Posted inଜାତୀୟ

ଏ ନୁହେଁ ଆତ୍ମହତ୍ୟା, ସ୍ବପ୍ନର ମୃତ୍ୟୁ: ବିଆରଏସକୁ କଂଗ୍ରେସର କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୪।୧୦ : କଂଗ୍ରେସ ପକ୍ଷରୁ ଶନିବାର ତେଲଙ୍ଗାନାର ବିଆରଏସ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛ। ରାଜ୍ୟରେ ଜଣେ ୨୩ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କ ସ୍ବପ୍ନ,ଆଶା ଏବଂ ଆକାଂକ୍ଷାର ମୃତ୍ୟୁ। ରାଜ୍ୟରେ ଏଭଳି ବହୁ ଯୁବବର୍ଗଙ୍କ ସ୍ବପ୍ନ ଅକାଳରେ ଝଡି ଯାଉଛି। ଗତ ୧୦ ବର୍ଷ ମଧ୍ୟରେ ଭାଜପାର ସମ୍ପର୍କିୟ କମିଟି ବିଆରଏସ ନିଜର ଅକ୍ଷମତା କାରଣରୁ ରାଜ୍ୟକୁ ନଷ୍ଟ କରିଦେଇଛନ୍ତି।

ସୋସିଆଲ ମିଡିଆରେ ଲେଖାଯାଇଥିବା ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ତେଲଙ୍ଗାନାରେ କଂଗ୍ରେସ ସରକାର ଏକ ଚାକିରି କ୍ୟାଲେଣ୍ଡର ପ୍ରକାଶ କରିବେ ଏବଂ ତେଲେଙ୍ଗାନା ରାଜ୍ୟ ପ୍ରଶାସନିକ ସେବା ଆୟୋଗକୁ କେନ୍ଦ୍ର ଜନସେବା ଆୟୋଗ ଭାବେ ପୁନର୍ଗଠନ କରାଯିବ। ଏହା ସହିତ ଦୁଇ ଲକ୍ଷ ସରକାରୀ ପଦବୀ ସୃଷ୍ଟି ହେବ। ଏକ ବର୍ଷ ମଧ୍ୟରେ ଏହା ସମ୍ପନ୍ନ ହେବ। ନିଯୁକ୍ତି ପ୍ରଦାନ କରାଯିବ । ଏହା କଂଗ୍ରେସର ଏକ ଗ୍ୟାରେଣ୍ଟି ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ଦୁଃଖ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ପୋଷ୍ଟରେ ଖାର୍ଗେ ଲେଖିଛନ୍ତି ତେଲଙ୍ଗାନାରେ ଜଣେ ୨୩ ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ନେଇ ମୁଁ ଦୁଃଖିତ। ରିପୋର୍ଟ ଅନୁଯାୟୀ ରାଜ୍ୟ ପ୍ରଶାସନିକ ସେବା ଆୟୋଗର ବାରମ୍ବାର ସ୍ଥଗିତାଦେଶକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଲଙ୍ଗାନାର ହଜାର ହଜାର ଯୁବ ପ୍ରାର୍ଥୀ ନିରାଶ ହୋଇଛନ୍ତି କାରଣ ବିଆରଏସ ସରକାର ପରୀକ୍ଷା ପରିଚାଳନାରେ ଉଦାସୀନତା ଦେଖାଉଛନ୍ତି। ତେଲେଙ୍ଗାନାର ଯୁବବର୍ଗମାନେ ଦୁର୍ନୀତିଗ୍ରସ୍ତ, ଅଯୋଗ୍ୟ ବିଆରଏସ ସରକାରଙ୍କୁ ବହିଷ୍କାର କରିବେ।
ସୂଚନାଯୋଗ୍ୟ, ହାଇଦ୍ରାବାଦର ଅଶୋକ ନଗରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨୩ ବର୍ଷ ବୟସ୍କା ମହିଳା ତାଙ୍କ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ବାବଦରେ ତେଲଙ୍ଗାନାରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି।

ମୃତ ମହିଳାଙ୍କ ନିକଟରୁ ପୋଲିସ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର କରିଛି ଯେଉଁଥିରେ ମହିଳା ଜଣକ ସେମାନଙ୍କ ପାଇଁ କିଛି କରି ନ ଥିବାରୁ ତାଙ୍କ ପିତାମାତାଙ୍କୁ କ୍ଷମା ମାଗିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri