ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ସେଥିରେ ଦୁଇଟି କୁକୁର ଜିମ୍ ସେଣ୍ଟରରେ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଛି। ସେଥିରୁ ଗୋଟିଏ କୁକୁର ଠିକ୍ ଭାବେ ବ୍ୟାୟାମ କରୁଥିବା ବେଳେ ଆଉ ଜଣେ ଅଳସୁଆ ଭାବେ କରୁଛି। ଏହି ଭିଡିକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ଟୁ ଟାଇପ୍ସ ଅଫ ମର୍ଣ୍ଣିଂ ରାଇଜର୍ସ’।ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Two types of early morning risers 😌 pic.twitter.com/BSkjQAsAru
— Susanta Nanda IFS (@susantananda3) August 13, 2020