ଜାଣନ୍ତି ଭାରତର କେଉଁ ସହରରେ ଲାଗିଥିଲା ପ୍ରଥମ ଷ୍ଟ୍ରିଟ୍‌ ଲାଇଟ୍‌

ବେଙ୍ଗାଲୁରୁ,୨୧ା୧୨: ସମୟ ଥିଲା ଲୋକେ ବିଜୁଳି ଆଲୁଅ କ’ଣ ଜାଣି ନ ଥିଲେ କି ଦେଖି ନ ଥିଲେ। ବର୍ତ୍ତମାନ ସମୟରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁସ୍ଥାନରେ ଲୋକେ ବିଜୁଳି ଦେଖିସାରିଲାଣି। ମାତ୍ର ଜାଣନ୍ତି କି ଭାରତର ପ୍ରଥମେ କେଉଁ ସହରରେ ବିଜୁଳି ଆଲୁଅ ଦେଖିବାକୁ ମିଳିଥିଲା। ଏସିଆର ପ୍ରଥମ ଷ୍ଟ୍ରିଟ୍‌ ଲାଇଟ୍‌ ୧୯୦୫ ଅଗଷ୍ଟରେ ବେଙ୍ଗାଲୁରୁକୁ ଆସିଥିଲା। ସହରର ୧୦୦ଟି ସ୍ଥାନରେ ଏହି ଲାଇଟ୍‌ ସ୍ଥାପନ କରାଯାଇଥିଲା। ଫଳରେ ସାରା ସହର ଆଲୋକମୟ ହୋଇଉଠିଥିଲା। ଗୋଟିଏ ବର୍ଷ ମଧ୍ୟରେ ୮୬୧ ଷ୍ଟ୍ରିଟ ଲାଇଟ୍‌ ଏବଂ ୧୬୩୯ ଘରୋଇ ସଂଯୋଗ ଥିଲା


ପୁରାତନ ବେଙ୍ଗାଲୁରୁବାସୀ ହୁଏତ କିରୋସିନ ଲ୍ୟାମ୍ପ୍‌କୁ ମନେ ରଖି ନ ପାରନ୍ତି। ମାତ୍ର ସେହିଦିନ ଷ୍ଟାଣ୍ଡବାଇ ଭାବରେ ଏହା ବ୍ୟବହୃତ ହୋଇଥିଲା। ଆଜିକାଲି ଆମେ ଜେନେରେଟର, ଇନଭର୍ଟରରୁ ଆଲୋକ ପାରିପାରୁଛେ। ଏହି କିରୋସିନ ଲ୍ୟାମ୍ପ କିମ୍ବା ଏହି ଦୀପଗୁଡ଼ିକର ପରିବର୍ତ୍ତନ ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ ବେଙ୍ଗାଲୁରୁର ମୁଖ୍ୟ ରାସ୍ତାକୁ ଆଲୋକିତ କରିଥିଲା।

ଷ୍ଟ୍ରିଟ୍‌ ଲ୍ୟାମ୍ପ ପାଇଁ ସ୍ଥାନୀୟ ପ୍ରଶାସନ ସେତେବେଳେ ୩ ଜଣଙ୍କୁ ନିଯୁକ୍ତ କରିଥିଲା। ଜଣେ ଜଳୁଥିବା ଇନ୍ଧନ ଦ୍ୱାରା ଛାଡ଼ିଥିବା କଳା ଧୂଆଁକୁ ସଫା କରିବାକୁ ନିଯୁକ୍ତି ପାଇଥିବା ବେଳେ ଅନ୍ୟ ଜଣେ ଗ୍ୟାସ୍‌ ପମ୍ପ କରିବା ପାଇଁ ଏବଂ ଅନ୍ୟ ଜଣେ ନିଆଁକୁ ଆୟତ୍ତ କରିବା ପାଇଁ ନିଯୁକ୍ତି ପାଇଥିଲେ। ଏହି କାମ କେବଳ ସନ୍ଧ୍ୟାରେ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri