ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ, ନିର୍ଧୂମ ଛେଚିଲେ ଗ୍ରାମବାସୀ

ମାଲକାନଗିରି,୭ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ପଦ୍ମଗିରି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦ୍ଦେଶ୍ୟରେ ପଶି ଆସିଥିଲେ। ଚୋରମାନେ ପଦ୍ମଗିରି ଗ୍ରାମରେ ପଶି ଚୋରି କରିବାକୁ ଯାଉଥିବା ବେଳେ ଗ୍ରାମର କିଛି ଲୋକ ଏହି ଚୋର ଗ୍ୟାଙ୍ଗକୁ ଦେଖି କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେହି ଚୋରମାନଙ୍କ ନିକଟରେ ବନ୍ଧୁକ ଥିବାରୁ ସେମାନେ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲେ। ୭ ଚୋରଙ୍କ ମଧ୍ୟରୁ ୪ ଜଣ ଖସି ପଳାଇ ଥିବା ବେଳେ ୩ ଜଣ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଗ୍ରାମବାସୀ ସେହି ୩ ଜଣଙ୍କୁ ଅଟକାଇ ନିର୍ଧୂମ ପିଟିବା ସହ ସେମାନଙ୍କ ନିକଟରେ ଥିବା ୩ଟି ବନ୍ଧୁକ ଜବତ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ବନ୍ଧୁକଗୁଡ଼ିକ ନକଲି ବୋଲି ଜାଣିବାକୁ ପାଇଥିଲା। ପରେ ସେହି ଚୋରମାନଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପର୍ଲା,(ଡି.ଏନ୍‌.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ...

୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ...

ସମ୍ମେଟିଭ୍‌-୨ ପରୀକ୍ଷା ଫଳ ପ୍ରକାଶ ପାଉନି: ଦ୍ୱନ୍ଦ୍ୱରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର

ବାରିପଦା ଅଫିସ,୧୫।୫: ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି।...

ମେଡିକାଲ ଷ୍ଟୋରରୁ ଚୋରି ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ କ୍ରିଷ୍ଣା ମେଡିକାଲ ଷ୍ଟୋରରୁ ଚୋରି ଘଟଣାରେ ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ...

ମଣ୍ଡିରେ ପଡିଛି ୩ ହଜାର ବସ୍ତା ଧାନ

ମନମୁଣ୍ଡା, ୧୭।୬ (ଡି.ଏନ.ଏ)    ବୌଦ୍ଧ ଜିଲା ମନମୁଣ୍ଡା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ଏଠାରେ ୩ ହଜାର ବସ୍ତା ଧାନ ପଡି ରହିଛି...

ଭୂତଳ ଜଳସ୍ତର ହ୍ରାସ ଅଣାୟତ୍ତ : ନିଷ୍ପତ୍ତି ପତ୍ରରେ ସୀମିତ ଭୂତଳ ଜଳ ପୁନଃଭରଣ

ଯାଜପୁର ଅଫିସ,୭ା୧୦: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାମାସରେ ଚାରିଆଡେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯାଜପୁର ଜିଲାର ଖଣି...

ସୋସାଇଟି-ମିଲର ଅସାଧୁ ମେଣ୍ଟ, ରାସ୍ତାକୁ ଓହ୍ଲାଇବେ ଚାଷୀ

ଭଞ୍ଜନଗର୧୪।୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସ୍ଥାନରେ କାଗଜ କଲମରେ ମଣ୍ଡି ଖୋଲିଛି। ସୋସାଇଟି ଏବଂ ମିଲର ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଚିହ୍ନଟ ହୋଇଥିବା ସ୍ଥାନରେ...

ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୩।୫ – ଅନୁଗୋଳର କରଡ଼ାଗାଡ଼ିଆ ଠାରେ ଥିବା ଦେଶୀ ମଦ ଭାଟିକୁ ଲକ୍‌ଡାଉନ୍‌ ପୂର୍ବରୁ ସିଲ୍‌ କରାଯିବା ପରେ ବି ସେଠାରେ ଚୋରା...

Advertisement
Archives

Model This Week