ବର୍ମାର ବୀରା କନ୍ୟା

ମ୍ୟାନ୍‌ମାର (ବର୍ମା)ରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ୧ ଫେବୃୟାରୀ ୨୦୨୧ରେ ପ୍ରତ୍ୟାଖ୍ୟାନ କରି ସେନା ଶାସନକୁ ହାତକୁ ନେବା ପରଠାରୁ ସେଠାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଣତାନ୍ତ୍ରିକ ସପକ୍ଷବାଦୀ ନେତାଙ୍କୁ ଗିରଫ କରାଯିବା ସହ ସେନାକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଉଛି ଓ ସ୍ଥଳବିଶେଷରେ ଅନେକଙ୍କୁ ହତ୍ୟା କରାଗଲାଣି। ନିକଟରେ ସେନା ଅଧିକାରୀଙ୍କ ସମ୍ମୁଖରେ ଜଣେ ନନ୍‌ ଆଣ୍ଠୁମାଡ଼ି ଦୁଇ ହାତ ପ୍ରସାରିତ କରି ଶିଶୁମାନଙ୍କୁ ନିର୍ଯାତନା କିମ୍ବା ହତ୍ୟା ନ କରିବାକୁ ନିବେଦନ କରିଥିଲେ। ଏପରି କି ସେନା ତାଙ୍କ ଜୀବନ ନେଇଯାଉ ପଛେ ଏଭଳି ହିଂସା ବନ୍ଦ କରାଯାଉ ବୋଲି କହୁଥିବା ଭିଡିଓ ବିଶ୍ୱବ୍ୟାପୀ ଭାଇରାଲ ହୋଇଥିଲା। ଏହା ସତ୍ତ୍ୱେ ସେନା ଲୋକଙ୍କୁ ନିର୍ଯାତନା ଦେଇଚାଲିଛି। ଏଭଳି ସମୟରେ ଯେଉଁମାନେ ଦେଶ ପାଇଁ ଲଢ଼େଇ କରୁଛନ୍ତି, ସେମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ଓ ସ୍ବୀକୃତି ମିଳୁଛି। ଏବେ ଯୁବପିଢ଼ିଙ୍କ ମଧ୍ୟରେ ଫିଓ ଫିଓ ଅଙ୍ଗ୍‌ଙ୍କ ନାମ ଆଗରେ ରହିଛି। ମାନବ ଅଧିକାର କର୍ମୀ ଫିଓଙ୍କ ସଂଗ୍ରାମୀ ଜୀବନ ଆମେରିକା ପରରାଷ୍ଟ୍ର ବିଭାଗର ଦୃଷ୍ଟି ଆକର୍ଷଣ କରିବାରୁ ସେ ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ ସହସିନୀ ମହିଳା ପୁରସ୍କାର ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୭ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ସମ୍ମାନ ତତ୍କାଳୀନ ପରରାଷ୍ଟ୍ର ସଚିବ କଣ୍ଡୋଲିଜା ରାଇସ୍‌ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ନିଃସ୍ବାର୍ଥପର ଭାବେ ସାହସ ଦେଖାଇ ଅନ୍ୟମାନଙ୍କ ପାଇଁ ବିଶେଷକରି ମହିଳାଙ୍କ ଅଧିକାର ସକାଶେ ଜୀବନକୁ ଉତ୍ସର୍ଗ କରୁଥିବା ମହିଳାଙ୍କ ନେତୃତ୍ୱକୁ ଏହି ସମ୍ମାନ ଦିଆଯାଇଆସୁଛି।
ଫିଓ ୨୫ ଅଗଷ୍ଟ ୧୯୮୮ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ନି ଉଇନ୍‌ ମଧ୍ୟ ଜଣେ ମାନବ ଅଧିକାରୀ କର୍ମୀ। ସେନା ଶାସନକୁ ବିରୋଧ କରିଥିବାରୁ ୧୯୮୯ରେ ଉଇନ୍‌ଙ୍କୁ ଦୀର୍ଘ ୨୦ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। ସେଭଳି ଏକ ପରିବାରରୁ ଆସିଥିବାରୁ ଫିଓ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଚାଲିଛନ୍ତି। ୨୦୦୭ରେ ଗୈରିକ ବିପ୍ଳବରେ ସେ ନିଜକୁ ସାମିଲ କରିବା ପରେ ତାଙ୍କ ନାମ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ୨୦୦୮ରେ ଯେତେବେଳେ ଡେଲ୍‌ଟା