୧ ଟଙ୍କାରେ ୩୦ ଦିନ ଯାଏ ୨ ଜିବି ଡାଟା, ଅସୀମିତ ମାଗଣା କଲିଂ…ଏହି ଟେଲିକମ୍‌ କମ୍ପାନୀ ଆଣିଲା ଜବରଦସ୍ତ ଅଫର…

ନୂଆଦିଲ୍ଲୀ,୧।୮: ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ (BSNL) ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଭଳି ବେସରକାରୀ କମ୍ପାନୀଙ୍କୁ ଟକ୍କର ଦେବା ପାଇଁ ସ୍ବାଧୀନତା ଦିବସ ପୂର୍ବରୁ ଏକ ଆକର୍ଷଣୀୟ ପ୍ଲାନ ‘ଆଜାଦୀ କା ପ୍ଲାନ’ ଆରମ୍ଭ କରିଛି। ମାତ୍ର ୧ ଟଙ୍କାରେ ଲଞ୍ଚ ହୋଇଥିବା ଏହି ପ୍ଲାନରେ ଗ୍ରାହକମାନେ ହାଇ-ସ୍ପିଡ୍‌ ଡାଟା, ଅସୀମିତ କଲିଂ, ଏସ୍‌ଏମ୍‌ଏସ୍‌ ଏବଂ ମାଗଣା ସିମ୍‌ର ସୁବିଧା ପାଇପାରିବେ। ଏହି ପ୍ଲାନ BSNL ସେବା ଅନୁଭବ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଉତ୍ତମ ସୁଯୋଗ ଆଣିଦେଇଛି।
ବିଏସ୍‌ଏନ୍‌ଏଲ୍‌ X ପ୍ଲାଟଫର୍ମରେ ଏହି ପ୍ଲାନ୍‌ ବିଷୟରେ ସୂଚନା ଦେଇ କହିଛି, ମାତ୍ର ୧ ଟଙ୍କାରେ ଆଜାଦୀ କା ପ୍ଲାନରେ ବିଏସ୍‌ଏନ୍‌ଏଲ୍‌ ସହିତ ପ୍ରକୃତ ଡିଜିଟାଲ ସ୍ବାଧୀନତା ଅନୁଭବ କରନ୍ତୁ।
୧ ଟଙ୍କା ପ୍ଲାନ ନେଇ ସୂଚନା:
ଡାଟା: ପ୍ରତିଦିନ ୨ ଜିବି ହାଇ-ସ୍ପିଡ ଡାଟା
କଲିଂ: ଅସୀମିତ ଭଏସ କଲିଂ
ଏସ୍‌ଏମ୍‌ଏସ୍‌: ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌
ବୈଧତା: ୩୦ ଦିନ
ଅଫର ଅବଧି: ୧ ଅଗଷ୍ଟ ୨୦୨୫ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ
ଏହି ଅଫର କେବଳ ଅଗଷ୍ଟ ମାସ ପାଇଁ ବୈଧ। ତେଣୁ, ୩୧ ଅଗଷ୍ଟ ମଧ୍ୟରେ ଏହି ପ୍ଲାନ ନେବାକୁ ଚାହୁଁଥିବା ଗ୍ରାହକମାନେ ତୁରନ୍ତ ନିକଟସ୍ଥ ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ସେବା କେନ୍ଦ୍ର କିମ୍ବା ରିଟେଲରଙ୍କ ନିକଟକୁ ଯାଇ ଏହାର ଲାଭ ଉଠାଇ ପାରିବେ।
ବର୍ତ୍ତମାନ ପର୍ଯ୍ୟନ୍ତ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଭଳି ବେସରକାରୀ କମ୍ପାନୀଗୁଡ଼ିକ ଏପରି କୌଣସି ଅଫର ଆରମ୍ଭ କରିନାହାନ୍ତି। ତେବେ ବିଏସ୍‌ଏନ୍‌ଏଲ୍‌ର ଏହି ଆକର୍ଷଣୀୟ ପ୍ଲାନକୁ ଦେଖି ଏହି କମ୍ପାନୀଗୁଡ଼ିକ ମଧ୍ୟ ଶୀଘ୍ର ସମାନ ଧରଣର ଅଫର ଆଣିପାରନ୍ତି।

ଟ୍ରାଇ ତଥ୍ୟ ଅନୁଯାୟୀ, ୩୦ ଜୁନ ୨୦୨୫ ସୁଦ୍ଧା ବିଏସଏନଏଲ ୩,୦୫,୭୬୬ ଓ ୱାୟାରଲେସ ଗ୍ରାହକ ହରାଇଛି, ଯାହା ଫଳରେ ଏହାର ମୋଟ ଗ୍ରାହକ ସଂଖ୍ୟା ୯,୦୪,୬୪,୨୪୪କୁ ଖସି ଆସିଛି। ଏଥିରୁ ୨,୯୮,୨୨,୪୦୭ ଗ୍ରାମାଞ୍ଚଳର ଗ୍ରାହକ। ଏହି ନୂଆ ପ୍ଲାନ ବିଏସ୍‌ଏନ୍‌ଏଲ୍‌କୁ ନୂଆ ଗ୍ରାହକ ଆକର୍ଷଣ କରିବାରେ ସାହାଯ୍ୟ କରିପାରେ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?