‘ମୋ ବସ୍‌’ରେ ଚଢିବା ଆଗରୁ ଟିକେଟ୍‌

ଭୁବନେଶ୍ୱର, ୧୦।୬ (ବ୍ୟୁରୋ): ଏବେଠାରୁ ମୋ ବସ୍‌ରେ ଚଢିବା ପୂର୍ବରୁ ଟିକେଟ କରିବାକୁ ପଡିବ। ମୋ ବସ୍‌ର ଗାଇଡ୍‌ମାନଙ୍କ ଠାରୁ ଟିକେଟ୍‌ ଧରିବା ପରେ ଯାତ୍ରୀମାନେ ବସ୍‌କୁ ଯିବେ। ଏଭଳି ନୂତନ ନିୟମ ଆଣିଛି କ୍ୟାପିଟାଲ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)। ଏନେଇ ଶୁକ୍ରବାର ଟୁଇଟ୍‌ କରି ଅବଗତ କରାଇବା ସହ ଟିକେଟ୍‌ ବ୍ୟବସ୍ଥାରେ ଉପଯୁକ୍ତ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ଏଭଳି କରାଯାଇଥିବା କୁହାଯାଇଛି। ଯାତ୍ରୀମାନେ ନିର୍ଦ୍ଦିଷ୍ଟ ଖୁଚୁରା ଦେଇ କର୍ମଚାରୀଙ୍କୁ ଶତପ୍ରତିଶତ ଟିକେଟ ସୁନିଶ୍ଚିତ କରିବାରେ ସହଯୋଗ କରିବା ପାଇଁ ଅପିଲ୍‌ କରାଯାଇଛି। ସେହିପରି ବିନା ଟିକେଟରେ ଯାତ୍ରା ନ କରିବା ପାଇଁ କୁହାଯାଇଛି। ତେବେ କ୍ରୁଟ୍‌ର ଏଭଳି ନିୟମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଧିକାଂଶ ବ୍ୟକ୍ତି ଟୁଇଟ୍‌ କରି କ୍ରୁଟ୍‌କୁ ସମାଲୋଚନା କରିଛନ୍ତି। ବର୍ଷା ହେଲେ ଯାତ୍ରୀମାନେ କିପରି ବାହାରେ ଭିଜି ଟିକେଟ୍‌ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏବେ ପ୍ରବଳ ଖରା ହେଉଥିବାରୁ ଟିକେଟ ପାଇଁ ଅପେକ୍ଷା କରିବା ଆହୁରି କଷ୍ଟକର ହୋଇପଡିବ। ଟିକେଟ କାଟିବା ଦ୍ୱାରା ବହୁତ ସମୟ ଲାଗିବ। ଏବଂ ଗନ୍ତବ୍ୟ ସ୍ଥଳରେ ଠିକ୍‌ ସମୟରେ ପହଞ୍ଚତ୍ ହେବନାହିଁ। ତେଣୁ ଏଭଳି ନିୟମକୁ କାର୍ଯ୍ୟକାରୀ ନ କରି ବିକଳ୍ପ ରାସ୍ତା ବାହାର କରିବାକୁ ଦାବି କରାଯାଇଛି। ସେହିପରି ଶତପ୍ରତିଶତ ଟିକେଟ ପାଇବା ପାଇଁ ସମସ୍ତ ବସ୍‌ଷ୍ଟପ୍‌ରେ ଗାଇଡ୍‌ ନିଯୁକ୍ତି କରାଯିବା ଦରକାର। ଯାହାଦ୍ୱାରା ବସ୍‌ ଆସିବା ପୂର୍ବରୁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳ ପାଇଁ ଟିକେଟ୍‌ କରି ପାରିବେ ବୋଲି କେତେଜଣ ବ୍ୟକ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri