
ଝାରସୁଗୁଡା,୬।୭(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲାରେ ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳ ଜଳ ଘେରରେ ରହିଛି। ଝାରସୁଗୁଡା ଜିଲା ସଦର ବ୍ଲକର କାତିକେଲା ଗ୍ରାମର ଚତୁର୍ପାଶ୍ୱରେ ଜଳ ଘେରି ରହିଥିବା ବେଳେ ବ୍ରଜରାଜନଗର ଇଟାଭଟା ଅଂଚଳ ଜଳମଗ୍ନ ହୋଇଥିବାରୁ ଝାରସୁଗୁଡା ଜିଲାପାଳ ଆବୋଲି ସୁନୀଲ ନରଓ୍ବାଣେଙ୍କ ସମେତ ଜିଲା ପ୍ରଶାସନ, ପୋଲିସ ଅଧିକାରୀଙ୍କ ସମେତ ବହୁ ସାମାଜିକ କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବେଲପାହାଡରେ ଏକ ଟ୍ରକ ବଢ଼ି ପାଣିରେ ଭାସି ଯାଇଥିବା ସହିତ ୩ ରୁ ୪ ଜଣ ବାଇକ ଆରୋହୀ ମଧ୍ୟ ବଢ଼ି ପାଣିରେ ଭାସି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।