Posted inଫୁରସତ

ଦେଶର ସୁରକ୍ଷା ବାୟୁସେନା ହାତରେ

ଭାରତୀୟ ବାୟୁସେନା କେବଳ ଭାରତ ଭୂଖଣ୍ଡର ରକ୍ଷା କରେ ନାହିଁ, ସମସ୍ତ ପ୍ରକାର ବିପଦରୁ ଦେଶକୁ ସୁରକ୍ଷା ପ୍ରଦାନ କରେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରେ। ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଥାଏ। ଆକାଶ ମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବଳିଷ୍ଠ ଯୋଗଦାନ ରହିଛି। ବାୟୁସେନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଭିନ୍ନ ଅଙ୍ଗ। ସ୍ବାଧୀନତା ପରଠାରୁ ଭାରତୀୟ ବାୟୁସେନା ୪ଟି ଯୁଦ୍ଧରେ ସାମିଲ ହୋଇସାରିଛି ।

ସେଥିମଧ୍ୟରୁ ତିନୋଟି ପାକିସ୍ତାନ ବିରୋଧରେ ଏବଂ ଗୋଟିଏ ଚାଇନା ବିରୋଧରେ ରହିଛି । ଏହା ବ୍ୟତୀତ ଜାତିସଂଘର ଶାନ୍ତିରକ୍ଷା କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ସହଯୋଗ କରିଛି । ଭାରତୀୟ ସୀମାକୁ ଅକ୍ଷୁଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚାଇନା ଓ ରୁଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍‌ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା ବାୟୁସେନା, ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦିନକୁ ପ୍ରତିବର୍ଷ ବାୟୁସେନା ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପରେଡ ଓ ଭବ୍ୟ ଏୟାର ଶୋ’ର ଆୟୋଜନ କରାଯାଇଥାଏ।ଏହି ଦିନ ବ୍ରିଟିଶ ସାମ୍ରାଜ୍ୟ ଦ୍ୱାରା ଔପଚାରିକ ଭାବେ ଭାରତୀୟ ବାୟୁ ସେନାର ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଭାରତୀୟ ବାୟୁସେନା ୯୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଭାରତୀୟ ବାୟୁସେନା ୧୯୩୩ ମସିହା ଏପ୍ରିଲ ୧ରେ ପ୍ରଥମ ଥର ପାଇଁ ନିଜର ପ୍ରତିଷ୍ଠାକୁ ଜାହିର କରିଥିଲା। ବ୍ରିଟିଶ ସାମ୍ରାଜ୍ୟର ବାୟୁସେନାର ୟୁନି୍‌ଟ ଭାବରେ ଭାରତୀୟ ବାୟୁସେନାର ପ୍ରତିଷ୍ଠା କରାଯାଇଥିଲା।

ଦ୍ବିତୀୟ ବିଶ୍ବଯୁଦ୍ଧରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏହାକୁ ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଭାବେ ବିଶ୍ବ ଦରବାରରେ ପରିଚିତ କରାଯାଇଥିଲା। କିନ୍ତୁ ସ୍ବାଧୀନତାର ୩ବର୍ଷ ପରେ ୧୯୫୦ ମସିହାରେ ଏହାକୁ ହଟାଇ ଦିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଛି। ପୂର୍ବରୁ ଦିଲ୍ଲୀର ପାଲାମ ବିମାନବନ୍ଦରରେ ବାୟୁସେନା ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିଣ୍ଡନ୍‌ ଏୟାର ବେସ୍‌ରେ ଏହା ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri