୩ ଦିନ ପରେ ଧରାପଡ଼ିଲା କୁମ୍ଭୀର

ବାଲିଅନ୍ତା/ବାରଙ୍ଗ,୫ା୩(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଧୀନ ନହରକଣ୍ଟା ନିକଟ ପୁରୀ ମୁଖ୍ୟ କେନାଲରୁ ୩ଦିନ ପରେ ଅର୍ଥାତ୍‌ ଶୁକ୍ରବାର ବନ ବିଭାଗ ଓ ନନ୍ଦନକାନନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏକ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ ୧୨ଫୁଟ। କୁମ୍ଭୀରକୁ ଏକ ଅଟୋରେ ନନ୍ଦନକାନନକୁ ନିଆଯାଇ ସ୍ବତନ୍ତ୍ର ଘଡ଼ଇଳ କୁମ୍ଭୀର ଟାଙ୍କିରେ ଛଡ଼ାଯାଇଛି। ୭ଦିନ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ନଜରରେ ରହିବା ପରେ ମହାନଦୀରେ ଛଡ଼ାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ମୁତାବକ, ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମହାନଦୀରେ ୪ଟି କୁମ୍ଭୀର ଛଡ଼ାଯାଇଥିଲା। ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଟ୍ରାନ୍ସମିଟର ଚିପ୍‌ ଖଞ୍ଜାଯାଇଥିଲା। ତେବେ ସେଥିରୁ ଏକ କୁମ୍ଭୀର ବାଟବଣା ହୋଇ ମୁଣ୍ଡଳୀ ଦେଇ ପୁରୀ ମୁଖ୍ୟ କେନାଲକୁ ପଶି ଆସିଥିଲା। ଗତ ୩ଦିନ ହେବ ଉକ୍ତ କେନାଲରେ ବିଚରଣ କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ବାରଙ୍ଗ, ନୂଆପାଟଣା ଆଦି ଗ୍ରାମ ନିକଟ କେନାଲରେ କୁମ୍ଭୀର ଥିବା ନେଇ ଲୋକେ ବନ ବିଭାଗକୁ ଜଣାଇଥିଲେ। କୁମ୍ଭୀରକୁ ଧରିବା ପାଇଁ ବନ ବିଭାଗ ଦୁଇଥର ଉଦ୍ୟମ କରି ବିଫଳ ହୋଇଥିଲା। ତେବେ ଶୁକ୍ରବାର ସକାଳ ୬ଟାରେ ନହରକଣ୍ଟା ଗ୍ରାମ ନିକଟରେ କୁମ୍ଭୀର କୂଳରେ ଥିବା ଲୋକେ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭୀରକୁ ଦେଖିବା ପାଇଁ କେନାଲର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ଜମା ହୋଇଯାଇଥିଲେ। କେନାଲରେ କମ୍‌ ପାଣି ଥିବାରୁ କୁମ୍ଭୀର କେଉଁଆଡ଼େ ଯାଇ ନ ପାରି କୂଳରେ ବୁଲିବା ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସ୍ଥାନୀୟ ସାମାଜିକ କର୍ମୀ ସ୍ବାକ୍ଷର ରଞ୍ଜନ ମହାନ୍ତି, ଦୀପକ କୁମାର ସାମନ୍ତରାୟ ପ୍ରମୁଖ ସିଟି ଫରେଷ୍ଟ ବିଭାଗକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସିଟି ଡିଭିଜନର ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ବିଜୟ କୁମାର ପରିଡ଼ା ଓ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ୧୨ଜଣିଆ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ନନ୍ଦନକାନନରୁ ଜାଲ ନେଇ ଆସିଥିବା କର୍ମଚାରୀ କେନାଲରେ ପଶି ଜାଲ ବିଛାଇ ଥିଲେ। ପ୍ରାୟ ୧ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରଟିକୁ ପାଣିରୁ ଉଦ୍ଧାର କରାଯାଇଥିଲା। ଏଥିରେ ବାଲିପାଟଣା ଫରେଷ୍ଟ ରେଞ୍ଜ କର୍ମଚାରୀ ଓ ନହରକଣ୍ଟାର କେତେଜଣ ଯୁବକ ସହଯୋଗ କରିଥିଲେ। କୁମ୍ଭୀରଟିକୁ ଦେଖିବା ପାଇଁ ୧୬ନଂ. ଜାତୀୟ ରାଜପଥର କେନାଲ ବ୍ରିଜ୍‌ ଲୋକାରଣ୍ୟ ହୋଇପଡ଼ିଥିଲା। ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri