Posted inଜାତୀୟ

ଏହା ନୁହେଁ ମୋଦିଙ୍କ ପରାଜୟ: ବୋମ୍ମାଇ…

ବେଙ୍ଗାଲୁରୁ,୧୪।୫ : କର୍ନାଟକ ନିର୍ବାଚନ ଫଳାଫଳରେ ଯେଉଁଠାରେ କଂଗ୍ରେସ ରବିବାର ବେଙ୍ଗାଲୁରୁରେ ଦଳର ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା କରିବାକୁ ଯାଉଛି। ଅପରପକ୍ଷରେ ପରାଜୟ ପରେ ଭାଜପା ନେତା ତଥା କର୍ନାଟକର ବିଦାୟୀ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କର ପରାଜୟକୁ ଗ୍ରହଣ କରି ସେ କହିଛନ୍ତି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାଜୟ ନୁହେଁ, ସେ ଜଣେ ଜାତୀୟ ନେତା।

ଦଳର ରାଜ୍ୟ ସଭାପତି ନାଲିନ କାଟେଲ ଇସ୍ତଫା ଦେବେ ନାହିଁ ବୋଲି ଦାବି କରି ସେ କହିଛନ୍ତି, ନାଲିନ କେଟେଲ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବେ ନାହିଁ। ପାର୍ଟି କାର୍ଯ୍ୟାଳୟରେ ଥିବା କିଛି ବିଧାୟକ ପ୍ରକାଶ କରିଛନ୍ତି, ଆମେ ଆମର ପରାଜୟକୁ ଗ୍ରହଣ କରୁଛୁ। ମୋଦି ପରାଜିତ ହୋଇ ନାହାନ୍ତି। ସେ ଜଣେ ଜାତୀୟସ୍ତରର ନେତା। ସମଗ୍ର ଦେଶରେ କଂଗ୍ରେସ ପରାସ୍ତ ହୋଇଛି।

ରାଜ୍ୟ ସଭାପତିଙ୍କ ସହ ଆଲୋଚନା ପରେ ବୋମ୍ମାଇ କହିଛନ୍ତି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସେ କହିଛନ୍ତି ଆମର ରାଜ୍ୟ ସଭାପତିଙ୍କ ସହ ଆମର ଏକ ଅନୌପଚାରିକ ବୈଠକ ହୋଇଥିଲା ଯେଉଁଥିରେ ଆମେ କିଛି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଖୁବ ଶୀଘ୍ର ନିର୍ବାଚିତ ପ୍ରତିନିଧୀ ତଥା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲୋକଙ୍କୁ ଡାକିବୁ। ଏହି ପରାଜୟ ପରେ ଆମେ ଏକ ଗଭୀର ବିଶ୍ଳେଷଣ କରିବୁ। ଦଳ ଲୋକସଭା ନିର୍ବାଚନରେ କ୍ଷମତାକୁ ନିଶ୍ଚୟ ଆସିବ। ପୁନର୍ବାର ଫେରିବା ପାଇ ଆମର କାର୍ଯ୍ୟରେ ସଂଶୋଧନ କରାଯିବ।

ହିନ୍ଦୁତ୍ୱ ପାଇଁ ଦଳ କେବେ ଲଢ଼ି ନାହିଁ। ଆମେ କେବଳ ଡବଲ ଇଞ୍ଜିନ ସରକାରଙ୍କ ବିକାଶ କାର୍ଯ୍ୟରେ ପାଇଁ ଲଢ଼ି ଥିଲୁ। ପରାଜୟ ପାଇଁ ଚାରି କିମ୍ବା ପାଞ୍ଚଟି କାରଣ ଥାଇପାରେ। ଆମକୁ ତୃଣମୂଳ ସ୍ତରକୁ ଯିବାକୁ ପଡିବ ଏବଂ ଦେଖିବାକୁ ହେବ। ଆମେ ବର୍ତ୍ତମାନ ଏନେଇ କୌଣସି ସିଦ୍ଧାନ୍ତରେ ଆସିପାରି ନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri