ପ୍ରଥମ ଦେଖାରେ ପ୍ରେମ ନେଇ ଏସବୁ କୁହେ ସର୍ଭେ ରିପୋର୍ଟ, ଜାଣନ୍ତୁ…

ଓ୍ବାଶିଂଟନ,୨୫।୧୦ : ପ୍ରେମ ପ୍ରଥମ ଦେଖାରେ ମଧ୍ୟ ଘଟେ। କିଛି ଲୋକ ଏହାକୁ ସତ ବୋଲି ବିବେଚନା କରୁଥିବାବେଳେ କିଛି ଲୋକ କୁହନ୍ତି ଏହା ମିଛ। ତେବେ ପ୍ରଥମ ଦେଖାରେ ପ୍ରେମ ବାସ୍ତବ ଅଟେ। ଆମେରିକାର ନ୍ୟାସଶନାଲ ଲୁଇସ ୟୁନିଭରସିଟି ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ପ୍ରଥମ ଦେଖାରେ ପ୍ରେମ ଏକ ଜୈବିକ ଘଟଣା, ଏହା କୌଣସି ମ୍ୟାଜିକ ନୁହେଁ।

ବୈଜ୍ଞାନିକମାନେ କୁହନ୍ତି କେବଳ ମଣିଷ ପ୍ରଥମ ଦେଖାରେ ପ୍ରେମରେ ପଡ଼େ ନାହିଁ, ଅନ୍ୟ ପ୍ରଜାତିର ପ୍ରାଣୀମାନେ ମଧ୍ୟ ପ୍ରଥମ ଦେଖାରେ ପ୍ରେମରେ ପଡ଼ନ୍ତି। ଦକ୍ଷିଣ ଆମେରିକାରେ ଦେଖା ଯାଉଥିବା ମୂଷା ପ୍ରେୟରି ଭୋଲ୍ସ କ୍ଷେତ୍ରରେ ମଧ୍ୟ ପ୍ରମ ଦେଖାରେ ପ୍ରେମ ଘଟଣା ଘଟିଥିଲା। ଏହି ମୂଷା ଉପରେ ଗବେଷଣା କରାଯାଇଥିଲା। ମଣିଷ ପରି ପ୍ରାଣୀମାନଙ୍କ ପାଇଁ ମଧ୍ୟ ଏକାକୀ ସନ୍ତାନମାନଙ୍କୁ ବଂଚାଇବା କଷ୍ଟକର। ସେଥିପାଇଁ ସେମାନେ ମଧ୍ୟ ଯୋଡିରେ ରହିବାକୁ ପସନ୍ଦ କରନ୍ତି। ମଣିଷର ସମାନ ପ୍ରବୃତ୍ତି ଅଛି । ଗବେଷଣାରୁ ଜଣାପଡିଛି ଯେତେବେଳେ ଜଣେ ବ୍ୟକ୍ତି ପ୍ରେମରେ ପଡ଼େ, ତା’ର ମସ୍ତିଷ୍କର ୧୦ ରୁ ଅଧିକ ଅଂଶ ସକ୍ରିୟ ମୋଡକୁ ଆସେ ଏବଂ ଏକାଠି କାମ କରିବା ଆରମ୍ଭ କରେ। ଏହି କାରଣରୁ ୪ ପ୍ରକାରର ରାସାୟନିକ ପଦାର୍ଥ ନିର୍ଗତ ହୁଏ ।

ଅନୁସନ୍ଧାନ ଅନୁଯାୟୀ, ଯେତେବେଳେ ପ୍ରେମରେ ଡୋପାମାଇନ, ଅକ୍ସିଟୋସିନ, ଆଡ୍ରେନାଲିନ ଏବଂ ଭାସୋପ୍ରେସିନ ମସ୍ତିଷ୍କରୁ ନିର୍ଗତ ହୁଏ, ଏହି କାରଣରୁ ବ୍ୟକ୍ତି ଉତ୍ସାହୀ, ଆନନ୍ଦିତ ହୁଏ ଏବଂ ତାଙ୍କ ପ୍ରେମ ଦିନକୁ ଦିନ ବଢ଼ିବାରେ ଲାଗେ। ଏହି ରାସାୟନିକ ପଦାର୍ଥ େଯୋଗୁ ମା ଏବଂ ପିଲାମାନଙ୍କ ମଧ୍ୟରେ ପ୍ରେମ ଭାବନା ମଧ୍ୟ ଜାଗ୍ରତ ହୋଇଥାଏ। ଯେତେବେଳେ ଆମେ ପ୍ରେମ ଅନୁଭବ କରୁ, ମସ୍ତିଷ୍କର ସମାନ ଅଂଶ ସକ୍ରିୟ ହୋଇଯାଏ। କୋକେନ ନିଶା ମଧ୍ୟ ଏଭଳି ସ୍ଥିିତି ସୃଷ୍ଟି ହୋଇଥାଏ। ଗବେଷଣାରେ ଅନ୍ୟ ଏକ ପ୍ରକାଶ ହେଉଛି କେହି ଜଣଙ୍କ ପ୍ରତି ଆକର୍ଷିତ ହେବାର ଅନୁଭବ କରନ୍ତି ଏବଂ ଏକ ସେକେଣ୍ଡରୁ କମ ସମୟ ମଧ୍ୟରେ ପ୍ରେମରେ ପଡ଼ନ୍ତି। ଯେତେବେଳେ ଜଣେ ପ୍ରେମରେ ଥାଏ, ଜଣେ ମିଳିତ ହେବାର ଭାବନା ଅନୁଭବ କରେ, ଯାହାକି ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ, ଜୀବନର ଶେଷ ପର୍ଯ୍ୟନ୍ତ ବଜାୟ ରଖିବାକୁ ଇଚ୍ଛା କରେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?