ଅଞ୍ଚଳରେ ବାତ୍ୟା ଘଟି ବହୁ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ସେ ପିତାଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ ପିତାଙ୍କ ସହ ୟାଙ୍ଗୁନ୍‌ ଫେରୁଥିବା ବେଳେ ସେନା ଦ୍ୱାରା ଗିରଫ ହୋଇଥିଲେ। ସେହି ସମୟରେ ଫିଓ ସିଭିଲ୍‌ ଇଞ୍ଜିନିୟରିଂ ପଢ଼ୁଥିଲେ। ୨୦୧୧ ଅକ୍ଟୋବରରେ ମାଓଲାମିଇଙ୍ଗ ଜେଲରୁ ସେ ମୁକ୍ତ ହୋଇଥିଲେ। ସେହି ସମୟରୁ ତାଙ୍କ ସଂଘର୍ଷମୟ ଜୀବନ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ ତାଙ୍କୁ ଅଲ୍‌ ବର୍ମା ଫେଡେରେଶନ ଅଫ୍‌ ଷ୍ଟୁଡେଣ୍ଟ ୟୁନିୟନସ୍‌ (ଏବିଏଫ୍‌ଏସ୍‌ୟୁ)ର ସାଧାରଣ ସମ୍ପାଦକ କରାଯାଇଥିଲା। ୨୭ ବର୍ଷ ବୟସରେ ଡେମୋକ୍ରାଟିକ୍‌ ଏଜୁକେଶନ ମୁଭ୍‌ମେଣ୍ଟ ଲିଡରିଂ କମିଟିର ସଦସ୍ୟ ହେବା ମଧ୍ୟ ଥିଲା ତାଙ୍କ ପାଇଁ ଏକ ବଡ଼ ଉପଲ୍‌ଧି। ୨୦୧୪-୧୫ରେ ହୋଇଥିବା ଶିକ୍ଷା ସଂସ୍କାର ଅଭିଯାନର ସେ ମଧ୍ୟ ପ୍ରମୁଖ ନେତ୍ରୀ ପାଲଟି ଯାଇଥିଲେ। ସେତେବେଳେ ନୂତନ ଜାତୀୟ ଶିକ୍ଷା ବିଲ୍‌କୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା। ଏଥିପାଇଁ ମାଣ୍ଡଲୟଠାରୁ ୟାଙ୍ଗୁନ ପର୍ଯ୍ୟନ୍ତ ହୋଇଥିବା ଯାତ୍ରାରେ ସେ ଅନ୍ୟତମ ଛାତ୍ର ନେତା ଭାବେ ନେତୃତ୍ୱ ନେଇଥିଲେ। ସେହି ସମୟରେ ଏହି ଯାତ୍ରାକୁ ଦବାଇ ଦେବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ସହ ଶିକ୍ଷା ବିଲ୍‌କୁ ନେଇ ହୋଇଥିବା ବୈଠକରେ ଦେଶର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ତାଙ୍କୁ ମଧ୍ୟ ଡକାଯାଇଥିଲା। ହେଲେ ତାଙ୍କୁ ଗିରଫ ହେବାକୁ ପଡ଼ିଥିଲା।
ସେନା ଶାସନଠାରୁ ଆରମ୍ଭ କରି ଗଣତାନ୍ତ୍ରିକ ସରକାର ଯାଏ ଯେଉଁଠାରେ ବ୍ୟବସ୍ଥାରେ ତ୍ରୁଟି ଦେଖିଛନ୍ତି, ସେହି ସମୟରେ ଫିଓ ନ୍ୟାୟ ପ୍ରତିଷ୍ଠା ପାଇଁ ନେତୃତ୍ୱ ନେଇଛନ୍ତି। ସେଥିପାଇଁ ୨୦୧୫ରେ ତାଙ୍କୁ ସିଟିଜେନ୍‌ ଅଫ୍‌ ବର୍ମା ସମ୍ମାନରେ ସମ୍ମାନିତ କରାଯାଇଛି। ମାନବ ଅଧିକାର କର୍ମୀ ଭାବେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ତାଙ୍କୁ ‘ବିବେକର ବନ୍ଦୀ’ ଭାବେ ଘୋଷଣା କରିଛି। ଯୁବାବସ୍ଥାରୁ ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଥିବାରୁ ଫିଓଙ୍କୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ. ଡବ୍ଲ୍ୟୁ ବୁଶ୍‌ ଉଚ୍ଚ ପ୍ରଶଂସା କରିଥିଲେ। ଏବର ବାଇଡେନ୍‌ ପ୍ରଶାସନ ତାଙ୍କ କାର୍ଯ୍ୟ ଓ ନେତୃତ୍ୱର ଗୁଣଗାନ କରି ଦେଇଥିବା ସମ୍ମାନ ଫିଓଙ୍କୁ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ସ୍ଥାନକୁ ନେଇଯାଇଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri