Posted inଜାତୀୟ

୪୦ ବର୍ଷ ବୟସରେ ଯମଜ ସନ୍ତାନର ମାଆ ହେଲେ ଅଭିନେତ୍ରୀ,କହିଲେ ବିବାହ ନ କରି…

ବେଙ୍ଗାଲୁରୁ,୬।୭: କନ୍ନଡ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭାବନା ରମନ୍ନା ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଅମିତାଭ ବଚ୍ଚନଙ୍କ ବଲିଉଡ ଫିଲ୍ମ ‘ଫ୍ୟାମିଲି’ରେ ଅଭିନୟ କରିଥିବା ୪୦ ବର୍ଷୀୟା ଭାବନା ରମନ୍ନା ବିବାହ ନକରି ଆଇଭିଏଫ (ଇନ ଭିଟ୍ରୋ ଫର୍ଟିଲାଇଜେସନ) ମାଧ୍ୟମରେ ଗର୍ଭବତୀ ହୋଇଛନ୍ତି ଏବଂ ସେ ଯମଜ ସନ୍ତାନର ମାତା ହେବେ ବୋଲି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।

ଭାବନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ବମ୍ପ ସହିତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ କେବେ ଭାବି ନଥିଲି ଯେ ମୁଁ ଏହା କହିବି, କିନ୍ତୁ ଦେଖନ୍ତୁ, ମୁଁ ୬ ମାସର ଗର୍ଭବତୀ, ଯମଜ ସନ୍ତାନ ସହିତ। ଯେତେବେଳେ ମୁଁ ୨୦ କିମ୍ବା ୩୦ ବର୍ଷର ଥିଲି, ମାତୃତ୍ୱ ବିଷୟରେ ଭାବି ନଥିଲି। କିନ୍ତୁ ୪୦ ବର୍ଷ ବୟସରେ ଏହି ଇଚ୍ଛା ମନରେ ଜାଗିଲା। ଜଣେ ଅବିବାହିତା ମହିଳା ଭାବେ ଏହି ରାସ୍ତା ସହଜ ନଥିଲା। ଅନେକ ଆଇଭିଏଫ କ୍ଲିନିକ ମୋତେ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ବେଙ୍ଗାଲୁରୁର ଜଣେ ଡାକ୍ତର ମୋତେ ସମର୍ଥନ ଦେଇଥିଲେ ଏବଂ ପ୍ରଥମ ଚେଷ୍ଟାରେ ମୁଁ ଗର୍ଭବତୀ ହୋଇଥିଲି।

ଭାବନା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବାପା, ଭାଇ, ଭଉଣୀ ଏବଂ ନିକଟତମ ବନ୍ଧୁମାନେ ତାଙ୍କ ଏହି ନିଷ୍ପତ୍ତିରେ ଗର୍ବ ଓ ପ୍ରେମର ସହିତ ତାଙ୍କ ସହ ରହିଛନ୍ତି। ସେ କହିଛନ୍ତି, ମୋର ସନ୍ତାନମାନଙ୍କର ପିତା ନାହାଁନ୍ତି, କିନ୍ତୁ ମୁଁ ଏହି ଯାତ୍ରାରେ ଏକା ନୁହେଁ। ମୋ ପରିବାର ମୋ ସହ ଅଛି।

ଭାବନାଙ୍କ ଏହି ଧାର୍ଯ୍ୟ ନିଷ୍ପତ୍ତି ସମାଜରେ ଏକ ନୂଆ ଆଲୋଚନା ସୃଷ୍ଟି କରିଛି। ଅବିବାହିତା ମହିଳାଙ୍କୁ ଆଇଭିଏଫ ମାଧ୍ୟମରେ ମାତୃତ୍ୱ ଗ୍ରହଣ କରିବାର ଅଧିକାର ଉପରେ ଦୀର୍ଘ ସମୟ ଧରି ଆଇନଗତ ପ୍ରତିବନ୍ଧକ ରହିଥିଲା। କିନ୍ତୁ ଆଇନରେ ପରିବର୍ତ୍ତନ ଆସିବା ପରେ ଭାବନା ଏହି ସୁଯୋଗର ଲାଭ ଉଠାଇଛନ୍ତି। ତାଙ୍କ ଏହି ପଦକ୍ଷେପକୁ ଅନେକେ ସାହସୀ ଏବଂ ପ୍ରେରଣାଦାୟୀ ବୋଲି କହୁଛନ୍ତି।

ଭାବନା ରମନ୍ନା କନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଓ ଭରତନାଟ୍ୟମ ନୃତ୍ୟାଙ୍ଗନା ଭାବେ ପରିଚିତ। ସେ ମୁମ୍ବାଇରେ କିଛି ବର୍ଷ ରହି ଅମିତାଭ ବଚ୍ଚନଙ୍କ ସହ ‘ଫ୍ୟାମିଲି’ ଫିଲ୍ମରେ କାମ କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବେବି ବମ୍ପ ଫଟୋ ଏବେ ଭାଇରାଲ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ଖଡିଆଳ କଂଗ୍ରେସର ବିରୋଧ

ଖଡ଼ିଆଳ,୧୪ା୭ (ସୁଜିତ କୁମାର ପ୍ରଧାନ)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନୂଆପଡ଼ା ଜିଲା ଖଡ଼ିଆଳ କଂଗ୍ରେସ ପକ୍ଷରୁ ବିରୋଧ...

କାର୍‌-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ପଁର୍ରାପାଟ ମନ୍ଦିର ନିକଟରେ ସୋମବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ ସଡକ ଦୁର୍ଘଟଣା ଘଟିଛି।...

ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ...

ଭାଜପାକୁ ଚେତାବନୀ ଦେଲେ ଓମାର ଅବଦୁଲ୍ଲା: କହିଲେ, କାଲି ଯଦି ନିର୍ବାଚନ ହୁଏ…

ଶ୍ରୀନଗର,୧୪।୭:ଜୁଲାଇ ୧୩ରେ ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ଶ୍ରୀନଗରର ଶହୀଦ କବରସ୍ଥାନରେ କାନ୍ଥ ଚଢ଼ି ପୋଲିସ ସହ ସଂଘର୍ଷର...

ଝାଡାବାନ୍ତି ଅଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା। ପ୍ରଭାବରେ ୩ଜଣ ମୃତ୍ୟୁ ହୋଇଛି। ସୋମବାର...

ବରଗଡ଼ରେ ପୁଣି ସ୍କ୍ରବ ଟାଇଫସ୍: ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଆତଙ୍କିତ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ):  ବରଗଡ଼ ଜିଲାକୁ ପୁଣି ସ୍କ୍ରବ୍ ଟାଇଫସ୍ ରୋଗ ଫେରିଛି। ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍...

ପୁଅ ବିବାହ କରିବାକୁ ରାଜି ନ ହେବାରୁ ପ୍ଲାଟଫର୍ମରେ କୀଟନାଶକ ପିଇଦେଲେ  ମା’ବାପା: ପରେ…

ଦିଗପହଣ୍ଡି,୧୪।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏମ.ରଞ୍ଜନ ଦୋରା ବିବାହ କରିବାକୁ ରାଜି ନ ହେବାରୁ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri