ଆଜିଠାରୁ ଅଧିକାଂଶ ଅଞ୍ଚଳରେ ଝଡ଼ବର୍ଷା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇପଡ଼ିଛି। ତେଣୁ ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ଏବେ ପୁନର୍ବାର ସକ୍ରିୟ ହୋଇପଡ଼ିଛି। ଫଳରେ ସୋମବାରଠାରୁ ରାଜ୍ୟରେ ଝଡ଼ବର୍ଷା ଲାଗି ରହିବ। ୧୮ରୁ ୨୨ ତାରିଖ ଯାଏ ୩ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସୋମବାର ଅପରାହ୍ନ ମଧ୍ୟରେ ରାଜ୍ୟର ୮ ଜିଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଥିବାବେଳେ ୧୦ ଜିଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ଏହି ଜିଲାଗୁଡିକ ହେଉଛି ଯାଜପୁର, ଖୋର୍ଦ୍ଧା, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା। ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ନୟାଗଡ଼, ଅନୁଗୋଳ ଓ କଳାହାଣ୍ଡି ଆଦି ୧୦ ଜିଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୯ ତାରିଖରେ କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ନବରଙ୍ଗପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୨୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲାରେ ବଜ୍ରପାତ ସହ ବର୍ଷା ହୋଇପାରେ। ୨୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାବିତ ହେଉଛି ଓଡ଼ିଶାର ଅଣ୍ଡା ଶିଳ୍ପ: ଆନ୍ଦୋଳନକୁ ଓହ୍ଲାଇବ ଏଓଏଲ୍‌ଏଫ୍‌ଏ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମରସ୍‌ ଆସୋସିଏଶନ। ବ୍ୟବସାୟରେ ହେଉଥିବା କ୍ଷତିକୁ...

ରାଜ୍ୟରେ ୧୦ ବର୍ଷରେ ୨୯ ବାଘ ଶିକାର

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): ଓଡ଼ିଶାରେ ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୨୯ ବାଘଙ୍କୁ ଶିକାରୀ ମାରିଛନ୍ତି। ସେଥିମଧ୍ୟରେ ୩ଟି ମହାବଳ, ୨୬ଟି କଲରାପତରିଆ...

୨ ବର୍ଷ ପରେ ଫେରିଲା ‘ପଥୋତ୍ସବ’

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ):ରାଜଧାନୀକୁ ଫେରିଲା ‘ରାହଗିରି’ ବା ‘ପଥୋତ୍ସବ’। କରୋନା କଟକଣା ହଟିବା ଯୋଗୁ ଦୀର୍ଘ ୨ବର୍ଷ ପରେ ରାଜଧାନୀରେ ପୁଣି ପଥୋତ୍ସବ ଆୟୋଜନ ହୋଇଥିବାରୁ ଲୋକେ...

ସ୍ମିତାରାଣୀ ମୃତ୍ୟୁ ଘଟଣା:ସିବିଆଇ ତଦନ୍ତ ଦାବିରେ ୩୧ରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୬ା୧୨- ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ...

ଖୋର୍ଦ୍ଧା ବିଧାନସଭା ୮ଆସନରୁ ୭ରେ ବିଜୟୀ ହୋଇ ସ୍ଥିତି ବଜାୟ ରଖିଲା ବିଜେଡି

ଖୋର୍ଦ୍ଧା ଅଫିସ,୨୪।୫:ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା ଆସନ ମଧ୍ୟରୁ ୭ ଟିକୁ ଦଖଲକୁ ଆଣି ବିଜେଡ ସ୍ଥିତି ବଜାୟ ରଖିଛି । ୨୦୧୪ ନିର୍ବାଚନରେ ଚିଲିକା...

ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶିତ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନର ନାମାଙ୍କନ ଦାଖଲ ସମୟ ଶୁକ୍ରବାର ଶେଷ ହୋଇଯାଇଛି। ସବୁ ଦଳ ପକ୍ଷରୁ...

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ଛୁଟି ଘୋଷଣା, ଅପରାହ୍ନ ୧ଟାରୁ ଏସବୁ ବନ୍ଦ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଷ୍ଟ୍ରପତି ହେବା ପରେ ଗୁରୁବାର ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଛନ୍ତି ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ସମ୍ମାନ...

Advertisement
Archives

Model This Week