Posted inଫୁରସତ

୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ଏହି ବ୍ୟବସାୟୀ, ଶହେ ସନ୍ତାନର ଜନକ ହେବାକୁ ରଖିଛନ୍ତି ଇଚ୍ଛା

ଉଗାଣ୍ଡାର ଜଣେ ବ୍ୟବସାୟୀ ଗୋଟିଏ ଦିନରେ ୭ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ସେହି ବ୍ୟବସାୟୀଙ୍କ ନାମ ହବିବ ଏନ୍‌ସିକୋନେ(୪୩)। ସେ ଜଣେ ପ୍ରସିଦ୍ଧ ଟ୍ରାଡିଶନାଲ ହିଲର। ସେ କହିଛନ୍ତି, ପ୍ରତ୍ୟେକ ଝିଅ ମୋତେ ହଁ କହିବା ପରେ ହବିବ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିଥିଲେ। ଯାହାଙ୍କ ମହାନତା ଅତିଥିମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Image

ଏକ ରିପୋର୍ଟ ଅନୁଯାୟୀ, ହବିବ ତାଙ୍କର ପ୍ରତ୍ୟେକ ସ୍ତ୍ରୀଙ୍କୁ ଏକ ନୂଆ କାର୍‌ ଉପହାର ଦେଇଛନ୍ତି। ସେ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କୁ ଅନେକ ଉପହାର ମଧ୍ୟ ଦେଇଛନ୍ତି। ତାଙ୍କ ଏହି ୭ ସ୍ତ୍ରୀଙ୍କ ମଧ୍ୟରେ ଦୁଇ ଭଉଣୀ ମଧ୍ୟ ଅଛନ୍ତି। ସେ ତାଙ୍କ ପିତାମାତାଙ୍କୁ ମୋଟରସାଇକେଲ ମଧ୍ୟ ଦେଇଛନ୍ତି। ଏହା ହବିବଙ୍କ ପ୍ରଥମ ବିବାହ ନୁହେଁ। ତାଙ୍କର ପୂର୍ବରୁ ଜଣେ ସ୍ତ୍ରୀ ଅଛନ୍ତି। ତାଙ୍କ ନାମ ମୁସାନୁସା।

Image

ହବିବଙ୍କ ବିବାହ ରିସେପ୍ସନ ବହୁତ ବଡ଼ ଥିଲା। କନ୍ୟାଙ୍କ ସହ କନ୍ୟାଯାତ୍ରୀମାନେ ୪୦ ଲିମୋ ଏବଂ ୩୦ ମୋଟରସାଇକେଲରେ ବିବାହ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରୁ ଜଣେ କହିଥିଲେ, ‘କିଛି ଲୋକ ଏହା ପ୍ରକୃତ ବୋଲି ବିଶ୍ୱାସ କରିପାରିଲେ ନାହିଁ। ପ୍ରଥମ ଥର ପାଇଁ ସେମାନେ ଏଭଳି କାର୍ଯ୍ୟକ୍ରମ ଦେଖିଲେ।‘ ଏକ ବିଶାଳ ରିସେପ୍ସନ ପରେ ହବିବ ଏକ ବଡ଼ ଗାଡିରେ କନ୍ୟାମାନଙ୍କ ସହିତ ତାଙ୍କ ଘରେ ପହଞ୍ଚିଥିଲେ।

ରିସେପ୍ସନରେ ହବିବ ତାଙ୍କ ସ୍ତ୍ରୀଙ୍କୁ ପ୍ରଶଂସା କରି ଅତିଥିମାନଙ୍କୁ କହିଥିଲେ, ‘ମୋର ପତ୍ନୀମାନେ ପରସ୍ପର ପ୍ରତି ଈର୍ଷା କରନ୍ତି ନାହିଁ। ଏକ ବଡ଼ ଖୁସି ପରିବାର ଗଠନ ପାଇଁ ସମସ୍ତଙ୍କୁ ଏକାଥରକେ ବିବାହ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ଅଧିକ ସ୍ତ୍ରୀ ପାଇବାକୁ ଯୋଜନା କରୁଛନ୍ତି। ଯାହା ଦ୍ୱାରା ସେ ୧୦୦ ସନ୍ତାନର ଜନକ ହୋଇପାରିବେ। ସେ କହିଛନ୍ତି, ‘ମୋ ପରିବାରରେ ବହୁତ କମ୍‌ ଲୋକ ଅଛନ୍ତି, ତେଣୁ ମୁଁ ଅନେକ ସନ୍ତାନ ପାଇବାକୁ ଚାହୁଁଛି। ଯାହା ଦ୍ୱାରା ଆମର ଏକ ବଡ଼ ପରିବାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?