Posted inଫୁରସତ

ଶୁନ୍‌ଶାନ୍‌ ଜଙ୍ଗଲରେ ବାଘକୁ ଦେଖି ଦୁଇ ଗୋଡ ଟେକି ଛିଡ଼ା ହେଲା ଭାଲୁ; ପରେ ଯାହା ହେଲା ଦେଖିଲେ…

ଯେତେବେଳେ ମଣିଷ ଆଉ ପଶୁ ମୁହାଁମୁହିଁ ହୋଇଥାନ୍ତି ସେତେବେଳେ କ’ଣ ପରିଣାମ ହେବ ତାହା ସହଜେ ଅନୁମେୟ। ହେଲେ ଯେତେବେଳେ ଦୁଇଟି ପଶୁ ମୁହାଁମୁହିଁ ହୋଇଥାନ୍ତି, ତେବେ ସ୍ଥିତି କ’ଣ ହେବ ତାର କଳ୍ପନା କରିବା ଅସମ୍ଭବ। ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବାଘ ସହ ଭାଲୁ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ପରେ ଯାହା ହେଉଛି ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ।

ଭାଇରାଲ ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ(ଆଇଏଫ୍‌ଏସ୍‌) ଅଧିକାରୀ ସନ୍ଦୀପ ତ୍ରିପାଠୀ ଶେୟାର କରିଛନ୍ତି। ଭିଡିଓରେ ଶୁନଶାନ ଜଙ୍ଗଲରେ ଏକ ବାଘକୁ ଦେଖିବାକୁ ମିଳୁଛି। କିଛି ସମୟ ପରେ ତା ପଛେ ପଛେ ଏକ ଭାଲୁ ଆସୁଛି। ବାଘ ତାହା ଜାଣିପାରୁଛି। ଯେମିତି ବାଘ ପଛକୁ ଚାହିଁଛି ଭାଲୁକୁ ଦେଖି ଡରି ଯାଉଛି। ସେଠାରେ ସେ ଛିଡ଼ା ହୋଇ ରହୁଛି। ଅପରପକ୍ଷେ ବାଘକୁ ଦେଖି ଭାଲୁ ଦୁଇ ଗୋଡ ଟେକି ଛିଡ଼ା ହୋଇଯାଉଛି। ମାତ୍ର ବାଘ କିଛି ପ୍ରତିକ୍ରିୟା ନ ଦେଇ ଚୁପ୍‌ଚାପ ବସିଯାଉଛି। ଭାଲୁ ଏଣେତେଣେ ଦେଖିବାକୁ ଲାଗୁଛି। ସେତିକିବେଳେ ତାର ନଜର ଭିଡିଓ କରୁଥିବା କିଛି ଲୋକଙ୍କ ଉପରେ ପଡୁଛି। ମଣିଷମାନଙ୍କୁ ଦେଖି ଭାଲୁ କିଛି ନ କରି ସେଠାରୁ ଚାଲିଯାଉଛି।

ଭିଡିଓଟି ଏବେ ବେଶ୍‌ ଭାଇରାଲ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଏହାକୁ ଦେଖିସାରିଛନ୍ତି। ଅନେକ ଲୋକ ଏଥିରେ କମେଣ୍ଟ କରୁଛନ୍ତି। କିଛି ଜଙ୍ଗଲରେ ସାବଧାନ ରହିବା ଆବଶ୍ୟକ ବୋଲି କହୁଥିବା ବେଳେ କିଛି ‘ଆଜି ନୁହେଁ, ଆଉ କେବେ’ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ପାଲଲହଡ଼ା,୨୨।୮: ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri