କ୍ୟାଟ୍ରିନା କୈଫ୍‌ଙ୍କ ଫଟୋକୁ ଜୁମ୍‌ କରି ଦେଖିଥାନ୍ତି ଏହି ଅଭିନେତା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଥିବା କ୍ୟାଟ୍‌ ଆଜି ଯାହା କିଛି ହାସଲ କରିଛନ୍ତି ସବୁ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ। ଏହି କାରଣରୁ ସେ ତାଙ୍କୁ ଗଡଫାଦର ବୋଲି କୁହନ୍ତି। ସଲମାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ ବି ଦୁହିଁଙ୍କ ବନ୍ଧୁତା ବେଶ ମଜଭୁତ ଅଛି। ଆଜି ମଧ୍ୟ ଦୁହେଁ ଏକାଠି ଫିଲ୍ମରେ କାମ କରନ୍ତି। ନିକଟରେ ଏକ ଶୋ’ରେ ଭାଗ ନେଇ କ୍ୟାଟ୍ରିନା କହିଛନ୍ତି, ସଲମାନ ଖାଙ୍କେ ବିନା ମୁଁ ଅଧୁରା। ତାଙ୍କ ସହ ସବୁ ଫିଲ୍ମରେ ଅଭିନୟ କରିବାକୁ ମୁଁ ପ୍ରସ୍ତୁତ। ସଲ୍ଲୁ ମଧ୍ୟ କ୍ୟାଟଙ୍କ ସହ ଫିଲ୍ମ କରିବାକୁ ଚାହିଁ ବସିଛନ୍ତି। ଏକ ଷ୍ଟେଜ ଶୋ’ରେ କମେଡିଆନ କପିଲ ଶର୍ମା ସଲମାନଙ୍କୁ ପଚାରିଥିଲେ ଅଗାମାୀ ଫିଲ୍ମ ତୁମେ କେଉଁ ଅଭିନେତ୍ରୀଙ୍କ ସହ କରିବାକୁ ଚାହୁଁଛ। ଏହାର ଉତ୍ତରରେ ସଲ୍ଲୁ କ୍ୟାଟ୍ରିନାଙ୍କ ନାଁ ନେଇଥିଲେ। କେବଳ ଏତିକି ନୁହେଁ ବେଳେବେଳେ କ୍ୟାଟ୍ରିନାଙ୍କ ଫଟୋକୁ ସେ ଜୁମ କରି ଦେଖିଥାନ୍ତି ବୋଲି କହିଥିଲେ। ଏଥିରୁ ଭଭୟଙ୍କ ମଧ୍ୟରେ ଥିବା ବନ୍ଧୁତା ସ୍ପଷ୍ଟ ବାରିହୋଇପଡିଥିଲା। କ୍ୟାଟ୍ରିନା ତାଙ୍କ ଫିଟନେସକୁ ବେଶ ଗୁରୁତ୍ୱ ଦେଇଥାନ୍ତି। ନିଜ ୱର୍କଆଉଟ ପ୍ଲାନ ନିଜେ କରନ୍ତି। ସପ୍ତାହକ ୭ ଦିନରେ ସେ ଦିନକୁ ପ୍ରାୟ ୧ଘଣ୍ଟାରୁ ୨ ଘଣ୍ଟା ୱର୍କଆଉଟ କରନ୍ତି। ନିଜକୁ ଚାଲେଞ୍ଜ କରିବାକୁ ଭଲ ପାଆନ୍ତି। ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ଅପେକ୍ଷାରେ ରହିଛି। ମାର୍ଚ୍ଚ ୨୭ରେ ଫିଲ୍ମଟି ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri