ବିଧାନସଭା ଆଗରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କଡ଼ା ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ। ଗତ ମଙ୍ଗଳବାର ନୟାଗଡ଼ ପରୀ ହତ୍ୟା ମାମଲାରେ ତାଙ୍କ ବାପା ଓ ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଶୁକ୍ରବାର ଆଉଏକ ଘଟଣା ଘଟିଛି। ଅଧିବେଶନ ଚାଲିଥିବା ସମୟରେ ୩ଜଣ ଚାଷୀ ବିଧାନସଭା ମୁଖ୍ୟ ଗେଟ୍‌ ନିକଟରେ ପହଞ୍ଚତ୍ ଋଣ ଜାଲିଆତିର ନ୍ୟାୟ ଦାବି କରିଥିଲେ। ସମବାୟ ବ୍ୟାଙ୍କରୁ ଋଣ ନେଇ ନ ଥିଲେ ମଧ୍ୟ ସେମାନଙ୍କ ଖାତାରୁ ଲକ୍ଷାଧିକ ଟଙ୍କାର ଋଣ ଉଠା ଯାଇଛି। ଏନେଇ କାର୍ଯ୍ୟାଳୟରୁ କାର୍ଯ୍ୟାଳୟ ବୁଲି ଚପଲ ଛିଡି ଗଲାଣି, ହେଲେ
ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଉନାହିଁ। ଆମେ ଗରିବ ଲୋକ, କେମିତି ୩ ରୁ ୪ଲକ୍ଷ ଟଙ୍କା ଶୁଝିବୁ। ଆପଣଙ୍କ ଗୋଡ଼ ଧରୁଛୁ ଆମକୁ ମରିବାକୁ ଦିଅ। କାନ୍ଦି କାନ୍ଦି ଏମିତି କହୁଥିବା ସମୟରେ ସେମାନେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେବେ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ସେମାନଙ୍କୁ କାବୁ କରିଥିଲା।
ସମସ୍ତଙ୍କ ଘର କଟକ ଜିଲା ଆଠଗଡ଼ ଅଞ୍ଚଳରେ। ଏମାନଙ୍କ ସହ ଶତାଧିକ ଚାଷୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖାରେ ହୋଇଥିବା ଋଣ ଜାଲିଆତିର ଶିକାର ହୋଇଥିଲେ। ଚାଷୀମାନେ ଋଣ କରି ନ ଥିଲେ ମଧ୍ୟ ତାଙ୍କ ନାଁରେ ଜାଲିଆତି କରାଯାଇ ଋଣ ଉଠାଯାଇଛି। କେତେଜଣ ଚାଷୀ ଅଳ୍ପ କିଛି ଟଙ୍କା ଋଣ ନେଇଥିବାବେଳେ ଲକ୍ଷାଧିକ ଟଙ୍କାର ଋଣ ବୋଝ ଲଦି ଦିଆଯାଇଛି। ଏନେଇ ଚାଷୀମାନେ ଦୀର୍ଘଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି। ପୂର୍ବରୁ କଟକ ଜିଲାପାଳଙ୍କୁ ଅଭିଯୋଗ କରିଥିବାବେଳେ ବୁଧବାର ସମବାୟ ବ୍ୟାଙ୍କ ସାମ୍ନାରେ ହଳ, ଲଙ୍ଗଳ, ଧାନ କେଣ୍ଡା ଧରି ଧାରଣା ଦେଇଥିଲେ। ତେବେ ଶୁକ୍ରବାର ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ସମୟରେ ୩ଜଣ ଚାଷୀ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ତାଙ୍କ ଭାଇ ବୀରେନ୍ଦ୍ରଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ବୀରେନ୍ଦ୍ର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଥିବା ସମୟରେ କୋଟି କୋଟି ଟଙ୍କାର ଋଣ ଜାଲିଆତି କରିଥିବା ନେଇ ସେମାନେ କହିଛନ୍ତି। ତେବେ ଏ ସମ୍ପର୍କରେ ମନ୍ତ୍ରୀ ସ୍ବାଇଁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନି। ମିଳିଥିବା ସୂଚନାନୁସାରେ, ପୂର୍ବରୁ ଏହି ଜାଲିଆତି ମାମଲାରେ ୯ଜଣଙ୍କୁ ନିଲମ୍ବିତ କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବକ ଗିରଫ

ବାଙ୍କୀ, ୧୬।୨(ସ୍ବ.ପ୍ର.): ବାଙ୍କୀ ଥାନା ଡମପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଗଞ୍ଜାମ ପୁରୁଷୋତ୍ତପୁରର କୃଷ୍ଣଚନ୍ଦ୍ର ନାଥଙ୍କୁ ଗୋପାଳପୁରଠାରୁ ପୋଲିସ...

ବାଦ ପଡ଼ିବା ପରେ ଜୁଏଲଙ୍କ ପ୍ରତିକ୍ରିୟା: କହିଲେ ଏହା ଗଣତନ୍ତ୍ରର ଏକ ସୁସ୍ଥ ପରମ୍ପରା, ସ୍ବାଭାବିକ ପ୍ରକ୍ରିୟା

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ସୁନ୍ଦରଗଡ଼ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଜୁଏଲ୍‌ ଓରାମ। ଉକ୍ତ ଆସନରୁ ବିପୁଳ...

୬ ରଥ ଗଡୁଥିଲା, ସୁନା ଧ୍ୱଜ କଳସ ଲାଗୁଥିଲା

ପୁରୀ ଅଫିସ,୨୮।୬ : ବଦଳୁଛି ସମୟ। ଆଉ ସମୟ ସହିତ ତାଳଦେଇ କେତେକ ପ୍ରଥା ବା ପରମ୍ପରାରେ ବି ପରିବର୍ତ୍ତନ ହେଉଛି। ଏଥିରୁ ମହାପ୍ରଭୁଙ୍କ ପ୍ରସିଦ୍ଧ...

ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ।...

ବରିଷ୍ଠ ସାମ୍ବାଦିକ ଦିଲୀପଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର,୯।୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।...

ପୁଣି ସ୍ପଷ୍ଟ କଲେ ମନ୍ତ୍ରୀ: ୩ ମାସ ଯାଏ ଯାଞ୍ଚ ହେବନି ପଲ୍ୟୁସନ, ଇନ୍‌ସୁରାନ୍ସ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ପୁଣି ସ୍ପଷ୍ଟ କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆସନ୍ତା ୩ ମାସ ଯାଏ ପଲ୍ୟୁସନ୍‌ ଏବଂ ଇନ୍‌ସୁରାନ୍ସ ଯାଞ୍ଚ ହେବ ନାହିଁ। ଅପରପକ୍ଷେ...

ଧାନକୁ ଛାଡ଼ି ସବୁ ଆମଦାନୀ ପଡୋଶୀ ରାଜ୍ୟରୁ; ଆଳୁ ମିଶନ ଫେଲ: ପଶ୍ଚିମବଙ୍ଗ ଭରସା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ କୃଷକମାନଙ୍କ ଆୟ ୨ଗୁଣା ହୋଇଛି। କୃଷି ଉତ୍ପାଦନ ବଢ଼ିଯାଇଛି। ୫ଥର ରାଜ୍ୟକୁ କୃଷିକର୍ମଣ ପୁରସ୍କାର ମିଳିଲାଣି। ଧାନ ଚାଷରେ ବଡ଼ ବଡ଼...

ବାଲେଶ୍ୱର ସହରରେ ଲାଗିଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଥିବା ପୋଷ୍ଟର ରବିବାର ପୂର୍ବାହ୍ନରେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ...

Advertisement
Archives

Model This Week