Posted inଫୁରସତ

ପୋଲିସକୁ ୨୭୦୦ ଥର କଲ୍‌ କରିଛନ୍ତି ଏହି ମହିଳା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ କାରଣ ପାଇଁ ପ୍ରସିଦ୍ଧ ହୋଇପାରିଛନ୍ତି। ଏପରି ଅଜବ କାରଣ ଆଉ ଆଚରଣ ପଛରେ ସମସ୍ତଙ୍କର କିଛି ଉଦ୍ଦେଶ୍ୟ ବି ରହିଥାଏ। ଖ୍ୟାତି ପାଇବା ପାଇଁ ଲୋକମାନେ କିଛି କରନ୍ତି। କିନ୍ତୁ ପୋଲିସ ସହିତ କେହି କେବେ ଏପରି କରିବା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ସାଧାରଣ ପରିବାରର ଜଣେ ମହିଳା ପୋଲିସକୁ ଏମିତି ହଇରାଣ ହରକତ କରିଥିଲେ ଯେ, ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଜଣେ ମହିଳା ପୋଲିସକୁ ୨୭୦୦ ଥର ଫୋନ୍‌ କଲ କରିଥିଲେ। ଏହାର କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ।

ଏହି ମାମଲା ଜାପାନର ଚିବା ପ୍ରଦେଶର ଅଟେ। ଦୁଇ ଦିନ ତଳେ ପୋଲିସ ୫୧ ବର୍ଷୀୟା ନିରୋକୋ ହାଟାଗାମୀଙ୍କୁ ଏଠାରୁ ଗିରଫ କରିଛି। କାରଣ ସେ ପୋଲିସର ଜରୁରୀକାଳିନ ସେବାକୁ ୨୭୦୦ରୁ ଅଧିକ କଲ୍‌ କରିଥିଲେ। ଏଥିସହ ସେ ଅଗ୍ନିଶମ ବିଭାଗର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ତାଙ୍କୁ ପଚରାଉଚରା କରାଯାଇଥିଲା, ସେତେବେଳେ ପୋଲିସ ମଧ୍ୟ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମହିଳା ଜଣକ କହିଛନ୍ତି, ସେ ଅଗଷ୍ଟ ୨୦୨୦ରୁ ମେ’ ୨୦୨୩ ମଧ୍ୟରେ ପୋଲିସକୁ ୨୭୬୧ କଲ୍‌ କରିଥିଲେ। କେତେବେଳେ ଘରୁ, କେବେ ପାର୍କରୁ, କେବେ ବଜାରରୁ ଏବଂ କେବେ ଅନ୍ୟ ସ୍ଥାନରୁ କଲ୍‌ କରିଛନ୍ତି।

ମହିଳାଙ୍କୁ କାହିଁକି ଏପରି କଲେ ବୋଲି ପ୍ରଶ୍ନ ପଚାରିବାରୁ ସେ ଦେଇଥିବା ଉତ୍ତର ଆଶ୍ଚର୍ଯ୍ୟଜନକ ଅଟେ। ମହିଳା ଜଣକ କହିଥିଲେ, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଏକାକୀ ଅନୁଭବ କରୁଥିଲି ଏବଂ ଚାହୁଁଥିଲି ଯେ କେହି ମୋ କଥା ଶୁଣନ୍ତୁ। ମୋ ସହିତ କଥା ହୁଅନ୍ତୁ ମୋର ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଯେତେବେଳେ ବି ମହିଳା ଜଣକ ପୋଲିସକୁ ଫୋନ୍‌ କରୁଥିଲେ, ସେ କହିଥଲେ ଯେ, ତାଙ୍କ ପେଟ ଯନ୍ତ୍ରଣା ହେଉଛି। ଗୋଡ଼ରେ ଯନ୍ତ୍ରଣା ହେଉଛି ଏବଂ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି। ପୋଲିସ ତାଙ୍କ ଫୋନ୍‌ କଲ୍‌ ପାଇଁ ତାଙ୍କ ନିକଟରେ ପହଞ୍ଚି ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନେବାକୁ କହୁଥିଲା, କିନ୍ତୁ ସେ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ସେ ସ୍ପଷ୍ଟ ଭାବରେ କହୁଥିଲେ ଯେ, ମୁଁ କାହାକୁ ଡାକି ନ ଥିଲି। କହିରଖୁଛୁ, ଜାପାନର ୧.୫ ମିଲିୟନରୁ ଅଧିକ ଲୋକ ଏକାକୀ ସମସ୍ୟା ସହ ସଂଘର୍ଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?