ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ: ଗର୍ଭାଶୟ ସଂକ୍ରମଣ ଚିକିତ୍ସା ବେଳେ ହୃଦ୍‌ଘାତରେ ମୃତ୍ୟୁ

ସମ୍ବଲପୁର, ୬।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଗର୍ଭାଶୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ଏହି ୭ ବର୍ଷୀୟା ବାଘୁଣୀର ମୃତ୍ୟୁ ଘଟିଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ଗୁରବାର ସୂଚନା ଦେଇଛନ୍ତି। ବନଖଣ୍ଡ ଅଧିକାରୀ ଦାସଙ୍କ ସୂଚନା ଅନୁସାରେ ବାଘୁଣୀ ରାଣୀ ବୁଧବାର ଦିନତମାମ ସକ୍ରିୟ ରହି ବୁଲାଚଲା କରୁଥିବା ବେଳେ ସନ୍ଧ୍ୟାରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତା’ର ଜନନେନ୍ଦ୍ରିୟରୁ ପୂଯ ନିର୍ଗତ ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା ଆରମ୍ଭ କରି ୩ଟି ସଂକ୍ରମଣ ନିରୋଧକ ଇଞ୍ଜେକଶନ ଦେଇଥିଲେ। ପରବର୍ତ୍ତୀ ସମୟରେ ରାଣୀର ରକ୍ତବାନ୍ତି ହୋଇଥିଲା ଓ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥିଲା। ତେବେ ଚିକିତ୍ସକଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲା ରାଣୀ। ଗୁରୁବାର ସକାଳେ ଚିଡ଼ିଆଖାନା ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମିଳିତ ଭାବେ ରାଣୀର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଶାରୀରିକ ସମ୍ପର୍କ ଯୋଗୁ ଗଭାଶୟ ସଂକ୍ର୍ରମଣଜନିତ କାରଣରୁ ରାଣୀ ଅସୁସ୍ଥ ହୋଇଥିଲା। ଚିକିତ୍ସା ସମୟରେ ବାନ୍ତି ହେବା ଯୋଗୁ ହୃଦ୍‌ଘାତରୁ ବାଘୁଣୀର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ଦାସ। ବ୍ୟବଚ୍ଛେଦ ପରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ ବିଭାଗ, ପ୍ରାଣୀ ଉଦ୍ୟାନ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ରାଣୀର ସଂସ୍କାର କରାଯାଇଛି ବୋଲି ସେ କହିଛନ୍ତି।

୨୦୨୩ ନଭେମ୍ବର ୫ ତାରିଖରେ ନୂଆପଡ଼ାରୁ ଧରା ହୋଇଥିବା ୮ବର୍ଷୀୟା ମଣିଷଖିଆ କଲରାପତରିଆ ବାଘ (ରାଜା)କୁ ସମ୍ବଲପୁର ଚିଡିଆଖାନା ଅଣାଯାଇଥିଲା। କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ(ନୂଆଦିଲ୍ଲୀ)ର ଅନୁମତିକ୍ରମେ ୮ ମାସ ସଙ୍ଗରୋଧ କରାଯାଇ ଚିକିତ୍ସା କରାଯାଇଥିଲା। ପରେ ଗତ ନଭେମ୍ବର ୯ରେ ରାଜାକୁ ଏଠାରେ ପୂର୍ବରୁ ଥିବା ମାଈ କଲରାପତରିଆ ବାଘୁଣୀ (ରାଣୀ)ସହିତ ଛଡ଼ା ଯାଇଥିଲା। ଏଠାରେ ସ୍ବତନ୍ତ୍ରଭାବେ ନିର୍ମିତ ଏକ ପ୍ରଶସ୍ତ ଗ୍ଲାସ୍‌-ଭ୍ୟୁ ଏନକ୍ଲୋଜର(କାଚ ପଞ୍ଜୁରି)ରେ ଉଭୟଙ୍କୁ ଏକାଠି ହେବାକୁ ଛଡ଼ାଯାଇଥିଲା। ସିସି ଟିଭିରେ ବନ ବିଭାଗ ପକ୍ଷରୁ ଉଭୟଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖାଯାଇଥିଲା। ଉଭୟ ଏକାଠି ହୋଇ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ଡିସେମ୍ବର ତୃତୀୟ ସପ୍ତାହରେ ରାଣୀର ଗର୍ଭ ଧାରଣ ସ୍ଥିତି ଯାଞ୍ଚ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏଥି ପୂର୍ବରୁ ରାଣୀର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?