ଏହା ହିଁ ସତ

ଆକାର ପଟେଲ

ସାମ୍ପ୍ରତିକ ସମୟରେ ଲେଖାର କମ୍‌ ତାତ୍ପର୍ଯ୍ୟ ରହୁଛି। ଏହା ହିଁ ଏକ ସମସ୍ୟା। ପ୍ରକୃତରେ ନ୍ୟୁଜ ବା ଖବରର ବାସ୍ତବତା ସହିତ ସମ୍ପର୍କ ରହୁନାହିଁ। ଏଣୁ ଏଭଳି ନ୍ୟୁଜ୍‌ ଉପରେ ଏଠାରେ ଯାହା ମୁଁ ମନ୍ତବ୍ୟ ଦେଉଛି ତାହା ବି ନିରର୍ଥକ। ନ୍ୟୁଜର ଯୁକ୍ତିଯୁକ୍ତତା ଏବଂ ବିଚାର ବା ସିଦ୍ଧାନ୍ତ ରହୁ ନ ଥିବାରୁ ବିଶ୍ଳେଷଣ କରିବାକୁ କିଛି ବି ରହୁନାହିଁ। ଏଥିପାଇଁ ଜଣେ ବିଶ୍ଳେଷକଙ୍କର କୌଣସି ଭୂମିକା ରହୁନାହିଁ। ନିମ୍ନରେ କେତୋଟି ନ୍ୟୁଜର ଉଦାହରଣ ଦେଇ ଏହା ସ୍ପଷ୍ଟ କରିବାକୁ ଚାହୁଁଛି। ପ୍ରଥମ ନ୍ୟୁଜଟି ରବିବାର, ମାର୍ଚ୍ଚ ୧୪ର। ଶୀର୍ଷକ ଥିତ୍ଲା ‘ଭାରତ ବନାମ ଇଂଲଣ୍ଡ: କୋଭିଡ୍‌-୧୯ ପରେ ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ରେକର୍ଡ ସଂଖ୍ୟକ ଦର୍ଶକ ଉପସ୍ଥିତ’। ଏଥିରେ କୁହାଯାଇଛି, ବିଶ୍ୱର ସର୍ବବୃହତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୫୭ ହଜାର ଦର୍ଶକ ଉପସ୍ଥିତ ଥିଲେ। ସେହି ମାର୍ଚ୍ଚ ୧୪ରେ ପ୍ରକାଶିତ ଦ୍ୱିତୀୟ ନ୍ୟୁଜର ଶୀର୍ଷକ ହେଉଛି ‘କୋଭିଡ୍‌-୧୯ ଭୟ: ଆଗକୁ ହେବାକୁ ଥିବା ଅବଶିଷ୍ଟ ଟି୨୦ ମ୍ୟାଚ୍‌ ବିନାଦର୍ଶକରେ ଅହମଦାବାଦରେ ଖେଳାଯିବ’। ଏହି ରିପୋର୍ଟ ଦର୍ଶାଇଛି ଯେ, ମହାମାରୀ ସମୟରେ ଏକ ଆବଦ୍ଧ କ୍ଷେତ୍ର ମଧ୍ୟରେ ହଜାର ହଜାର ଲୋକ ଉପସ୍ଥିତ ରହିବା ଭଲ ନୁହେଁ ବୋଲି ବିସିସିଆଇ ତା’ର ଶେଷ ସିଦ୍ଧାନ୍ତରେ ପହଞ୍ଚିଥିତ୍ଲା। ଫେବୃୟାରୀ ଶେଷଆଡ଼କୁ କୋଭିଡ୍‌ର ଦ୍ୱିତୀୟ ଲହର ଆରମ୍ଭ ହୋଇଥିତ୍ଲା। ଏଣୁ କାହିଁକି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ଦିଆଗଲା। ଏ କଥା ଏହି ନ୍ୟୁଜ୍‌ ପ୍ରକାଶ କଲା ନାହିଁ। କିନ୍ତୁ ଗୁଜରାଟରେ ୪ ଦିନରେ କୋଭିଡ୍‌ କେସ୍‌ ୪୦% ବଢ଼ିଗଲା।
ଶନିବାର, ମାର୍ଚ୍ଚ ୨୦ର ତୃତୀୟ ଶୀର୍ଷକଟି ଥିଲା- ‘କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିକୁ ନେଇ ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠି ଲେଖି ଜଣାଇ ସବୁ ମାନଦଣ୍ଡ ପାଳନ କରିବାକୁ କହିଛି’। କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା କୋଭିଡ୍‌ର ଦ୍ୱିତୀୟ ଲହର ସମ୍ପର୍କରେ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ବୋଲି