Posted inଫୁରସତ

ଶୁନ୍‌ଶାନ୍‌ ଜଙ୍ଗଲରେ ବାଘକୁ ଦେଖି ଦୁଇ ଗୋଡ ଟେକି ଛିଡ଼ା ହେଲା ଭାଲୁ; ପରେ ଯାହା ହେଲା ଦେଖିଲେ…

ଯେତେବେଳେ ମଣିଷ ଆଉ ପଶୁ ମୁହାଁମୁହିଁ ହୋଇଥାନ୍ତି ସେତେବେଳେ କ’ଣ ପରିଣାମ ହେବ ତାହା ସହଜେ ଅନୁମେୟ। ହେଲେ ଯେତେବେଳେ ଦୁଇଟି ପଶୁ ମୁହାଁମୁହିଁ ହୋଇଥାନ୍ତି, ତେବେ ସ୍ଥିତି କ’ଣ ହେବ ତାର କଳ୍ପନା କରିବା ଅସମ୍ଭବ। ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବାଘ ସହ ଭାଲୁ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ପରେ ଯାହା ହେଉଛି ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ।

ଭାଇରାଲ ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ(ଆଇଏଫ୍‌ଏସ୍‌) ଅଧିକାରୀ ସନ୍ଦୀପ ତ୍ରିପାଠୀ ଶେୟାର କରିଛନ୍ତି। ଭିଡିଓରେ ଶୁନଶାନ ଜଙ୍ଗଲରେ ଏକ ବାଘକୁ ଦେଖିବାକୁ ମିଳୁଛି। କିଛି ସମୟ ପରେ ତା ପଛେ ପଛେ ଏକ ଭାଲୁ ଆସୁଛି। ବାଘ ତାହା ଜାଣିପାରୁଛି। ଯେମିତି ବାଘ ପଛକୁ ଚାହିଁଛି ଭାଲୁକୁ ଦେଖି ଡରି ଯାଉଛି। ସେଠାରେ ସେ ଛିଡ଼ା ହୋଇ ରହୁଛି। ଅପରପକ୍ଷେ ବାଘକୁ ଦେଖି ଭାଲୁ ଦୁଇ ଗୋଡ ଟେକି ଛିଡ଼ା ହୋଇଯାଉଛି। ମାତ୍ର ବାଘ କିଛି ପ୍ରତିକ୍ରିୟା ନ ଦେଇ ଚୁପ୍‌ଚାପ ବସିଯାଉଛି। ଭାଲୁ ଏଣେତେଣେ ଦେଖିବାକୁ ଲାଗୁଛି। ସେତିକିବେଳେ ତାର ନଜର ଭିଡିଓ କରୁଥିବା କିଛି ଲୋକଙ୍କ ଉପରେ ପଡୁଛି। ମଣିଷମାନଙ୍କୁ ଦେଖି ଭାଲୁ କିଛି ନ କରି ସେଠାରୁ ଚାଲିଯାଉଛି।

ଭିଡିଓଟି ଏବେ ବେଶ୍‌ ଭାଇରାଲ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଏହାକୁ ଦେଖିସାରିଛନ୍ତି। ଅନେକ ଲୋକ ଏଥିରେ କମେଣ୍ଟ କରୁଛନ୍ତି। କିଛି ଜଙ୍ଗଲରେ ସାବଧାନ ରହିବା ଆବଶ୍ୟକ ବୋଲି କହୁଥିବା ବେଳେ କିଛି ‘ଆଜି ନୁହେଁ, ଆଉ କେବେ’ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ସାଜିଛି ମୃତ୍ୟୁଯନ୍ତା

ଚେନ୍ନାଇ: ପ୍ଲାଷ୍ଟିକ ଦ୍ରବ୍ୟ ସହ ପଲିଥିନ୍‌ର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ନଷ୍ଟ ହେଉଛି ବୋଲି ଭାବିବା ଠିକ୍‌ ନୁହେଁ। ଏହାଦ୍ୱାରା ପ୍ରାଣୀଜଗତ ମଧ୍ୟ...

ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌: ଜାଣନ୍ତି କି ୨୨ ଦିନରେ ହୋଇଛି କେତେ ଥର ଡାଉନଲୋଡ

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌ର ଲୋକପ୍ରିୟତା ଏବେ ବଢ଼ିଚାଲିଛି। ଏହି ଭାରତୀୟ ଆପ୍‌ ଗତ ୨୨ ଦିନ...

ସାମୁଦ୍ରିକ ଘାସରୁ ତିଆରି ହୋଇଛି ଏହି ଘର, ମିଳୁଛି ପ୍ରଚୁର ଅମ୍ଳଜାନ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀ ଭିତରେ ଗତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଭୂକମ୍ପ ଏବଂ ବନ୍ୟା ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ...

କଏଦୀଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ମହିଳା ପୋଲିସ, ପ୍ରତିବଦଳରେ ନେଇଛନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୧ା୩: କଏଦୀମାନଙ୍କୁ କିପରି ଜେଲ୍‌ ଭିତରକୁ ମୋବାଇଲ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭିତରେ ଥାଇ ଅପରାଧ ଦୁନିଆରେ ଆତଙ୍କ ସୃଷ୍ଟି କରୁଛନ୍ତି, ତାହା ବହୁବାର...

ଏହି ପ୍ରାଣିକୁ ଡରିଲା ବାଘ, ଜଙ୍ଗଲରେ ଦୌଡ଼ିଲା ଜୀବନ ନେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କେହି ନାହିଁ ଯାହାର, ଆମେ ଅଛୁ ତାହାର

କୁହାଯାଏ ବନ୍ଧୁ ସିଏ, ଯିଏ ରାଜଦ୍ୱାରରୁ ଶ୍ମଶାନ ପର୍ଯ୍ୟନ୍ତ ସାଥିରେ ଛିଡ଼ା ହୋଇଥାଏ। ହେଲେ କରୋନା କିନ୍ତୁ ବଦଳାଇ ଦେଇଛି ସବୁ ସମ୍ପର୍କର ସଂଜ୍ଞା। ସାଧାରଣତଃ...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଲକ୍ଷେ ଟଙ୍କା ଖର୍ଚ୍ଚ କରି ନିଜେ ନିଜକୁ ବିବାହ କଲେ ଏହି ଯୁବତୀ, ଉତ୍ତରରେ କହିଲେ…

ବିବାହକୁ ନେଇ ଯୁବତୀମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ସାରା ଜୀବନ ସାଥୀଙ୍କ ହାତ ଧରି ବିତିଯାଉ ବୋଲି ସେମାନେ ଚାହିଁଥାନ୍ତି। ହେଲେ ଅନେକ ସମୟରେ ବିବାହକୁ...

Advertisement
Archives

Model This Week