Posted inଫୁରସତ

ବିରଳ ରୋଗରେ ପୀଡ଼ିତ ତିନି ବର୍ଷର ଶିଶୁ: ୨ ଇଞ୍ଚ୍‌ କାଟିବା ପରେ ବି ବଢୁଛି ଜିଭ

ଆମେରିକାର ଜଣେ ତିନି ବର୍ଷର ବାଳକ ବିରଳ ରୋଗରେ ପୀଡିତ ଅଛନ୍ତି। ଏହି ରୋଗଟି ହେଉଛି ବେକ୍‌ଓ୍ବିଥ୍‌-ଓ୍ବିଡ୍‌ମ୍ୟାନ୍‌ ସିଣ୍ଡ୍ରୋମ୍‌(ବିଡବ୍ଲୁଏସ)। ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀରର ବିଭିନ୍ନ ଅଙ୍ଗ ବଢିବାକୁ ଲାଗେ। ୧୫ ହଜାର ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଏଭଳି ବିରଳ ରୋଗ ହେବାର ସମ୍ଭାବନା ଥାଏ। ଆମରେିକାର ଓଭେନ୍‌ ନାମକ ଜଣେ ଶିଶୁ ଏହି ରୋଗରେ ପୀଡିତ ହୋଇଛନ୍ତି। ଫଳସ୍ବରୂପ ତାଙ୍କ ଜିଭ ସମାନ୍ୟରୁ ଚାରିଗୁଣା ବୃଦ୍ଧି ପାଇଛି। ଜନ୍ମରୁ ତାଙ୍କ ଜିଭ ବଢିଚାଲିଛି। ଜନ୍ମହେବା ପରେ ଓଭେନଙ୍କ ମା’ ଥେରେସା ଡାକ୍ତରଙ୍କୁ ସାମାନ୍ୟ ଜିଭ ବୃଦ୍ଧି ବିଷୟରେ ପଚାରିଥିଲେ। କିନ୍ତୁ ସେ ସମୟରେ ରୋଗ ବିଷୟରେ କିଛି ଜଣାପଡି ନ ଥିଲା। ଧୀରେ ଧୀରେ ଓଭେନଙ୍କ ଜିଭ ବଢିବା ପରେ ଥେରେସା ଡାକ୍ତରଙ୍କ ପରାମର୍ଶ କରିଥିଲେ। ଓଭେନ୍‌ ବିଡବ୍ଲୁଏସ ରୋଗରେ ପୀଡିତ ଥିବା ଡାକ୍ତର ପ୍ରକାଶ କରିଥିଲେ। ଓଭେନ୍‌ ଫେବୃୟାରୀ ୭, ୨୦୧୮ ଜନ୍ମ ହୋଇଥିଲେ। ଜନ୍ମବେଳେ ତାଙ୍କର ଜିଭ ବଡ ଥିଲା। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ। ଅନେକଥର ରାତିରେ ଶୋଇଥିବା ସମୟରେ ତାଙ୍କ ନିଶ୍ୱାସ ବନ୍ଦ ମଧ୍ୟ ହୋଇଯାଉଥିଲା। ସେ ବାନ୍ତି କରିପକାଉଥିଲେ। ଏଭଳି ଘଟଣା ପରେ ଓଭେନଙ୍କ ମାତାପିତା ଘରକୁ ଏକ ଡିଜିଟାଲ୍‌ ମନିଟର୍‌ ଆଣିଥିଲେ। ଏହାଦ୍ୱାରା ଓଭେନ୍‌ଙ୍କ ହାର୍ଟ ରେଟ୍‌ ଏବଂ ଅକ୍ସିଜେନ୍‌ ଲେବଲ୍‌ ଟେଷ୍ଟ କରାଯାଉଥିଲା। କିଛି ଅସାମାନ୍ୟ ଜଣାପଡିଲେ ତାହା ମନିଟର୍‌ ସୂଚେଇ ଦେଉଥିଲା। ଏଥିରୁ ଜଣାପଡିଥିଲା ଯେ, ଓଭେନଙ୍କୁ ଅକ୍ସିଜେନ୍‌ ଠିକ୍‌ ଭାବରେ ମିଳିପାରୁ ନାହିଁ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭେନ୍‌ଙ୍କ ଜିଭ ୨ ଇଞ୍ଚ୍‌ ସର୍ଜରୀ କରି କଟାଯାଇଥିଲା। ତାହା ସତ୍ତ୍ୱେ ଏବେ ମଧ୍ୟ ତାଙ୍କ ଜିଭର ଆକାର ବଢିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଡ୍ରାଇଭରରେ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି କାର୍‌, ଦେଖନ୍ତୁ ଏହି ଭିଡିଓ

