ଥିବାଙ୍କୁ ଦାୟିତ୍ୱ ନାହିଁ, ଡେପୁଟେଶନକୁ ଗୁରୁତ୍ୱ: ଭଞ୍ଜନଗର ଆରଡିରେ ମନ୍ଥର ଗତିରେ ଚାଲିଛି ଉନ୍ନୟନ କାର୍ଯ୍ୟ

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧିନରେ ଚାଲୁଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ନିୟମିତ କାମଗୁଡିକ ତଦାରଖ କରୁନାହାନ୍ତି । ଅନ୍ୟପଟେ ଅଧିକାରୀ ଏବଂ ଠିକାଦାର ମଧ୍ୟରେ କେତେକ ସ୍ଥାନରେ ସମନ୍ବୟ ରହୁ ନ ଥିବା ଯୋଗୁ ଏହି ସମସ୍ୟା ଦେଖାଦେଇଛି। ପ୍ରକଳ୍ପ ଗୁଡ଼ିକ ବିଳମ୍ବ ହେବା ଦ୍ୱାରା ତାହାର ସୁଫଳ ଜନସାଧାରଣ ପାଇବାରେ ବିଳମ୍ବ ହେଉଛି। ଏହିଭଳି ଭଞ୍ଜନଗର ବ୍ଲକ ରେ ୨ ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଡେପୁଟେଶନରେ ଆସିଥିବା ଜଣେ ଯନ୍ତ୍ରୀଙ୍କୁ ଗୁରୁତ୍ୱ ଦେଇ ତାଙ୍କୁ ଅଧିକ କାମ ଦିଆଯାଉଛି। ଏଠାରେ ଦାୟିତ୍ୱରେ ଥିବା ଦୁଇ ଯନ୍ତ୍ରୀଙ୍କୁ ଗୁରୁତ୍ୱ ନ ଦେଇ ଡେପୁଟେଶନରେ ଆସିଥିବା ଯନ୍ତ୍ରୀଙ୍କୁ ଅଧିକ କାମ ଦାୟିତ୍ୱ ଦେବାକୁ ନେଇ ବିଭିନ୍ନ ଆଲୋଚନା ହେଉଛି।

ଅନ୍ୟପଟେ ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ଠିକ ସମୟରେ ଖୋଲା ହେଉନଥିବା ଲକ୍ଷ୍ୟ କରାଯାଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହୋଇଛି। ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮ ରୁ ଉର୍ଦ୍ଧ ବ୍ଲକ ରେ ଅନେକ ବଡ ବଡ ପ୍ରକଳ୍ପ କାମ ଚାଲିଛି। କିନ୍ତୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ କର୍ମଚାରୀ ମାନେ ନିୟମିତ କାମ ଗୁଡିକ ତଦାରଖ କରିବାକୁ ଯାଉନାହାନ୍ତି। ଏହାଦ୍ବାରା ଠିକାଦାର ନିଜ ମନମୁତାବକ କାମ କରୁଛନ୍ତି। ଫଳରେ କାମ ଠିକ ଭାବେ ନ ହେବାର ସମ୍ଭାବନା ରହିଛି। ଏହିଭଳି ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫ ଶହ ମିଟର ଦୂରରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏକ ସରକାରୀ କୋଠା ନିର୍ମାଣ ହେଉଛି। କିନ୍ତୁ ବିଭାଗ ପକ୍ଷରୁ ଡିଜାଇନ ପ୍ରସ୍ତୁତିରେ ବିଳମ୍ବ ଯୋଗୁ କାମ ମଧ୍ୟ ବିଳମ୍ବରେ ଠିକାଦାର ଆରମ୍ଭ କରିଛନ୍ତି। ତେଣୁ ନିର୍ଦ୍ଧାରିତ ସମୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସରିବା ନେଇ
ସନ୍ଦେହ ପ୍ରକାଶ ପାଇଛି। ସମନୟ ଅଭାବ ଯୋଗୁ ଅନେକ ପ୍ରକଳ୍ପ ଏହିଭଳି ମନ୍ଥର ଗତିରେ ଚାଲିଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ କାମ ସବୁ ଠିକଠାକ ଚାଲିଛି। ଯନ୍ତ୍ରୀମାନେ ନିୟମିତ କାମ ଯାଞ୍ଚ କରୁଛନ୍ତି । ସମସ୍ତ ଯନ୍ତ୍ରୀଙ୍କୁ ଗୁରୁତ୍ୱ ଦେଇ କାମ କରିବା ବ୍ୟବସ୍ଥା ହୋଇଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri