ଦକ୍ଷିଣ ଚଳଚ୍ଚିତ୍ରର ଏହି ହିନ୍ଦୀ ରିମେକ୍‌ ଚଳିତ ବର୍ଷ ରହିଥିଲା ଫ୍ଲପ୍‌: ନିର୍ମାତାଙ୍କୁ ସହିବାକୁ ପଡିଥିଲା କୋଟି କୋଟି ଟଙ୍କା କ୍ଷତି

ବଲିଉଡ୍‌ ଇଣ୍ଡଷ୍ଟ୍ରି ଖରାପ ସମୟ ଦେଇ ଗତି କରୁଛି। ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ବଡ ବଡ ତାରକାଙ୍କ ଫିଲ୍ମ ଫ୍ଲପ୍‌ ହୋଇଯାଇଛି। ଆଜି ଆମେ ଆପଣଙ୍କୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ କହିବୁ ଯାହା ଦକ୍ଷିଣରେ ହିଟ୍‌ ହୋଇଥିଲା, କିନ୍ତୁ ବଲିଉଡ ରିମେକ୍‌ରେ ଫ୍ଲପ୍‌ ହୋଇଥିଲା।

Akshay Kumar announces 'Bachchan Pandey' release date with a deadly still

ବଚ୍ଚନ ପାଣ୍ଡେ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ତାମିଲ ଚଳଚ୍ଚିତ୍ର ‘ଜିଗରଥାଣ୍ଡା’ର ରିମେକ୍‌ ଅଟେ। ଯାହା ୨୦୧୪ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ସୁପରହିଟ୍‌ ହୋଇଥିଲା। ହେଲେ ଏହାର ରିମେକ୍‌ ‘ବଚ୍ଚନ ପାଣ୍ଡେ’ ବକ୍ସ ଅଫିସରେ ଭଲ ଆୟ କରିପାରି ନ ଥିଲା। ୧୮୦ କୋଟି ବଜେଟ୍‌ରେ ନିର୍ମିିତ ଏହି ଚଳଚ୍ଚିତ୍ରଟି କେବଳ ୭୩ କୋଟି ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏହି ସିନେମାରେ ଅକ୍ଷୟ କୁମାରଙ୍କ ବ୍ୟତୀତ କ୍ରିତି ସାନନ, ଅର୍ଶଦ ୱାର୍ସି, ପ୍ରତୀକ ବାବର ଅଭିନୟ କରିଛନ୍ତି।

Vikram Vedha Result Of Koimoi 'How's The Hype?' Out! Audience Ready To Give A Chance To This Remake Starring Hrithik Roshan & Saif Ali Khan
ବିକ୍ରମଭେଧା: ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ‘ବିକ୍ରମଭେଧା’ ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲା। ଏହା ହେଉଛି ତାମିଲ ଚଳଚ୍ଚିତ୍ର ‘ବିକ୍ରମଭେଧା’ର ରିମେକ। ଯାହା ୨୦୧୭ରେ ରିଲିଜ୍‌ ହୋଇଥିଲା।

Jersey (2022 film) - Wikipedia
ଜର୍ସି: ଶହିଦ କପୁରଙ୍କ ଫିଲ୍ମ ‘ଜର୍ସି’ ୨୨ ଏପ୍ରିଲରେ ମୁକ୍ତିଲାଭ କରିଥିଲା। କିନ୍ତୁ ବକ୍ସ ଅଫିସରେ ଭଲ ଆୟ କରିପାରି ନ ଥିଲା। ଫଳରେ ଫ୍ଲପ୍‌ ହୋଇଥିଲା। ‘ଜର୍ସି’ ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକ୍‌। ଯାହା ୨୦୧୯ରେ ରିଲିଜ୍‌ ହୋଇଥିଲା।

Hit: The First Case Movie Review: Rajkummar Rao lends gravitas to this dawdling crime mystery

ହିଟ୍‌: ଦ ଫାଷ୍ଟ କେସ୍‌- ଅଭିନେତା ରାଜକୁମାର ରାଓ ଏବଂ ସାନିଆ ମାଲହୋତ୍ରା ଅଭିନୀତ ‘ହିଟ୍‌: ଦ ଫାଷ୍ଟ କେସ୍‌’ ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା। ଏହି ଚଳଚ୍ଚିତ୍ରଟି ତେଲୁଗୁ ଚଳଚ୍ଚିତ୍ର ‘ହିଟ୍‌: ଦ ଫାଷ୍ଟ କେସ୍‌’ର ରିମେକ ଅଟେ। ଯାହା ବକ୍ସ ଅଫିସରେ ବଜେଟ ତୁଳନାରେ ତିନି ଗୁଣ ଅଧିକ ବ୍ୟବସାୟ କରିଥିଲା। ରିପୋର୍ଟ ଅନୁଯାୟୀ, ରାଜକୁମାରଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ମାତ୍ର ୧୧.୭୮ କୋଟି ଟଙ୍କା ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?