ଚିଡ଼ିଆଖାନାରେ ବାଘୁଣୀର ମୃତ୍ୟୁ: ଗର୍ଭାଶୟ ସଂକ୍ରମଣ ଚିକିତ୍ସା ବେଳେ ହୃଦ୍‌ଘାତରେ ମୃତ୍ୟୁ

ସମ୍ବଲପୁର, ୬।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଗର୍ଭାଶୟ ସଂକ୍ରମଣଜନିତ ରୋଗରେ ପୀଡ଼ିତ ହୋଇ ଏହି ୭ ବର୍ଷୀୟା ବାଘୁଣୀର ମୃତ୍ୟୁ ଘଟିଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ଗୁରବାର ସୂଚନା ଦେଇଛନ୍ତି। ବନଖଣ୍ଡ ଅଧିକାରୀ ଦାସଙ୍କ ସୂଚନା ଅନୁସାରେ ବାଘୁଣୀ ରାଣୀ ବୁଧବାର ଦିନତମାମ ସକ୍ରିୟ ରହି ବୁଲାଚଲା କରୁଥିବା ବେଳେ ସନ୍ଧ୍ୟାରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତା’ର ଜନନେନ୍ଦ୍ରିୟରୁ ପୂଯ ନିର୍ଗତ ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା ଆରମ୍ଭ କରି ୩ଟି ସଂକ୍ରମଣ ନିରୋଧକ ଇଞ୍ଜେକଶନ ଦେଇଥିଲେ। ପରବର୍ତ୍ତୀ ସମୟରେ ରାଣୀର ରକ୍ତବାନ୍ତି ହୋଇଥିଲା ଓ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥିଲା। ତେବେ ଚିକିତ୍ସକଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲା ରାଣୀ। ଗୁରୁବାର ସକାଳେ ଚିଡ଼ିଆଖାନା ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମିଳିତ ଭାବେ ରାଣୀର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଶାରୀରିକ ସମ୍ପର୍କ ଯୋଗୁ ଗଭାଶୟ ସଂକ୍ର୍ରମଣଜନିତ କାରଣରୁ ରାଣୀ ଅସୁସ୍ଥ ହୋଇଥିଲା। ଚିକିତ୍ସା ସମୟରେ ବାନ୍ତି ହେବା ଯୋଗୁ ହୃଦ୍‌ଘାତରୁ ବାଘୁଣୀର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ଦାସ। ବ୍ୟବଚ୍ଛେଦ ପରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ ବିଭାଗ, ପ୍ରାଣୀ ଉଦ୍ୟାନ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ରାଣୀର ସଂସ୍କାର କରାଯାଇଛି ବୋଲି ସେ କହିଛନ୍ତି।

୨୦୨୩ ନଭେମ୍ବର ୫ ତାରିଖରେ ନୂଆପଡ଼ାରୁ ଧରା ହୋଇଥିବା ୮ବର୍ଷୀୟା ମଣିଷଖିଆ କଲରାପତରିଆ ବାଘ (ରାଜା)କୁ ସମ୍ବଲପୁର ଚିଡିଆଖାନା ଅଣାଯାଇଥିଲା। କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ(ନୂଆଦିଲ୍ଲୀ)ର ଅନୁମତିକ୍ରମେ ୮ ମାସ ସଙ୍ଗରୋଧ କରାଯାଇ ଚିକିତ୍ସା କରାଯାଇଥିଲା। ପରେ ଗତ ନଭେମ୍ବର ୯ରେ ରାଜାକୁ ଏଠାରେ ପୂର୍ବରୁ ଥିବା ମାଈ କଲରାପତରିଆ ବାଘୁଣୀ (ରାଣୀ)ସହିତ ଛଡ଼ା ଯାଇଥିଲା। ଏଠାରେ ସ୍ବତନ୍ତ୍ରଭାବେ ନିର୍ମିତ ଏକ ପ୍ରଶସ୍ତ ଗ୍ଲାସ୍‌-ଭ୍ୟୁ ଏନକ୍ଲୋଜର(କାଚ ପଞ୍ଜୁରି)ରେ ଉଭୟଙ୍କୁ ଏକାଠି ହେବାକୁ ଛଡ଼ାଯାଇଥିଲା। ସିସି ଟିଭିରେ ବନ ବିଭାଗ ପକ୍ଷରୁ ଉଭୟଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖାଯାଇଥିଲା। ଉଭୟ ଏକାଠି ହୋଇ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ଡିସେମ୍ବର ତୃତୀୟ ସପ୍ତାହରେ ରାଣୀର ଗର୍ଭ ଧାରଣ ସ୍ଥିତି ଯାଞ୍ଚ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏଥି ପୂର୍ବରୁ ରାଣୀର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି, ମୋହନ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ୱର,୧୫।୧: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଭାଜପା ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ...

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri