ଗଣେଶ୍ୱର ବେହେରାଙ୍କ ସତ୍ୟପାଠକୁ ଭୁଲ୍‌ ଦର୍ଶାଇଲେ କଂଗ୍ରେସର ଏହି ନେତ୍ରୀ, କହିଲେ ଜାତିଗତ କ୍ଷେତ୍ରରେ ତାଙ୍କର…

କେନ୍ଦ୍ରାପଡ଼ା,୯ା୯ (ଜଗନ୍ନାଥ ଧଳ): ୨୦୨୪ ନିର୍ବାଚନ ଫଳାଫଳର ୩ ମାସ ପରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସତ୍ୟପାଠ ଉପରେ କଂଗ୍ରେସ ପ୍ରାର୍ଥୀ ସିପ୍ରା ମଲ୍ଲିକ ପ୍ରଶ୍ନ ଉଠାଇଛନ୍ତି। ସହରର ବଉଳବିହାରସ୍ଥିତ ବାସଭବନରେ ମଲ୍ଲିକ ରବିବାର ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସତ୍ୟପାଠରେ ଥିବା ବ୍ୟତିକ୍ରମ ଉପରେ ବିଧାନସଭା ଓ ନ୍ୟାୟିକ ଆଶ୍ରୟର ସହଯୋଗ ଲୋଡ଼ିବେ ବୋଲି ସିପ୍ରା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସତ୍ୟପାଠରେ ଦର୍ଶାଯାଇଥିବା ବାସସ୍ଥାନ ଠିକଣା ତଦନ୍ତସାପେକ୍ଷ। ଉଲ୍ଲେଖ ଥିବା ଚନ୍ଦନପୁର ପଞ୍ଚାୟତ ଚିହ୍ନଟ ଜମିରେ ବିଧାୟକ ବେହେରାଙ୍କର କୌଣସି ପଟ୍ଟା ନାହିଁ। ସେହିପରି ଜାତିଗତ କ୍ଷେତ୍ରରେ ତାଙ୍କର କେଉଟ ବୋଲି ସତ୍ୟପାଠରେ ଉଲ୍ଲେଖ ଥିଲେ ମଧ୍ୟ ତାଙ୍କ ଭାଇ କାର୍ତ୍ତିକେଶ୍ୱର ବେହେରାଙ୍କର ଅନ୍ୟ ଏକ ପଟ୍ଟାରେ କୈବର୍ତ୍ତ ରହିଛି। ପ୍ରଦତ୍ତ ସତ୍ୟପାଠରେ ଖାତା ନଂ. ଓ ପ୍ଲଟ ନଂ.ରେ ମେଳ ରହୁନାହିଁ। ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେବା ଏକ ଅପରାଧ। ଏ ନେଇ ବିଧାନସଭାରେ ପ୍ରଶ୍ନ ହେବା ସହ ନ୍ୟାୟାଳୟକୁ ସେ ଯିବେ ବୋଲି ସମ୍ମିଳନୀରେ କହିଛନ୍ତି। ଅପରପକ୍ଷରେ ବିଧାୟକ ବେହେରାଙ୍କୁ ପଚାରିବାରେ ଏହା ହତାଶାର ପ୍ରତିଫଳନ। ୧୯୯୫, ୨୦୦୯ ଓ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଓ ପାର୍ଲାମେଣ୍ଟରେ ପ୍ରଣିତ ଆଇନ ଅନୁଯାୟୀ ଜାତିଗତ ପ୍ରମାଣପତ୍ର ପାଇଛନ୍ତି। ତାଙ୍କ ଅଭିଯୋଗର ସମସ୍ତ ତଦନ୍ତକୁ ସେ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ବିଧାୟକ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?