ଟେସଲା କମ୍ପାନୀ ଅଟୋ ପାଇଲଟ କାର୍‌ ପାଇଁ ବିଶ୍ୱପ୍ରସିଦ୍ଧ। ଏଭଳି ଟେକ୍ନୋଲୋଜି ଥିବା ଏକ କାର୍‌ ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି...

୯ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପ୍ରତିଦିନ ମାଗଣାରେ ମିଳୁଛି ପିଜା

ବ୍ରସେଲ୍ସ,୯।୬: ଜୀବନରେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ଏହି ସମସ୍ୟା ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଥାଏ। କିଛି ଏଭଳି...

ନିଜେ ହିଁ ନିଜ ପାଇଁ ଯଥେଷ୍ଟ : ଜଙ୍ଗଲ ବାହାରକୁ ଯିବାପାଇଁ ଏମିତି ଦାନ୍ତର ସାହାଯ୍ୟ ନେଉଛି ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏମିତି ସ୍କୁଲ : ଯେଉଁଠି ଫି’ ବଦଳରେ ପ୍ଲାଷ୍ଟିକ ବୋତଲ ନିଅନ୍ତି ଛାତ୍ରୀଛାତ୍ର

ନାଇଜେରିଆରେ ଏମିତି ଏକ ସ୍କୁଲ ରହିଛି ଯେଉଁଠି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଫି’ବଦଳରେ ପ୍ଲାଷ୍ଟିକ ବୋତଲ ନେଇ ଯିବାକୁ ପଡ଼ିଥାଏ। ନାଇଜେରିଆର ଲୋଗସ ସହରରେ ରହିଛି ଏହି...

୩୫ ବର୍ଷ ପରେ ବନ୍ୟା ଉଦ୍ଧାର କାର୍ଯ୍ୟ ବେଳେ ମିଳିଲେ ମାଆ

ପଟିଆଲା,୨୮ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ...

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ, ଝିଅ ଈଶାଙ୍କ ସମକକ୍ଷ ହେଲେ କେରଳର ଏହି ଶିକ୍ଷକ, ଛିଡ଼ା କଲେ ୭୩୦୦୦ କୋଟିର କମ୍ପାନୀ

୪୦ ବର୍ଷରୁ କମ୍‌ ଆୟୁ ବିଶିଷ୍ଟ ବିଶ୍ୱର ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ସାମିଲ ହୋଇ ଚର୍ଚ୍ଚାରେ ଜଣେ ଶିକ୍ଷକ। ସେ ହେଲେ ଅନ୍‌ଲାଇନ୍‌ ଶିକ୍ଷା ଆପ୍‌...

ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍‌ ଦେଲା ସୂଚନା…

ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍‌ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ...

ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଲେ ମହିଳା

ଓ୍ବାଶିଂଟନ୍‌: ଆମେରିକାର ଓ୍ବାଶିଂଟନରେ ଜଣେ ମହିଳା ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଦେଇଛନ୍ତି। ଗତ ଜୁଲାଇ ମାସରେ କ୍ୟାରୋଲ୍‌ ନାମକ ଜଣେ ମହିଳା...

Advertisement
Archives

Model This Week