୨ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଆଇପିଏସ୍‌ ଅଫିସର୍‌

ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ହାଇପ୍ରୋଫାଇଲ ପରୀକ୍ଷାକୁ ପାସ୍‌ କରିବାକୁ ପିଲାମାନେ ଘଣ୍ଟା ଘଣ୍ଟା ଅଧ୍ୟୟନ କରିବାକୁ ପଡେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଥାନ୍ତି, ଯେଉଁମାନେ ଅନେକ ଚେଷ୍ଟା ପରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ସକ୍ଷମ ହୋଇଥାନ୍ତି। ଅନେକ ଛାତ୍ରୀଛାତ୍ର ସେମାନଙ୍କର ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରନ୍ତି। ଆଇପିଏସ୍‌ ସିମାଲା ପ୍ରସାଦ ସେମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସିମାଲା ଏହି ପରୀକ୍ଷା କୌଣସି କୋଚିଂ ନ ନେଇ ପାସ କରିଥିଲେ।
ସିମାଲା ପ୍ରସାଦ ୨୦୧୦ ବ୍ୟାଚ ଆଇପିଏସ ଅଧିକାରୀ ଏବଂ ବର୍ତ୍ତମାନ ତାଙ୍କୁ ମଧ୍ୟପ୍ରଦେଶରେ ପୋଷ୍ଟିଂ କରାଯାଇଛି। ସିମାଲା ଅକ୍ଟୋବର ୧୯୮୦ରେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ। ସେ ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ କରିଥିଲେ। ସେ ବି.କମ କରିଥିଲେ ଏବଂ ଏହା ପରେ ସେ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।
କଲେଜ ଶେଷ କରିବା ପରେ ସିମାଲା ପ୍ରଥମେ ମଧ୍ୟପ୍ରଦେଶ ଜନସେବା ଆୟୋଗର ଏମ୍‌ପି ପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଡିଏସପି ପଦରେ ନିଯୁକ୍ତ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ସମୟ ବାହାର କରି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପରେ ପ୍ରଥମ ପ୍ରୟାସରେ ସଫଳତା ହାସଲ କରିଥିଲେ।
ସିମାଲା କେବଳ ପାଠରେ ନୁହେଁ, ଅଭିନୟରେ ମଧ୍ୟ ପାରଙ୍ଗମ। ସେ ୨୦୧୭ରେ ରିଲିଜ ହୋଇଥିବା ଆଲିଫ ଏବଂ ୨୦୧୯ରେ ମୁକ୍ତିଲାଭ କରିଥିବା ନାକାଶ ଭଳି ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ଆଲିଫ ଚଳଚ୍ଚିତ୍ରରେ ଶ୍ୟାମି ଏବଂ ନାକାଶରେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଥିଲେ। ପିଲାଦିନରୁ ସିମାଲା ନାଚିବା ଏବଂ ଅଭିନୟ କରିବାକୁ ଭଲ ପାଉଥିଲେ। ତାଙ୍କ ସ୍କୁଲ-କଲେଜ ଦିନରେ ସେ ନାଟକ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ସିଭିଲ ସର୍ଭିସରେ ଯୋଗଦେବାକୁ କେବେ ଭାବି ନ ଥିଲେ କିନ୍ତୁ ଆଜି ସେ ଜଣେ ଆଇପିଏସ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?