Posted inଜାତୀୟ

ସହରାଞ୍ଚଳରେ ସ୍ବଚ୍ଛ ବାୟୁ ପାଇଁ ‘ଲିକ୍ୱିଡ୍‌ ଟ୍ରି’

ଧାନବାଦ,୮ା୭(ପିଟି): କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଏବଂ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଇନିଂ ଆଣ୍ଡ ଫୁଏଲ ରିସର୍ଚ୍ଚ (ସିଏସ୍‌ଆଇଆର-ସିଆଇଏମ୍‌ଏଫ୍‌ଆର)ର ଗବେଷକମାନେ ଭାରତର ପ୍ରଥମ ମୋବାଇଲ ‘ସ୍ମାର୍ଟ ଆଲଗାଲ୍‌ ଲିକ୍ୱିଡ ଟ୍ରି’(ଏସ୍‌ଏଏଲ୍‌ଟି) ବିକଶିତ କରିଛନ୍ତି। ଏହା ଏକ ବାୟୁ ବିଶୋଧନ ପ୍ରଣାଳୀ, ଯାହା ଅଙ୍ଗାରକାମ୍ଳ(କାର୍ବନ ଡାଇଅକ୍ସାଇଡ) ଶୋଷଣ କରିବା ସହ ଅମ୍ଳଜାନ(ଅକ୍ସିଜେନ) ଛାଡ଼ିବା ପାଇଁ କ୍ଷୁଦ୍ର ଶୈବାଳ(ମାଇକ୍ରୋଆଲ୍‌ଗା) ବ୍ୟବହାର କରିଥାଏ। ସହରାଞ୍ଚଳରେ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ଏବଂ ଯେଉଁଠାରେ ପାରମ୍ପରିକ ଗଛ ଲଗାଇବା କଷ୍ଟକର, ସେଠାରେ ଏହା ବେଶ୍‌ ଉପଯୋଗୀ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି।
ଏହି ଲିକ୍ୱିଡ୍‌ ଟ୍ରି ଏକ ପ୍ରକୃତ ଗଛ ପରି ନ ହେଲେ ମଧ୍ୟ ଏହି ଯନ୍ତ୍ରଟି ଏକ ବନ୍ଦ ବାକ୍ସ ଭିତରେ ଥିବା ପାଣିରେ ମାଇକ୍ରୋଆଲ୍‌ଗାକୁ ରଖିଥାଏ। ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ ଶୈବାଳଗୁଡ଼ିକ ଚାରିପାଖର ବାୟୁରୁ କ୍ରମାଗତ ଭାବରେ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଶୋଷଣ କରନ୍ତି ଏବଂ ଅମ୍ଳଜାନ ଛାଡ଼ନ୍ତି, ଯାହା ବାୟୁର ଗୁଣବତ୍ତା ସୁଧାରିବାରେ ସାହାଯ୍ୟ କରିଥାଏ।
ଅଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ଜାଗା ଅଭାବ ଥିବା ସହରାଞ୍ଚଳରେ ଖରାପ ବାୟୁ ଗୁଣବତ୍ତା ବିରୋଧରେ ଲଢ଼େଇ କରିବା ସହ ଯେଉଁଠାରେ ବଡ଼ ଗଛ ଲଗାଇବା ପାଇଁ ସ୍ଥାନ ନ ଥାଏ, ସେହି ଅଞ୍ଚଳର ବାୟୁର ଗୁଣବତ୍ତା ବୃଦ୍ଧି କରିବା ଏହି ଉଦ୍ଭାବନର ମୂଳ ଲକ୍ଷ୍ୟ ବୋଲ ଏହି ପ୍ରୋଜେକ୍ଟର ନେତୃତ୍ୱ ନେଉଥିବା ସିଆଇଏମ୍‌ଏଫ୍‌ଆରର୍‌ ବରିଷ୍ଠ ବୈଜ୍ଞାନିକ ଭେଟ୍ରିଭେଲ ଅଙ୍ଗୁସେଲ୍‌ଭି ସୂଚନା ଦେଇଛନ୍ତି। ଏହି ପେଟେଣ୍ଟପ୍ରାପ୍ତ ବୈଷୟିକ ଜ୍ଞାନକୌଶଳକୁ ଧାନବାଦସ୍ଥିତ ସିଏସ୍‌ଆଇଆର-ସିଆଇଏମ୍‌ଏଫ୍‌ଆର କ୍ୟାମ୍ପସ୍‌ ଏବଂ ମଧ୍ୟପ୍ରଦେଶର ସିଙ୍ଗରୌଲିସ୍ଥିତ ନର୍ଦର୍ଣ୍ଣ କୋଲଫିଲ୍ଡସ ଲିମିଟେଡରେ ସ୍ଥାପନ କରାଯାଇଛି, ଯେଉଁଠାରେ ଏହାକୁ ନେଇ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି।
ଏହା କାର୍ବନ ଡାଇଅକ୍ସାଇଡ ଦୂର କରିବା ସହିତ, ଏହି ସିଷ୍ଟମ ଧୂଳିକଣା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ ପ୍ରାକୃତିକ କିମ୍ବା କୃତ୍ରିମ ଆଲୋକ ବ୍ୟବହାର କରି ୨୪ ଘଣ୍ଟା କାର୍ଯ୍ୟ କରିପାରେ। ଏଥିରେ ସେନ୍ସର ଲଗାଯାଇଛି, ଯାହା ବାୟୁର ଗୁଣବତ୍ତା, କାର୍ବନ ଡାଇଅକ୍ସାଇଡ ସ୍ତର, ତାପମାତ୍ରା, ଆର୍ଦ୍ରତା ଏବଂ ଧୂଳିକଣା ସ୍ତର ପ୍ରଦର୍ଶନ କରିଥାଏ ବୋଲି ଭେଟ୍ରିଭେଲ କହିଛନ୍ତି।
ସୌରଶକ୍ତିରେ କାର୍ଯ୍ୟ କରୁଥିବା ଏହି ସିଷ୍ଟମକୁ ଶିଳ୍ପାଞ୍ଚଳ ସହିତ ବିଦ୍ୟାଳୟ, ବିମାନବନ୍ଦର, ରେଳ ଷ୍ଟେଶନ, ବସ୍‌ ଟର୍ମିନାଲ, ଶପିଂ ମଲ୍‌, ପାର୍କ ଏବଂ ପ୍ରେକ୍ଷାଳୟ ଭଳି ସାଧାରଣ ସ୍ଥାନରେ ବ୍ୟବହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି।
ସାଧାରଣ ଗଛ ପରି ଏହି ବନ୍ଦ ଶୈବାଳ-ଭିତ୍ତିକ ସିଷ୍ଟମ ପାଇଁ ମାଟିର ଆବଶ୍ୟକତା ନାହିଁ, ଏହା ଉପରେ ସହରୀ ପ୍ରଦୂଷଣ ଏବଂ କୀଟପତଙ୍ଗଙ୍କ ବିଶେଷ ପ୍ରଭାବ ପଡ଼ିବ ନାହିଁ। ଏପରି କି ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବହୁତ କମ ଖର୍ଚ୍ଚ ହୁଏ ବୋଲି ଭେଟ୍ରିଭେଲ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?