ଖାଇବା ପୂର୍ବରୁ ଭାବନ୍ତୁ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥାଉ। କାରଣ ଏମିତି ସବୁ ଖାଦ୍ୟ ରହିଛି ଯାହାକୁ ଏକ ସମୟରେ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେବା ସହ ଅନେକ ସମୟରେ ମୃତ୍ୟୁର କାରଣ ମଧ୍ୟ ସାଜିପାରେ …
କୋଲ୍ଡଡ୍ରିଙ୍କ୍ସ ସହିତ ମିଣ୍ଟ- ହୋଟେଲ୍‌ରେ ଖାଇବା ପରେ ମସଲା କୋଲ୍ଡଡ୍ରିଙ୍କ୍ସ (ବିଶେଷ କରି ପୋଦିନା, ଲେମ୍ବୁ ପଞ୍ଚ) ପିଇବାର ଚାର୍ମ ଅଲଗା। ଯଦି ଆପଣଙ୍କର ବି ଏହି ଅଭ୍ୟାସ ରହିଛି ତେବେ ସତର୍କ ହୋଇଯାଆନ୍ତୁ, କାରଣ କୋଲ୍ଡଡ୍ରିଙ୍କ୍ସ ସହିତ ପୋଦିନା ମିଶିବା ଦ୍ୱାରା ପ୍ରସ୍ତୁତ ହେଉଥିବା ସାଇନାଇଡ଼ ଏକ ପ୍ରକାର ବିଷ ଯାହାଦ୍ୱାରା ମୃତ୍ୟୁର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ଏମିତିକି କୋଲ୍ଡଡ୍ରିଙ୍କ୍ସ ପିଇବାର ତୁରନ୍ତ ପରେ ପୋଦିନା ବା ମିଣ୍ଟଯୁକ୍ତ ଚ୍ବିଙ୍ଗ୍‌ଗମ୍‌ କିମ୍ବା ପାନ ମସଲା ମଧ୍ୟ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ।
ଭେଣ୍ଡି ସହ କଲରା ଓ ମୂଳା – ଭେଣ୍ଡିରେ ତିଆରି ଖାଦ୍ୟ ଖାଇବା ସହ କେବେ ବି କଲରା ଓ ମୂଳା ଖାଆନ୍ତୁ ନାହିଁ । ଭେଣ୍ଡି ସହ କଲରା ଖାଇଲେ ଏହା ପେଟ ଭିତରେ ବିଷ ହୋଇ ଯିବାର ଆଶଙ୍କା ରହିଛି। ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଆଉ ଭେଣ୍ଡି ସହ ମୂଳା ଖାଇଲେ ଏହା ଶରୀରରେ ଧଳା ଛଉ ଓ ବିଭିନ୍ନ ଚର୍ମରୋଗର କାରଣ ସାଜିଥାଏ ।
ଫଳ ସହିତ ମାଂସ- ଫଳ ଖାଇବା ପରେ ମିଲ୍‌ ବା ଫଳ ସହିତ ମିଲ୍‌ରେ ଶୁଖିଲା ଖାଦ୍ୟ, ମାଛ, ମାଂସ ବା ଆମିଷ ଜାତୀୟ ଖାଦ୍ୟ ଖାଇବା ଅନୁଚିତ। କାରଣ ଏହାଦ୍ୱାରା କିଛି ସମୟରେ ଆମର ପାଚନ ପ୍ରକ୍ରିୟାରେ ବାଧା ସୃୃଷ୍ଟି ହୋଇଥାଏ ବା ଖାଦ୍ୟ ନଳୀରେ ଖାଦ୍ୟ ଅଟକିଯାଇ ଶ୍ୱାସରୁଦ୍ଧ କରିପାରେ । ଏହାଛଡା ବିଭିନ୍ନ ପ୍ରକାର ପେଟ ସମସ୍ୟା ମଧ୍ୟ ଦେଖାଦେଇଥାଏ ।
