ଏହି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଲେଖାଯାଇଛି ପ୍ରଭୁ ରାମଙ୍କ ନାଁର ଟାଟୁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ବିଶ୍ୱାସର ବଡ଼ ମହତ୍ତ୍ୱ ରହିଛି। ଲୋକେ ବିଶ୍ୱାସ ଯୋଗୁ କିଛି ବି କରିବାକୁ ରାଜି ହୋଇଥାନ୍ତି। ଭାରତରେ ଏମିତି ଅନେକ ସମ୍ପ୍ରଦାୟ ରହିଛି, ଯେଉଁମାନେ ପୁରୁଣା କାଳରୁ ଧର୍ମ ନାମରେ କିଛି ରୀତିନୀତି ଅନୁସରଣ କରିଆସୁଛନ୍ତି। ବର୍ତ୍ତମାନ ସମୟରେ ଏହି ପରମ୍ପରା ବିଷୟରେ ଶୁଣିଲେ ଏବଂ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଛତିଶଗଡ଼ରେ ଏମିତି ଏକ ଦଳିତ ସମ୍ପ୍ରଦାୟ ଲୋକେ ବାସ କରନ୍ତି। ରାମନାମୀ ସମାଜର ଏହି ଲୋକମାନେ ଗତ ୧୦୦ ବର୍ଷ ହେବ ଏମିତି ଏକ ପରମ୍ପରା ଅନୁସରଣ କରିଆସୁଛନ୍ତି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଏହି ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ‘ରାମ’ ନାମକ ଟାଟୁ ହୋଇଛି। ଏଥିରେ ମହିଳାମାନେ ମଧ୍ୟ ରହିଛନ୍ତି।
ରାମନାମୀ ସମ୍ପ୍ରଦାୟର ସମୁଦାୟ ଲୋକସଂଖ୍ୟା ୧ ଲକ୍ଷ। ଏହି ଲୋକମାନେ ଛତିଶଗଡ଼ର ୪ଟି ଜିଲାରେ ରୁହନ୍ତି। ଏହି ଲୋକମାନଙ୍କ ଶରୀରର ମୁଣ୍ଡରୁ ପାଦ ଆଙ୍ଗୁଠି ପର୍ଯ୍ୟନ୍ତ ରାମ ନାମକ ଟାଟୁ ହୋଇଥାଏ। ଏହା ପଛରେ ଏକ କାରଣ ମଧ୍ୟ ରହିଛି।
ଏହି ସମ୍ପ୍ରଦାୟର ବୟଷ୍କ ବ୍ୟକ୍ତିଙ୍କ କହିବାନୁଯାୟୀ, ପ୍ରାୟ ୧୦୦ ବର୍ଷ ପୂର୍ବେ ଏହି ଲୋକମାଡ଼ଙ୍କୁ ଉଚ୍ଚ ଜାତିର ହିନ୍ଦୁମାନେ ମନ୍ଦିର ଭିତକୁ ଯିବାକୁ ବାରଣ କରୁଥିଲେ। ଏହାର ବିରୋଧ କରି ଏହି ସମ୍ପ୍ରଦାୟର ଲୋକମାନେ ପୁରା ଶରୀରରେ ରାମ ନାମରେ ଟାଟୁ କରିବା ଆରମ୍ଭ କରିଥିଲେ। ସେହି ସମୟରୁ ଏହି ପରମ୍ପରା ଚାଲିଆସିଛି। ତେବେ ଆଜି ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟର ଲୋକମାନେ କୌଣସି ମନ୍ଦିରକୁ ଯାଆନ୍ତି ନାହିଁ କି ପୂଜା ପାଠ ମଧ୍ୟ କରନ୍ତି ନାହିଁ। ମାତ୍ର ଏବେ ଶରୀରରେ ଏହି ଟାଟୁ ସଂଖ୍ୟା କମ୍‌ ହୋଇଯାଇଛି। ଏଠାରେ ଶିଶୁ ଜନ୍ମ ହେବା ପରେ ତା’ର ଶରୀରରେ କେଉଁଠି ନା କେଉଁଠି ରାମ ନାମକ ଟାଟୁ କରାଯାଏ। ଏଥିସହ ଏହି ଲୋକମାନେ ପ୍ରତିଦିନ ରାମ ନାମ ନିଶ୍ଚୟ ନେଇଥାନ୍ତି। ଏମାନଙ୍କ ଘର ଏବଂ ପୋଷାକରେ ରାମ ଲେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗୁମ୍ଫାରେ ଆଜି ବି ରହିଛି ରାବଣଙ୍କ ମୃତଦେହ, ରହସ୍ୟ ଜାଣିଲେ…

ରାମାୟଣ ସମ୍ବନ୍ଧୀୟ ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ। ବିଶ୍ୱାସ କରାଯାଏ, ଆଜି ମଧ୍ୟ ଶ୍ରୀଲଙ୍କାରେ ରାମାୟଣ ଏବଂ ଭଗବାନ ରାମଙ୍କ ସହ ଜଡ଼ିତ...

ସିବିଏସ୍‌ଇ ବିଦ୍ୟାଳୟ ପରିସର ହେବ ‘କ୍ରୋଧ ମୁକ୍ତ ଅଞ୍ଚଳ’

ନୂଆଦିଲ୍ଲୀ,୨୮।୧୨: ଏଣିକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ପରିସର ‘କ୍ରୋଧ ମୁକ୍ତ ଅଞ୍ଚଳ’ରେ ପରିଣତ ହେବ। ବିଦ୍ୟାଳୟ ପରିସରରେ...

ପାରା-କୁକୁର ଛୁଆ ବନ୍ଧୁତ୍ୱ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନ୍ୟୁୟର୍କ,୧୯।୨: ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା। ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା...

ଆଜି ଶତାବ୍ଦୀର ସବୁଠୁ ବଡ଼ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ନଭେମ୍ବର ୧୯ରେ ଅର୍ଥାତ୍‌ ଆଜି ଶତାବ୍ଦୀର ବୃହତ୍ତମ ଏବଂ ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏଥର ଚନ୍ଦ୍ର ଗ୍ରହଣଙ୍କ...

ଚିତାର ବେଗ ଘଣ୍ଟାକୁ ୧୦୨ କି.ମି., ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଆଉ ଏହାକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଜୀବମାନଙ୍କ ମଧ୍ୟରେ ଚିତା...

ଏପ୍ରିଲ ୨୯ରେ ରାଣା ଦମ୍ପତିଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ,୨୬।୪: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ଅମରାବତୀ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଏପ୍ରିଲ...

୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ

କରୋନା ମହାମାରୀ ବେଶ୍‌ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି।...

ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ: କ୍ଷମା ମାଗିଲେ ଆଜମ୍‌ ଖାଁ

ନୂଆଦିଲ୍ଲୀ,୨୯।୭: ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାଁ ଭାଜପା ଏମ୍‌ପି ରମାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତେବେ ସୋମବାର ଲୋକସଭାରେ ଗୃହର ସାଧାରଣ କାର୍ଯ୍ୟ...

Advertisement
Archives

Model This Week