ଏଥିରେ ପ୍ରକାଶ ପାଇଛି। ବିପୁଳ ସଂଖ୍ୟାରେ ସମାବେଶ ହେବା ବିପଦ ବୋଲି ସେଥିରେ ସେ ଉଲ୍ଲେଖ କରିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, ନିୟମ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବା ଉଚିତ। ମାର୍ଚ୍ଚ ୨୦ରେ ଚତୁର୍ଥ ଶୀର୍ଷକରେ ପ୍ରକାଶ ପାଇଥିଲା ଯେ, ‘ସ୍ପଷ୍ଟ ହୋଇଛି: କାହିଁକି ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ କୁମ୍ଭ ସମାଗମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହଁୁନାହାନ୍ତି’। ଏହି ରିପୋର୍ଟରେ କୁହାଯାଇଛି, ରାଜ୍ୟରେ କୁମ୍ଭମେଳା ସମସ୍ତଙ୍କ ପାଇଁ ଖୋଲା ରହୁ ବୋଲି ଭାଜପା ସରକାର ଚାହଁୁଥିଲା। ମାର୍ଚ୍ଚ ୧୧ ସୁଦ୍ଧା ପାଖାପାଖିତ୍ ୩୨ ଲକ୍ଷ ଲୋକ କୁମ୍ଭରେ ସମାଗମ ହୋଇସାରିଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରତିଦିନ ହରିଦ୍ୱାରରେ କୋଭିଡ୍‌ କେସ୍‌ ଦୁଇଗୁଣ ହୋଇଥିଲା। ସେହି ଏକା ଦିନରେ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ସହ ଏହି କାର୍ଯ୍ୟର କି ସମ୍ପର୍କ ରହିଥିଲା ତାହା ଅସ୍ପଷ୍ଟ। ମାର୍ଚ୍ଚ ୨୦ର ଆଉ ଶୀର୍ଷକ ଥିଲା- ‘ବିଧାନସଭା ନିର୍ବାଚନ ୨୦୨୧: ଆଜି ପ୍ରଧାନମନ୍ତ୍ରୀ ମୋଦି ଖଡଗ୍‌ପୁରରେ ର଼୍ୟାଲିକୁ ସମ୍ବୋଧିତ କରିବେ, ୧୦ ଦିନ ମଧ୍ୟରେ ୪ଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି’। ଏହା ପରେ ଆଉ ଏକ ଖବରରେ ପ୍ରକାଶ ପାଇଛି ଯେ, ପଶ୍ଚିମବଙ୍ଗରେ ମୋଦି ୨୦ ଏବଂ ଅମିତ ଶାହା ୫୦ଟି ରାଲି କରିବେ। ମାର୍ଚ୍ଚ ୭ରେ କୋଲକାତାରେ ମୋଦିଙ୍କ ‘ବ୍ରିଗେଡ଼ ଚଲୋ’ ରାଲିରେ ୫ରୁ ୧୦ ଲକ୍ଷଙ୍କ ସମାଗମ ହୋଇଥିଲା। ସେହି ଦିନଠାରୁ ବଙ୍ଗଳାରେ ମଧ୍ୟ କୋଭିଡ୍‌ କେସ୍‌ ବଢ଼ି ଦୁଇଗୁଣରେ ପହଞ୍ଚତ୍ଲା। ମାର୍ଚ୍ଚ ୨୦ର ଶେଷ ଶୀର୍ଷକ ଆଡ଼କୁ ନଜର ଦେବା। ଶୀର୍ଷକଟି ଥିଲା- ‘୧୧ଦିନ ପରେ କୋଭିଡ କେସ୍‌ ୪୦ ହଜାରରେ ପହଞ୍ଚତ୍ଛି, ସେପ୍ଟେମ୍ବର ପରଠାରୁ ସକ୍ରିୟ କେସ ବୃଦ୍ଧିରେ ଏହା ସବୁଠୁ ଅଧିକ’। ଶୁକ୍ରବାର ଭାରତରେ ୪୦,୦୦୦ ନୂଆ କେସ୍‌ ଚିହ୍ନଟ କରାଯାଇଛି।