ବର୍ଗର ଓ ଫ୍ରାଇଜ୍‌- ଆମେ ସାଧାରଣତଃ ବର୍ଗର ସହ ଫ୍ରାଇଜ୍‌ ଖାଇଥାଉ। କିନ୍ତୁ ପ୍ରକୃତରେ ଏହି ଦୁଇଟି ଜିନିଷକୁ ଏକା ସହିତ ଖାଇବା ଉଚିତ ନୁହେଁ ।
ଏହି ଦୁଇଟି ଖାଦ୍ୟ ମେଦ ବଢେଇବା ସହିତ ବର୍ଗରର ପୁର ଓ ଚିପ୍ସ ଦୁଇଟି ଯାକ ଡିପ୍‌ ଫ୍ରାଏ କରାଯାଇ ଥିବାରୁ ଏହା ରକ୍ତରେ ଶର୍କରା ମାତ୍ରା ବଢାଇଥାଏ ଓ ଶରୀରକୁ ହାଲିଆ ଓ ନିଦୁଆ କରିଥାଏ ।
ଫଳ ସହିତ ଦହି- ଦହିରେ ଛୋଟ ଛୋଟ କଟା ହୋଇଥିବା ଫଳର କମ୍ବିନେଶନ ଦେଖିବାକୁ ଯେତିକି ମନଲୋଭା, ଖାଇବାକୁ ବି ସେତିକି ଟେଷ୍ଟି। ହେଲେ ଆପଣ ଜାଣନ୍ତିକି ଏହି କମ୍ବିନେଶନ ସ୍ବାସ୍ଥ୍ୟ ପକ୍ଷେ ଅଦୌ ହିତକର ନୁହେଁ। କାରଣ ଉଭୟ ଅମ୍ଳଯୁକ୍ତ ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ଶରୀରରେ ପ୍ରାକୃତିକ ଅମ୍ଳ କ୍ଷରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ସାଇନସ୍‌ ଏବଂ କୋଷ୍ଟକାଠିନ୍ୟ ଭଳି ସମସ୍ୟାର ବି କାରଣ ସାଜିଥାଏ।
ପେସ୍ତାବାଦମ ଓ ଅଲିଭ ତେଲ- ପେସ୍ତାବାଦମ ଓ ଅଲିଭ ତେଲମିଶା ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହେବାର ଆଶଙ୍କା ବେଶି ା କାରଣ ବାଦାମରେ ଥିବା ପ୍ରୋଟିନ୍‌ ଓ ସାରାଂଶ ଅଲିଭ ତେଲ ସହିତ ମିଶେ ନାହିଁ ା ତେଣୁ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ।
କ୍ଷୀର ସହ ଦହି- କେବେ ବି କ୍ଷୀର ସହ ଦହି ବା ଖଟା ଜିନିଷ ଖାଆନ୍ତୁ ନାହିଁ ା କାରଣ ଏଥିରେ ଥିବା ଏସିଡ୍‌ ଯୋଗୁ ବାନ୍ତି ଓ ପେଟ ଖରାପ ହୋଇପାରେ ା
ମାଛ ସହ କ୍ଷୀର- ମାଛ ଖାଇବା ସହିତ ବା ପରେ କ୍ଷୀର ପିଇବା ଅନୁଚିତ । କାରଣ ଏହା ଯୋଗୁ ସଙ୍ଗେ ସଙ୍ଗେ ତ୍ୱଚା ରୋଗ, ଆଲର୍ଜି ଓ ଗ୍ୟାସ୍‌ ଆଦି ହୋଇଥାଏ ା
କ୍ଷୀର ସହ କଲରା, ଲେମ୍ବୁ, ଲୁଣ – କ୍ଷୀର ସହ କଲରା, ଲେମ୍ବୁ, ଲୁଣ ଆଦି ମିଶେଇ ଖାଇବା ଉଚିତ ନୁହେଁ ା
ଏହାଦ୍ୱାରା ଆଲର୍ଜି, କାଛୁକୁଣ୍ଡିଆ, ଚର୍ମରୋଗ ଆଦିର କାରଣ ହୋଇଥାଏ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?