ଶ୍ରୀଲଙ୍କାରେ ହାହାକାର: ହଳଦି ୩,୫୮୩ ଟଙ୍କା

କଲମ୍ବୋ,୯ ।୪: ଶ୍ରୀଲଙ୍କା ୭୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ସାମନା କରିଛି । ଗତ ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀରେ ୩୯ ପ୍ରତିଶତ ବୃଦ୍ଧି ଏକ ରେକର୍ଡ ବୋଲି କୁହାଯାଉଛି । ଶ୍ରୀଲଙ୍କା କରେନ୍ସି(ଏଲକେଆର୍‌)ର ଭାଲ୍ୟୁ ଡଲାର ତୁଳନାରେ ଅଧା ହୋଇଯାଇଛି । ଯାହା ଫଳରେ ଜରୁରୀ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି । ଡିଜେଲ-ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ପର୍ଯ୍ୟନ୍ତ ବହୁଗୁଣା ବୃଦ୍ଧି ପାଇଛି । ଏହା ସାଧାରଣ ଜନତାଙ୍କ ଜୀବନ ଉପରେ ଖୁବ୍ ପ୍ରଭାବ ପକାଉଛି । ଏବେ ଶ୍ରୀଲଙ୍କାରେ ପ୍ରେଟ୍ରୋଲ ଲିଟର ପିଛା ଦାମ ୨୫୪ ଟଙ୍କା ହୋଇଥିବା ବେଳେ ଡିଜେଲ ୧୭୬ ଟଙ୍କା ହୋଇଛି । ସେହିପରି ରୋଷେଇ ଗ୍ୟାସ ୨,୭୫୦ ଟଙ୍କାରେ ପହଞ୍ଚିଥିବା ବେଳେ ହଳଦି କିଲୋଗ୍ରାମର ଦାମ ରହିଛି ୩,୫୮୩.୩୩ଟଙ୍କା । ଚାଉଳ, ଚିନି, ଡାଲିର ଦାମ ବି ଆକାଶ ଛୁଆଁ ।
ଶ୍ରୀଲଙ୍କା ନିକଟରେ ଏବେ ମାତ୍ର ୨.୩୧ ଅରବ ଡଲାର ରହିଛି । ବିଦେଶି ମୁଦ୍ରା ଭାବେ କେବଳ ୧୭.୫ କୋଟି ଟଙ୍କା ରହିଛି । ଶ୍ରୀଲଙ୍କା ଅଶୋଧିତ ତୈଳ ଓ ଅନ୍ୟ ସାମଗ୍ରୀ ପାଇଁ ବର୍ଷକୁ ୯୧ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶ୍ରୀଲଙ୍କା ପାଖରେ ରହିଛି ମାତ୍ର ୧୭.୫ ହଜାର କୋଟି ଟଙ୍କା ।
ଚାଇନାର ଶ୍ରୀଲଙ୍କା ଉପରେ ୫ ବିଲିୟନ ଡଲାରରୁ ଅଧିକ ଋଣ ଥିବା ବେଳେ ଭାରତ ଓ ଜାପାନ ଭଳି ଦେଶ ବ୍ୟତୀତ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଆଇଏମଏଫ) ଭଳି ସଂସ୍ଥାରୁ ମଧ୍ୟ ଶ୍ରୀଲଙ୍କା ଉଧାର ନେଇଛି । ସରକାରୀ ସୂଚନା ମୁତାବକ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଶ୍ରୀଲଙ୍କା ଉପରେ ମୋଟ ୩୫ ବିଲିୟନ ଡଲାର ବିଦେଶୀ ଋଣ ଥିଲା ଯାହା ଏବେ ୫୧ ଅରବ ଡଲାରରେ ପହଞ୍ଚି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri