିବାର ଲୋକେ ରାତିରେ ଶୋଇଥିବା ବେଳେ ପ୍ରାୟ ୯.୩୦ରେ ଏକ ବାଘ ନିକଟସ୍ଥ ଜଙ୍ଗଲରୁ ଗ୍ରାମକୁ ଆସି ସୁଜୟଙ୍କ ଗୁହାଳରେ ପଶି ବନ୍ଧା ହୋଇଥିବା ୮ଟି ଛେଳିକୁ ଆକ୍ରମଣ କରିଥିଲା। ଏହି ଶବ୍ଦ ଶୁଣି ପରିବାର ଲୋକେ ଉଠି ଗୁହାଳରେ ବାଘକୁ ଦେଖି ଘଉଡାଇଥିଲେ । ୮ଟି ଛେଳିରୁ ୨ଟି ଛେଳି ବାଘଖାଇ ଅଧା ଛାଡି ଚାଲି ଯାଇଥିଲା। ପରେ ବାଘଟି ଘୋଡାକଣ ଗ୍ରାମର ଇନ୍ଦ୍ରାବାସ କଲୋନିରେ ରହୁଥିବା ମନସି ରାଇକଙ୍କ ଗୁହାଳରେ ପଶି ଏକ ଛେଳି ନେଇ ମୁଖ୍ୟରାସ୍ତାରେ ଖାଇଥିଲା। ଗୁରୁବାର ଛେଳି ମାଲିକ ଏବିଷୟରେ ଆର. ଉଦୟଗିରି ବନ କର୍ମଚାରୀଙ୍କୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚତ୍ ଅନୁଧ୍ୟାନ କରି ଏହିସବୁ ଛେଳିକୁ ବାଘ ଆକ୍ରମଣ କରିନି ବିଲୁଆ ଆକ୍ରମଣ କରିଛି ବୋଲି କହିଥିଲେ। ଏହା ଶୁଣି ଛେଳି ମାଲିକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଏ ସମ୍ପର୍କରେ ଗ୍ରାମବାସୀ କହିଛନ୍ତି, ଗ୍ରାମରେ ବାଘ ପାଦଚିହ୍ନ ପଡିଛି। କିଛିଦିନ ତଳେ ବାଘ ଗ୍ରାମରୁ ଦୁଇଟି ଛେଳିକୁ ଗୁହାଳରୁ ନେଇ ଜଙ୍ଗଲରେ ମାରି ଖାଇଥିଲା। କିଛି ଦିନ ହେବ ଏହି ଗ୍ରାମ ଓ ଏହାର ଆଖପାଖ ଗ୍ରାମରୁ ଅନେକ ଛେଳି ବାଘ ମାରିଛି। ଏଥିପ୍ରତି ବନ ବିଭାଗ ଗୁରୁତ୍ୱ ନ ଦେଇ ବାଘ ବଦଳରେ ବିଲୁଆ ଆକ୍ରମଣ କରି ଛେଳି ମାରୁଥିବା କହୁଛି।

ଆଗାମୀ ଦିନରେ ଗ୍ରାମବାସୀ ଯଦି ବାଘ ଆକ୍ରମଣର ଶିକାର ହୁଅନ୍ତି ତେବେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ସମୟରେ ସୁଜୟ ବନ କର୍ମଚାରୀଙ୍କ ନିକଟରେ ଛେଳିର କ୍ଷତିପୂରଣ ଦାବି କରିଥିଲେ। ଏନେଇ ଆର. ଉଦୟଗିରି ରେଞ୍ଜର ଉମା ଶଙ୍କର ବିଷୋୟୀଙ୍କୁ ପଚାରିବାରୁ ସେ କହିଲେ, ଘୋଡାକଣ ଗ୍ରାମର କୌଣସି ଛେଳି ବାଘ ଖାଇନି। ଯେଉଁ ୩ ଛେଳିକୁ ବାଘ ଆକ୍ରମଣ କରିଛି ଗ୍ରାମବାସୀ କହୁଛନ୍ତି ସେମାନଙ୍କୁ ବାଘ ନୁହେଁ ବିଲୁଆ ଆକ୍ରମଣ କରିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦେବାର ବ୍ୟବସ୍ଥା ନାହିଁ। ତେବେ ଆଜି ରାତିରେ ବନକର୍ମଚାରୀ ଜଗିବେ ବୋଲି ବିଶୋୟୀ ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?