ବର୍ଷେ ପୂର୍ବରୁ, ୨୦୨୦ ମାର୍ଚ୍ଚ ୨୪ରେ ମୋଦି ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ। ସେତେବେଳେ ଭାରତରେ ୧୦୦ରୁ କମ୍‌ ନୂଆ କେସ୍‌ ଚିହ୍ନଟ ହୋଇଥିତ୍ଲା। ପରେ ପ୍ରତିଦିନ ୧୧୦ଟି କେସ୍‌ ଯୋଡ଼ି ହେଉଥିବାବେଳେ କାହିଁକ ଆମେ ଦେଶସାରା ଲକ୍‌ଡାଉନ ଲାଗୁ କଲୁ। ଏବେ ଦର୍ଶକଙ୍କୁ କ୍ରିକେଟ ଷ୍ଟାଡିୟମରେ ଖେଳ ଦେଖିବାକୁ ଅନୁମତି ଦେଇ, ରାଜନୈତିକ ର଼୍ୟାଲି ଏବଂ କୁମ୍ଭମେଳାର ଆୟୋଜନ କରି ଦିନକୁ ୪୦ ହଜାର ନୂଆ କେସ୍‌ ସାମ୍‌ନାକୁ ଆଣୁଥିତ୍ବାବେଳେ ଲକ୍‌ଡାଉନ କରାଯାଉନାହିଁ କାହିଁକି? ମୋଦି ନିଜେ ବିରାଟ ରାଲି କରୁଛନ୍ତି, ଅଥଚ ରାଜ୍ୟ ସରକାରଗୁଡ଼ିକୁ ଚିଠି ଦେଇ ଭିଡ଼ ନିୟନ୍ତ୍ରଣ କରିବାକୁ କଡ଼ା ନିୟମ ଲାଗୁ କରିବାକୁ କହୁଛନ୍ତି? ସଂକ୍ରମଣ ରୋକିବା ଲାଗି ଜରୁରିକାଳୀନ ପଦକ୍ଷେପ ନେବା ଉଚିତ୍‌ ବୋଲି କାହିଁକି ସରକାରଙ୍କୁ କହୁଛନ୍ତି? ସେମାନଙ୍କ ପାଖରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ନାହିଁ। ପ୍ରଧାନମନ୍ତ୍ରୀ ନିକଟରେ ପଶ୍ଚିମବଙ୍ଗରେ ସ୍ଲ୍ଳୋଗାନ ଦେଇଛନ୍ତି ଯେ, ସେ ଖେଳକୁ ଅନୁମତି ଦେବେ ନାହିଁ, କେବଳ ବିକାଶକୁ ଦେବେ। ତାଙ୍କ ନିଜସ୍ବ ତଥ୍ୟରୁ ଜଣାଯାଏ, ୨୦୧୮ ଜାନୁୟାରୀରୁ ଭାରତର ମୋଟ ଘରୋଇ ଉପତ୍ାଦ ଲାଗାତର ହ୍ରାସ ପାଇ ୨୦୧୯ ଶେଷସୁଦ୍ଧା ୩%ରେ ପହଞ୍ଚିଥିଲା। ଏହାପରେ ଏହା ବିଯୁକ୍ତାମତ୍କ ସ୍ତରକୁ ଖସିଥିଲା। ସ୍ବାଧୀନୋତ୍ତର ଭାରତର ଇତିହାସରେ କୋଭିଡ୍‌ ମହାମାରୀ ପୂର୍ବରୁ ୨୦୧୯ରେ ବେରୋଜଗାରୀ ସବୁଠୁ ଉଚ୍ଚ ସ୍ତରରେ ଥିଲା। ଚାଇନା ଏବଂ ଆମେରିକା ତୁଳନାରେ ୨୦%ରୁ କମ୍‌ ବୟସ୍କ ଭାରତୀୟ କାର୍ଯ୍ୟ କ୍ଷେତ୍ରରେ ରହିଛନ୍ତି। କାର୍ଯ୍ୟ କ୍ଷେତ୍ରରେ ଆମ ପାଖରେ ଅତ୍ୟଧିକ ଲୋକ ଥିବାବେଳେ ଆମେ ସେ ସମୟକୁ ନଷ୍ଟ କରିଛୁ। ନିକଟରେ କର୍ମକ୍ଷେତ୍ରକୁ ଅଧିକ ଲୋକ ଆସିବା ଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ, କାରଣ ସେମନଙ୍କ ପାଇଁ କାମ ନାହିଁ। ଏହା କ’ଣ ବିକାଶ? କିନ୍ତୁ ପ୍ରଧାନମନ୍ତ୍ରୀ କହୁଛନ୍ତି, ଏହା ହୋଇଛି। ଏଣୁ ଏହା ପଛରେ ସତ୍ୟାସତ୍ୟ ରହିବା ଉଚିତ। ଭାରତରେ ବିଶ୍ଳେଷକମାନେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି। ସେମାନେ ବିଶ୍ଳେଷଣ କରିବା ଲାଗି ବ୍ୟର୍ଥ ହେଉଛନ୍ତି କାରଣ ଲୋକମାନଙ୍କ ଉପରେ ଘଟଣାଗୁଡ଼ିକର କୌଣସି ଫରକ ପଡୁନାହିଁ। ଏଭଳି ମନ୍ତବ୍ୟ ଦେବାକୁ ପଡୁଥିଲେ ବି ଏହା ହିଁ ନିରାଟ ସତ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri