ମହାବଳ ଶିକାର, ଆଉ ଜଣେ ଗିରଫ

ବାରିପଦା ଅଫିସ/ଉଦଳା,୧୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ବିସିପୁର ଅଞ୍ଚଳରେ ମହାବଳ ବାଘ ଚମଡ଼ା ବିକ୍ରି ଅଭିଯୋଗରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ (ଏସ୍‌ଟିଏଫ୍‌) ଅନ୍ୟତମ ଅଭିଯୁକ୍ତ ଫାଗୁ ହାଁସଦା(୨୮)ଙ୍କୁ ଗିରଫ ପରେ ଗୁରୁବାର ଉଦଳା କୋର୍ଟ ଚାଲାଣ କରିଛି। ତାଙ୍କ ଘର ଦେବକୁଣ୍ଡ ନିକଟ ଶ୍ରୀଦାମଚନ୍ଦ୍ରପୁର ଗ୍ରାମରେ। ଅନ୍ୟପକ୍ଷରେ ଜବତ ବାଘ ଚମଡ଼ାଟି ଶିମିଳିପାଳ

ଅଭୟାରଣ୍ୟ ମହାବଳ ବାଘର ବୋଲି ଓୟୁଏଟି ରିପୋର୍ଟ ଦେଇଛି। ଅନ୍ୟପକ୍ଷରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ପିସିସିଏଫ୍‌) ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଗୁରୁବାର ଶିମିଳିପାଳ ଅଭୟାରଣ୍ୟକୁ ପଠାଇଛନ୍ତି। ତେବେ ଚଢ଼ାଉ ସମୟରେ ଚମଡ଼ା ସହ ଧରାପଡ଼ିଥିବା ଫାଗୁଙ୍କୁ ଏସ୍‌ଟିଏଫ୍‌ ପ୍ରଥମେ ଦୋଷୀ ଚିହ୍ନଟ ନ କରି ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁୁ ଗିରଫ ଦେଖାଇବା ନେଇ ସନ୍ଦେହ ଉପୁଜିଛି। ବନବିଭାଗକୁ ସୁରକ୍ଷା ଦେବା ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ବାଘ ଚମଡ଼ା ଜବତ ବାବଦରେ ଏସ୍‌ଟିଏଫ୍‌କୁ ସୂଚନା ଦେଇଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଶିକାରୀମାନେ ଏକ ମହାବଳ ବାଘ ଚମଡ଼ା ବିକ୍ରି କରିବା ନେଇ ଗ୍ରାହକ ଖୋଜୁଥିବା ସମ୍ପର୍କରେ ଜାଣି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଆଚାର୍ଯ୍ୟ ସେମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ସହ ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ମଙ୍ଗଳବାର ରାତି ୨ଟା ସମୟରେ ବାରିପଦା-ଉଦଳା ରାସ୍ତାର ବିସିପୁର ଛକଠାରେ ଏସ୍‌ଟିଏଫ୍‌ ଟିମ୍‌ ଜଗି ରହିଥିଲା। ବାଘ ଚମଡ଼ା ବିକ୍ରି ପାଇଁ ୩ଜଣ ଏକ ବାଇକ୍‌ରେ ଆସିଥିବା ବେଳେ ଏସ୍‌ଟିଏଫ୍‌ର କର୍ମଚାରୀ ଫାଗୁଙ୍କୁ କାବୁ କରିବା ସହ ଚମଡ଼ା ଜବତ କରିଥିଲେ। ଅନ୍ୟ ୨ ଜଣ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ। ବୁଧବାର ଅପରାହ୍ନରେ ଖସି ପଳାଇଥିବା ମୂଷାଖାଇ ଗ୍ରାମର ଦେବାଶିଷ ପାତ୍ରଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରି ଭୁବନେଶ୍ୱର କାର୍ଯ୍ୟାଳୟକୁ ନେଇଯାଇଥିଲେ। ସେଠାରେ ପ୍ରଥମେ ଧରାପଡ଼ିଥିବା ଫାଗୁଙ୍କୁ ଗିରଫ ନ ଦର୍ଶାଇ ଦେବାଶିଷଙ୍କଠାରୁ ବାଘ ଚମଡ଼ା ଜବତ ହୋଇଥିବା ପ୍ରକାଶ କରିଥିଲେ। ଫାଗୁଙ୍କଠାରୁ ବାଘ ଚମଡ଼ା ଜବତ ସମୟରେ ଭାନୁମିତ୍ର ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀମାନେ ଉପସ୍ଥିତ ଥିଲେ। ତେବେ ଫାଗୁଙ୍କ ବଦଳରେ ଦେବାଶିଷଙ୍କୁ କାହିଁକି ପ୍ରଥମ ଗିରଫ ଦର୍ଶାଗଲା ତାହା ସମସ୍ତଙ୍କୁ ଚକିତ କରିଛି। ବନବିଭାଗକୁ ସୁରକ୍ଷା ଦେବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ପ୍ରାଣୀପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି। ଗିରଫ ଫାଗୁଙ୍କ ନିକଟରେ ଅନ୍ୟ ଏକ ମହାବଳ ଓ କଲରାପତରିଆ ବାଘ ଚମଡ଼ା ସହ ୮ କେ.ଜି. ଓଜନର ହାତୀ ଦାନ୍ତ ରହିଥିବା ନେଇ ଡିଲ୍‌ ବେଳେ ଜଣାପଡ଼ିଥିଲା। ମହାବଳ ବାଘ ଶିକାରରେ ଅନ୍ୟ କେଉଁମାନେ ଜଡ଼ିତ ରହିଛନ୍ତି, ତା’ର ତଦନ୍ତ ପାଇଁ ପିସିସିଏଫ୍‌ର ଏକ ଟିମ୍‌ ଶିମିଳିପାଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ତେବେ ଫାଗୁଙ୍କ ନିକଟରେ ଥିବା ଅନ୍ୟ ଚମଡ଼ା ଜବତ କରିବାରେ ବିଭାଗ ସଫଳ ହେଉଛି ନା ଅପାରଗତାକୁ ଢାଙ୍କିବା ପାଇଁ ପ୍ରୟାସ କରୁଛି ତାହା ଦେଖିବାକୁ ବାକି ରହିଲା। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଫାଗୁ ହାଁସଦା ପୂର୍ବରୁ ମଧ୍ୟ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଗିରଫ ହୋଇଥିଲେ। ବର୍ଷକ ପୂର୍ବେ ହାତୀଦାନ୍ତ ବିକ୍ରି ବେଳେ ତାଙ୍କୁ ବନବିଭାଗ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri