ଟ୍ରାକିଂ କ୍ୟାମେରାରେ କଏଦ କଲରାପତରିଆ ବାଘ

ନୂଆପଡ଼ା ଅଫିସ,୨୫।୩: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ଗାଁ ଓ ପାହାଡତଳି ଗାଁରେ ଗତ ୩ ସପ୍ତାହରୁ ଊର୍ଦ୍ଧ୍ୱ ହେବ ବାଘ ଆତଙ୍କ ଲାଗି ରହିଛି। ବାଘର ଫଟୋ ଟ୍ରାକ କରିବା ପାଇଁ ବନ ବିଭାଗ ପକ୍ଷରୁ ଟ୍ରାକିଂ କ୍ୟାମେରା ଲଗାଇ ଥିଲେ ମଧ୍ୟ ବାଘର ଫଟୋ ଟ୍ରାକ ହେଉ ନ ଥିଲା। ବନ ବିଭାଗ କେବଳ ବାଘର ପାଦ ଚିହ୍ନ ଠାବ କରିିଥିଲା। ହେଲେ ଶୁକ୍ରବାର ନୂଆପଡ଼ା ସଦର ବ୍ଲକ ମୁସରଙ୍ଗି ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲରେ ଲାଗିଥିବା ଟ୍ରାକ କ୍ୟାମେରା ବାଘର ଫଟୋ କଏଦ ହୋଇଥିବା ସୂଚନା ମିଳିଛି।
ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗ୍ରାମରେ ଜଣେ ମଣିଷ, ଦୁଇଟି ବାଛୁରି ଓ ଗୋଟିଏ କୁକୁର ଖାଇବା ପରେ ବନ ବିଭାଗ ୧୦ଟି ଟ୍ରାକିଂ କ୍ୟାମେରା ଲଗାଇ ବିଫଳ ହୋଇଛନ୍ତି। ଟ୍ରାକିଂ କ୍ୟାମେରାରେ ବାଘ ଟ୍ରାକ ହେଉ ନ ଥିବାରୁ କ୍ୟାମେରାର ସ୍ଥାନ ପରିବର୍ତ୍ତନ କରିଛନ୍ତି। ବାଘ ଗାଁ ଚାରି ପାଖରେ ବୁଲୁଛି। କ୍ୟାମେରାରେ ଫଟୋ ଟ୍ରାକ ନ ହେବାରୁ ବନପ୍ରାଣୀ ବିଭାଗ ନାକେଦମ ହୋଇ ଗଲେଣି। ବାଘ ଗାଁ ଚାରି ପାଖରେ ଗର୍ଜନ କରୁୁଥିବାରୁ ଲୋକେ ଆହୁରି ଭୟଭୀତ ଅଛନ୍ତି। କେବଳ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି। ସେହିପରି ଅଭୟାରଣ୍ୟର ପାଦଦେଶରେ ଥିବା ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆଜକୁ ପ୍ରାୟ ୩ ସପ୍ତାହ ହେବ ବାଘ ଆତଙ୍କ ଲାଗି ରହିଛି। ଗୁରୁବାର ଜଙ୍ଗଲରେ ଆଉ ଗୋଟିଏ ବାଛୁରି ମାରିଥିବା ଅଭିଯୋଗ ହୋଇଛି। ମୁସରଙ୍ଗୀ ସଂରକ୍ଷିତ ଅଞ୍ଚଳରେ ଥିବା ୧୦ରୁ ଊର୍ଦ୍ଧ୍ୱ ଗାଁ ଲୋକେ ଭୟଭୀତ ଅଛନ୍ତି। ସେମାନେ ବାଘୁଣୀ ସହିତ ଛୁଆ ମଧ୍ୟ ରହିଥିବା ଦେଖିଛନ୍ତି। ଜଲମଡେଇ ଗାଁରେ ୧୫ ଦିନରୁ ଊର୍ଦ୍ଧ୍ୱ ହେିବ ବନ୍ୟପ୍ରାଣୀ ବିଭାଗ ବାଘର ଟେର ପାଉ ନ ଥିବା ବେଳେ ନୂଆପଡା ସଦର ବ୍ଲକ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାକିଂ କ୍ୟାମେରାରେ କଲରାପତରିଆ ବାଘର ଫଟୋ କଏଦ ହୋଇଥିବା ନୂଆପଡା ସଦର ରେଞ୍ଜର ବିନିତା ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri