ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ୩ ମହାନଗର ଆସନ ସଂରକ୍ଷଣ ଚିଠା

ଭୁବନେଶ୍ୱର,୭।୧(ବ୍ୟୁରୋ)- ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬୭, କଟକର ୫୯ ଏବଂ ବ୍ରହ୍ମପୁର ମହନଗର ନିଗମର ୪୨ଟି ଓ୍ବାର୍ଡର ସୀମା ନିର୍ଦ୍ଧାରଣ ଓ ୫୦ % ଆସନ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଏ ନେଇ ଆପତ୍ତି ଅଭିଯୋଗର ଶୁଣାଣି କରାଯିବ। ଆସନ୍ତା ୧୬ ତାରିଖରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ୩୮ଟି, କଟକର ୩୩ ଏବଂ ବ୍ରହ୍ମପୁର ମହାନଗର ନିଗମର ୨୩ ଆସନ ଅନୁସୂଚୀତ ଜାତି, ଅନୁସୂଚୀଜ ଜନଜାତି ଓ ମହିଳାମାନଙ୍କ ଲାଗି ସଂରକ୍ଷିତ କରାଯାଇଛି। ସେଥିରୁ ୩୪, ୧୩, ଓ ୨ ନମ୍ବର ଓ୍ବାଡ ଅନୂସୂଚୀତ ଜାତି ମିହଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିବା ବେଳେ ୩୬, ୧୮ ଏବଂ ୨୧ ନମ୍ବର ଅନୁସୂଚୀତ ଜାତିଙ୍କ ପାଇଁ ସଂରକ୍ଷଣ କରାଯାଇଛି। ସେହିପରି ୨୨ ଓ ୨୬ ଅନୁସୂଚୀତ ଜନଜାତି ମହିଳା, ୮ ନମ୍ବର ଅନୁସୂଚୀତ ଜନଜାତି, ୪୧, ୩୫, ୪୦, ୧୭, ୪୭, ୩୮, ୬୩, ୫୮, ୩୭, ୧୧, ୬୨, ୧୫, ୪୮, ୫୩, ୯, ୩୯, ୧୫, ୩, ୪୬, ୬୭, ୨୮, ୧୯, ୪୯, ୫, ୨୩, ୧୨, ୩୩, ୬୬ ଏବଂ ୬୪ ନମ୍ବର ଓ୍ବାର୍ଡ ମହିଳାଙ୍କ ଲାଗି ସଂକ୍ଷିତ କରାଯାଇଛି।

ସେହିପରି କଟକ ମହାନଗର ନିଗମର ୪୮, ୪୦, ୨୦ ଓ ୩୭ ନମ୍ବର ଓ୍ବାର୍ଡ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୬, ୧୬ ଓ ୩୦ ନମ୍ବର ଅନୁସୂଚୀତ ଜାତି, ୪୯ ନମ୍ବର ଅନୁସୂଚୀତ ଜନଜାତି ମହିଳା, ୩୪, ୪୧, ୧୮, ୧୫, ୧୨, ୨୮, ୧୯, ୪୨, ୩୩, ୫୫, ୧୧, ୨୫୬, ୫୭, ୪, ୨୪, ୩୬, ୫୯, ୧୦, ୬, ୫୨, ୫, ୩୧, ୯ ଏବଂ ୧୭ ନମ୍ବର ଓ୍ବାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି।

ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ବ୍‌ାର୍ଡରୁ ୨୩ଟି ଓ୍ବାର୍ଡକୁ ସଂରକ୍ଷିତ ରଖାଯାଇଛି। ସେଥିରୁ ୧୯, ୨୩ ନମ୍ବର ଓ୍ବାଡ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିବା ୯, ୨୫ ଅନୁସୂଚୀତ ଜାତି, ୧ ଅନୁସୂଚୀତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷଣ କରାଯାଇଛି। ସେହିପରି ୫, ୩୦, ୬, ୧୦, ୧୫, ୪, ୩୧, ୧୬, ୩୯, ୩, ୨୦, ୧୪, ୧୩, ୩୩, ୨୮, ୩୭, ୩୬ ଏବଂ ୩୮ ନମ୍ବର ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri