ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। ପୁଣି ଯୁଦ୍ଧ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ଧମକ ଦେଉଥିବାରୁ ଏହା ବନ୍ଦ ନ କରିବା ପର୍ଯ୍ୟନ୍ତ ଶାନ୍ତି ଆଲୋଚନା ହେବ ନାହିଁ ବୋଲି ଇରାନ କହିଛି। ଖାମେନେଇଙ୍କ ସପ୍ତାହବ୍ୟାପୀ ଅନ୍ତିମ ସଂସ୍କାର ବେଳେ ଅନେକ ଲକ୍ଷ ଇରାନୀୟ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି।
କାତାରର ତରଳୀକୃତ ପ୍ରକୃତିକ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ଟ୍ୟାଙ୍କର ଅଲ୍‌ ରେକାୟାତ୍‌ ଉପରେ ସୋମବାର ରାତିରେ ଆକ୍ରମଣ ହେବାରୁ ଏହାର ଇଞ୍ଜିନ୍‌ ପ୍ରକୋଷ୍ଠରେ ନିଆଁ ଲାଗିଯାଇଛି। ସାଉଦି ଆରବର ଏକ ଅଶୋଧିତ ତୈଳ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହାଇଥିବା ସାମୁଦ୍ରିକ ସୁରକ୍ଷା ସୂତ୍ରରୁ କୁହାଯାଇଛି। ଅଲ୍‌ ରେକାୟାତ୍‌ ଜାହାଜ ଉପର ଡ୍ରୋନ୍‌ ଆକ୍ରମଣ ହୋଇଥିବାରୁ ଏହା ବିପଦରେ ଥିବା ନେଇ ବାର୍ତ୍ତା ପଠାଇଥିଲା। ଇଞ୍ଜିନ୍‌ ପ୍ରକୋଷ୍ଠରେ ନିଆଁ ଲାଗି ଧୂଆଁମୟ ହୋଇଯାଇଛି ଓ ଅଧିକ କ୍ଷୟକ୍ଷତି ଆକଳନ କରାଯାଇପାରୁ ନାହଁ ବୋଲି ଜାହାଜର କ୍ୟାପ୍‌ଟେନ ବାର୍ତ୍ତା ପଠାଇଥିଲେ। ଜାହାଜର ନାବିକମାନେ ସୁରକ୍ଷିତ ଥ୍‌ତ୍ବାବେଳେ ଇଞ୍ଜିନ୍‌ ଓ ଷ୍ଟିୟରିଂ କାମ କରୁ ନ ଥିବାରୁ ସେ ସହାୟତା ମାଗିଥିଲେ। ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ତେବେ ଇରାନ ୨ଟି ଜାହାଜ ଉପରେ ଆକ୍ରମଣ କରିଥିବା ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଆକ୍ସିଓସ୍‌ ରିପୋର୍ଟ କରିଛି। ଏହା ଉପରେ ତେହରାନ୍‌ କିମ୍ବା ଓ୍ବାଶିିଂଟନ ପକ୍ଷରୁ ସିଧାସଳଖ କିଛି କୁହାଯାଇ ନାହିଁ।
ଓ ଇସ୍ରାଏଲ୍‌ ଗତ ଫେବୃଆରୀ ୨୮ରେ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହର୍ମୁଜ୍‌ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ବୁଝାମଣାପତ୍ର ସ୍ବାକ୍ଷର ପରେ ହର୍ମୁଜ୍‌ ଜଳପଥ ସ୍ବାଭାବିକ ହୋଇଥିବା ଆମେରିକା ଦାବି କରିଥିବାବେଳେ ଏହା ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ଖୋଲି ନ ଥିବା କୁହାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ସହରାଞ୍ଚଳରେ ସ୍ବଚ୍ଛ ବାୟୁ ପାଇଁ ‘ଲିକ୍ୱିଡ୍‌ ଟ୍ରି’

ଧାନବାଦ,୮ା୭(ପିଟି): କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଏବଂ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଏସ୍‌ଆଇଆର-ସିଆଇଏମ୍‌ଏଫ୍‌ଆର)ର ଗବେଷକମାନେ ଭାରତର ପ୍ରଥମ ମୋବାଇଲ…

ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ

ଭୁବନେଶ୍ୱର,୮।୭(ସୁନିତ୍‌ ମିଶ୍ର): ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri