Posted inଫୁରସତ

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ମୋଟା ଲୋକଙ୍କୁ ମିଳେନି ଅନୁମତି, କାରଣ ଜାଣିଲେ…

ଦୁନିଆରେ କିଛି ସ୍ଥାନରେ ଅନେକ ଅଜବ ନୀତି ନିୟମ ରହିଛି। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏପରି ଏକ ଅଜବ ରେଷ୍ଟୁରାଣ୍ଟ ରହିଛି, ଯେଉଁଠିକି ଲୋକଙ୍କୁ ଡ୍ରେସ୍‌ ଖୋଲି ଯିବାକୁ ପଡ଼ିଥାଏ। ଖାଲି ଏତିକି ନୁହେଁ,ମୋଟା ଲୋକଙ୍କୁ ମଧ୍ୟ ଏଠାକୁ ପ୍ରବେଶ ମନା। ସେହିପରି ଟାଟୁ କରିଥିଲେ ମଧ୍ୟ ଭିତରକୁ ଯିବାକୁ ବାରଣ ରହିଛି।

ଏପରି ନିଷ୍ଠୁର ନିୟମ ଥିବା ଏହି ରେଷ୍ଟୁରାଣ୍ଟ ଜାପାନର ରାଜଧାନୀ ଟୋକିଓରେ ରହିଛି। ଏହି ରେଷ୍ଟୁରାଣ୍ଟର ନଗ୍ନ ଥିମ ନୁହେଁ, କିନ୍ତୁ ଏଠାରେ ପ୍ରବେଶ କରିବାର ନିୟମ ଅତ୍ୟନ୍ତ ଚକିତ। ବାସ୍ତବରେ ଏଠାକୁ ଆସୁଥିବା ଅତିଥିମାନଙ୍କୁ ପ୍ରଥମେ ନିଜକୁ ଓଜନ କରିବାକୁ ପଡ଼ିଥାଏ। ଯଦି ସେମାନଙ୍କର ଓଜନ ଅଧିକ ବୋଲି ଜଣାପଡ଼େ, ତେବେ ସେମାନଙ୍କୁ ଏଣ୍ଟ୍ରି କରିବାକୁ ଦିଆଯାଏନାହିଁ। କୌତୂହଳର ବିଷୟ ଏହାର ନାମ ‘ଅମୃତ’ ରଖାଯାଇଛି। ଯାହା ଏକ ଭାରତୀୟ ନାମ ପରି ଶୁଣାଯାଉଛି।

ରେଷ୍ଟୁରାଣ୍ଟର ଓ୍ବେବ୍‌ସାଇଟରେ ଆପଣ ନିୟମର ଏକ ତାଲିକା ପାଇବେ। ଏହି ଅନୁଯାୟୀ, କେବଳ ୧୮ରୁ ୬୦ବର୍ଷ ବୟସର ଲୋକ ପ୍ରବେଶ କରିପାରିବେ ଏବଂ ଏହାପୂର୍ବରୁ ସେମାନଙ୍କୁ ନିଜ ପୋଷାକ ଜମା କରିବାକୁ ପଡ଼ିବ ଏବଂ ରେଷ୍ଟୁରାଣ୍ଟ ଦ୍ୱାରା ଦିଆଯାଇଥିବା ଅଣ୍ଡରଗାର୍ମେଣ୍ଟରେ ତିଆରି ପେପର ପିନ୍ଧିବାକୁ ପଡ଼ିବ। ଆପଣ ଏଠାରେ ସମାନ ପୋଷାକରେ ଓ୍ବେଟର ଏବଂ କର୍ମଚାରୀଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଏହା ମଧ୍ୟ ଏଥିରେ ଲେଖାଯାଇଛି ଯେ, ଯଦି ଆପଣଙ୍କର ଓଜନ ୧୫ କିଲୋଗ୍ରାମ କିମ୍ବା ଆପଣଙ୍କ ଉଚ୍ଚତାର ହାରାହାରି ଓଜନଠାରୁ ଅଧିକ ବୋଲି ଜଣାପଡେ, ତେବେ ଆପଣଙ୍କୁ ଅନୁମତି ଦିଆଯିବ ନାହିଁ। ଯଦି ଆପଣ ଅଧିକ ଓଜନ ଦେଖାଯାନ୍ତି, ତେବେ ଆପଣଙ୍କର ଓଜନ ମଧ୍ୟ ମପାଯିବ।

ଅନ୍ୟ କେତେକ ନିୟମ ବହୁତ କଠୋର ଅଟେ। ଉଦାହରଣ ସ୍ବରୂପ, ବୁକିଂ ଅନୁଯାୟୀ ଯେଉଁମାନେ ନିୟମ ପୂରଣ କରୁନାହାନ୍ତି ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ନାହିଁ। ସମସ୍ତ ଦେୟ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆଗୁଆ କରିବାକୁ ପଡ଼ିବ। ଏଠାକୁ ଆସୁଥିବା ଗ୍ରାହକମାନେ କାହାକୁ ଛୁଇଁ ପାରିବେ ନାହିଁ ଏବଂ କଥାବାର୍ତ୍ତା କରିପାରିବେ ନାହିଁ। ଯେଉଁ ଅତିଥିମାନଙ୍କୁ ଏଣ୍ଟ୍ରି ଦିଆଯିବ ସେମାନଙ୍କୁ ଟେବୁଲରେ ତିଆରି ବାକ୍ସରେ ମୋବାଇଲ ଏବଂ କ୍ୟାମେରା ରଖିବାକୁ ପଡ଼ିବ। ଏହା ସତ୍ତ୍ୱେ ଆପଣ ଏଠାରେ ଭଡ଼ା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଟିକେଟ୍‌ ପାଇଁ ୮୦ ହଜାର ୟେନ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଠାରେ ଏକ ପୁରୁଷ ଡ୍ୟାନ୍ସ ଶୋ ହୋଇଥାଏ। ଯଦି ଆପଣ ଡ୍ୟାନ୍ସ ଶୋ’ ବିନା ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୮୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ। ଏହି ପ୍ରକାର ରେଷ୍ଟୁରାଣ୍ଟ ପୂର୍ବରୁ ଲଣ୍ଡନ ଏବଂ ମେଲବୋର୍ନରେ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?