କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଅନେକ କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ମଧ୍ୟ କରୋନା ମହାମାରୀ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏପରିକି ଏହି ପାର୍ଟିରେ ଯୋଗ ଦେଉଥିବା ଅତିଥିମାନଙ୍କୁ ୧୫ ମିନିଟ୍‌ର ରାପିଡ୍‌ ଟେଷ୍ଟ୍‌ ବା କରୋନା ପରୀକ୍ଷଣର ସୁବିଧା ଦିଆଯାଇଛି।


ଯେତେବେଳେ କରୋନା ମହାମାରୀ ଯୋଗୁ ଆମେରିକାରେ ବହୁ ସଂଖ୍ୟକ ଲୋକ କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଠିକ୍‌ ସେହି ସମୟରେ ଧନୀ ଲୋକମାନେ ଗ୍ରାଣ୍ଡ୍‌ ପାର୍ଟି କରୁଥିଲେ। ଧନୀ ଲୋକମାନେ କରୋନା ହଟ୍‌ସ୍ପଟରେ ରହିବାକୁ ବାଧ୍ୟ ହେଉ ନାହାନ୍ତି। କାରଣ ସେମାନେ ବ୍ୟକ୍ତିଗତ ଜେଟ୍‌ ମାଧ୍ୟମରେ ଏକ ସୁରକ୍ଷିତ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାଇ ପାରୁଛନ୍ତି। ଅନ୍ୟପକ୍ଷରେ, ମହାମାରୀ ହେତୁ ଆମେରିକା ସମେତ ଲକ୍ଷଲକ୍ଷ ଲୋକ ସମଗ୍ର ବିଶ୍ୱରେ ବେକାର ହୋଇଯାଇଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଅନେକ କୋଟିପତିଙ୍କ ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଛି।


ରିପୋର୍ଟ ଅନୁଯାୟୀ, ଆମେରିକାର ସିଲିକନ ଭ୍ୟାଲିର ଅଭିଜିତ୍‌ ସମାନ ଭାବରେ ଜୀବନଯାପନ କରୁଛନ୍ତି। ଲୋକମାନଙ୍କୁ ସାକ୍ଷାତ କରୁଛନ୍ତି। ଯେପରି ସବୁକିଛି ସ୍ବାଭାବିକ ରହିଛି। ଅନ୍ୟପକ୍ଷଷର ଆମେରିକାରେ ପ୍ରତିଦିନ ପ୍ରାୟ ୧ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ଘଟୁଛି। ତଥାପି ଧନୀକମାନେ ପାର୍ଟି ଆୟୋଜନ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁନାହାନ୍ତି। ଖାଲି ଏତିକି ନୁହେଁ, କିଛି ଧନୀ ଲୋକ ମଧ୍ୟ ସେମାନଙ୍କ ବଡ଼ବଡ଼ ପ୍ରାସାଦକୁ ଭଡ଼ା ଦେଉଛନ୍ତି, ଯାହା ଦ୍ୱାରା ପାର୍ଟିର ଆୟୋଜନ ହୋଇପାରିବ। ଏଥିସହିତ ମହାମାରୀ ସମୟରେ ଘରୋଇ ଜେଟ୍‌ର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହି ପରିସ୍ଥିତି ଦେଖି ଜଣେ ଆମେରିକୀୟ ଡାକ୍ତର କହିଛନ୍ତି, କରୋନା ଭାଇରସ୍‌ ଗରିବ ଲୋକଙ୍କ ଭାଇରସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି...

ଇରାନରେ କରୋନା ନେଲା ୫୧୪ ମୁଣ୍ଡ: ସାଟେଲାଇଟ୍‌ ଫଟୋରେ ମୃତକଙ୍କ କବର

ତେହରାନ,୧୪।୩: ଚାଇନାର ଉହାନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ଇରାନରେ ଆତଙ୍କ ସୃଷ୍ଟି କରିଛି। କରୋନା ସଂକ୍ରମଣ ଯୋଗୁ ଇତିମଧ୍ୟରେ ଏଠାରେ ୫୧୪ ଲୋକଙ୍କ...

ଚାଇନା ବାୟୁସୀମାରେ ଆମେରିକା ଗୁପ୍ତଚର ବିମାନ

ବେଜିଂ, ୨୭।୮: ସମରାଭ୍ୟାସ ବେଳେ ଆମେରିକା ସୈନ୍ୟବାହିନୀର ଏକ ବିମାନ ଚାଇନା ବାୟୁସୀମା ମଧ୍ୟରେ ପ୍ରବେଶ କରିବାରୁ ବେଜିଂ ପ୍ରତିବାଦ ଜଣାଇଛି। ଏଭଳି କାର୍ଯ୍ୟ ଉତ୍ତେଜନା...

୨୦୨୩ ପର୍ଯ୍ୟନ୍ତ ଫେସବୁକ୍‌ ବ୍ୟବହାର କରିପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୪।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିକମ୍‌ରେ ୨୦୨୩ ପର୍ଯ୍ୟନ୍ତ ଫେସ୍‌ବୁକ ବ୍ୟବହାର କରିପାରିବେ ନାହିଁ। କାରଣ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ...

ତାଲିବାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଉଚିତ୍‌ ଜବାବ ଦିଆଯିବ: ପାକିସ୍ତାନ ସେନା ମୁଖ୍ୟ

ଇସଲାମବାଦ,୧୫।୭: ପାକିସ୍ତାନର ସେନା ପ୍ରମୁଖ୍ୟ ଆଫଗାନିସ୍ତାନ ତାଲିବାନୀଙ୍କୁୁ ଚେତାବନୀ ଦେଇଛନ୍ତି। ସୀମାରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଆଫଗାନିସ୍ତାନକୁ ଉଚିତ୍‌ ଜବାବ...

୨୫ ବର୍ଷ ତଳର ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରତନ ଟାଟା

ଅତୀତର ସ୍ମୃତି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ପ୍ରସିଦ୍ଧ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଏହିପରି ଏକ...

କରୋନାକୁ ହରାଇ ଘରକୁ ଫେରିଲେ ଯୁବକ

ପାଟନା,୧।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବିହାରରୁ ଏକ...

୫୭ କେ.ଜି.ର ତମ୍ବା ବହି

ଭୋପାଲ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍‌ର ବ୍ୟବହାର କରାଯାଉଥିଲା। କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା...

Advertisement
Archives

Model This Week