Posted inଅପରାଧ

ଧଳସାମନ୍ତ ଭ୍ରାତାଙ୍କ ୩ ସହଯୋଗୀ ଗିରଫ

କଟକ ଅଫିସ,୧୧ା୧୧:  ବାଲିଘାଟ ମାଲିକ ଓ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଧଳସାମନ୍ତ ଭ୍ରାତାଙ୍କ ୩ ସହଯୋଗୀଙ୍କୁ ସିଡିଏ ସେକ୍ଟର-୨ ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ପୂର୍ବତନ କର୍ପୋରେଟର ତଥା ଦେଉଳସାହିର ରଞ୍ଜିତା ବିଶ୍ୱାଳ, ଚାନ୍ଦିନୀଚୌକ ହାସନାବାଦର ରଣିଆ ଓରଫ ରଞ୍ଜିତ ସିଂହ(୪୯), ମାନସିଂହପାଟଣାର ସାଇକେଲ ନନା ଓରଫ ସୁଚିତ୍ର ରଞ୍ଜନ ମହାପାତ୍ର(୪୮)। ସେମାନଙ୍କ ଠାରୁ ଗୋଟିଏ ମୋବାଇଲ, ସ୍କୁଟି(ଓଡି୦୫-ଏନ-୯୩୧୦) ସହ ୧ ଲକ୍ଷ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗିରଫ ସମସ୍ତ ଅଭିଯୁକ୍ତ ହେଉଛନ୍ତି ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ। ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଜେଲ ଯିବା ପରଠାରୁ ରଞ୍ଜିତା ଏବଂ ସୁଚିତ୍ର ସେମାନଙ୍କ ଆପରାଧିକ କାରବାର ସମ୍ଭାଳୁଥିଲେ। ଦାଦାବଟି ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଯାଏ ସବୁ ବୁଝୁଥିଲେ। କିଛିଦିନ ହେବ ସେମାନେ ସେକ୍ଟର-୧୧ ଗଡ଼ା କାଠଯୋଡ଼ି ବାଲିଘାଟର ଜନୈକ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିବାରୁ ରଞ୍ଜିତା ଓ ଅନ୍ୟମାନେ ସମ୍ପୃକ୍ତ ଠିକାଦାରଙ୍କୁ ଧମକ ଦେଇଆସୁଥିଲେ। ଏପରି କି ବାଲିଘାଟରୁ ବାଲି ଲୋଡ୍‌ ଟ୍ରକକୁ ସେମାନେ ଅଟକ ରଖୁଥିଲେ। ସୋମବାର ରାତି ପ୍ରାୟ ୯ଟା ବେଳେ ଗିରଫ ତିନି ଅଭିଯୁକ୍ତ ପୁନର୍ବାର ବାଲିଘାଟକୁ ଆସି ଦାଦାବଟି ଲାଗି ଧମକାଇ ଥିଲେ। ବଟି ନ ମିଳିବାରୁ ସେମାନେ ଗାଳିଗୁଲଜ କରିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଇନ୍ସପେକ୍ଟର ବିଜୟିନୀ ସିଂହ ସଦଳବଳ ଉକ୍ତ ସ୍ଥାନରେ ଚଢାଉ କରିଥିଲେ। ତେବେ ଅନ୍ଧାରର ସୁଯୋଗ ନେଇ ରଞ୍ଜିତା ଓ ସୁଚିତ୍ର ଗୋଟିଏ ସ୍କୁଟି ନେଇ ଚମ୍ପଟ ମାରିଥିଲେ। ମାତ୍ର ରଣିଆ ଧରାପଡ଼ିଯାଇଥିଲେ। ରଣିଆଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ମଙ୍ଗଳବାର ରଞ୍ଜିତା ଓ ସୁଚିତ୍ରଙ୍କୁ ଗିରଫ କରିଛି। ଗତ ୪ ଦିନ ମଧ୍ୟରେ ରଣିଆ ଓ ସୁଚିତ୍ର ବିଭିନ୍ନ ସ୍ଥାନରୁ ବଟି ଆଦାୟ କରି ଧଳସାମନ୍ତଙ୍କ ବାପାଙ୍କୁ ଦେଇଥିବା ଜଣାପଡ଼ିବା ପରେ ପୋଲିସ ସେକ୍ଟର-୬ ସ୍ଥିତ ଧଳସାମନ୍ତ ଭ୍ରାତାଙ୍କ ଘରେ ଚଢାଉ କରିଥିଲା। ସେଠାରେ ତଲାସି ବେଳେ ପ୍ରାୟ ୧ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏ ନେଇ ପୋଲିସ ଏକ ମାମଲା(ନଂ.୮୭/୨୦) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?