Posted inଖେଳ

୧୫୨.୯୫ କିମି ପ୍ରତି ଘଣ୍ଟା: ଜାଣନ୍ତୁ ସବୁଠାରୁ ଦ୍ରୁତ ବୋଲିଂ କରି ଚର୍ଚ୍ଚାରେ ଥିବା ଉମ୍‌ରାନ୍‌ କିଏ, କୋହଲି ବି ଏବେ…

ଆବୁଧାବି,୭।୧୦: ରାତାରାତି ଖେଳାଳିଙ୍କ ଭାଗ୍ୟ ବଦଳାଇଥାଏ ଆଇପିଏଲ୍‌। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅନେକ ଯୁବ କ୍ରିକେଟର ଏହି ପ୍ଲାଟଫର୍ମରୁ ନିଜର କ୍ୟାରିୟର ଆରମ୍ଭ କରି ଏବେ ଦୁନିଆର ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଛନ୍ତି। ଏଭଳି କିଛି ଘଟିଛି ବୁଧବାର ଆବୁଧାବି ଗ୍ରାଉଣ୍ଡରେ। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଦ୍ରୁତ ବୋଲର୍‌ ଉମ୍‌ରାନ ମଲିକ ଚଳିତ ସଂସ୍କରଣର ସବୁଠାରୁ ଦ୍ରୁତ ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ଗତ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଖେଲିବାର ସୁଯୋଗ ପାଇଥିଲେ ଉମ୍‌ରାନ। ହେଲେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ଉକ୍ତ ମ୍ୟାଚ୍‌ରେ ସେ କୌଣସି ଉଇକେଟ ନେଇ ପାରି ନ ଥିଲେ। କେବଳ ନିଜ ବୋଲିଂ ଗତିକୁ ନେଇ ସମସ୍ତଙ୍କ ହୃଦୟ ଜିତିଥିଲେ। ମ୍ୟାଚ୍‌ ପରେ ଅଧିନାୟକ କେନ୍‌ ଓ୍ବିଲିୟମସନ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ଉମ୍‌ରାନ୍‌ଙ୍କ ଉଲ୍ଲେଖନୀୟ ବୋଲିଂକୁ ଦୃଷ୍ଟିରେ ରଖି ତାଙ୍କୁ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପ’ରେ ଖେଳାଯାଇଥିବା ମ୍ୟାଚ୍‌ରେ ସାମିଲ କରାଯାଇଥିଲା। ଏହି ମ୍ୟାଚ୍‌ରେ ସେ କିଛି ଭିନ୍ନ କରି ଦେଖାଇଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ଉମ୍‌ରାନ ୧୫୨.୯୫ କିମି ବେଗରେ ବୋଲିଂ କରିଥିଲେ। ଏହା ଚଳିତ ଆଇପିଏଲ୍‌ ସିଜନର ଦ୍ରୁତତମ ବଲ୍‌ ପ୍ରମାଣିତ ହୋଇଛି। ବୋଲର୍‌ ଏହି ମ୍ୟାଚ୍‌ରେ କେଏସ୍‌ ଭରତଙ୍କ ରୂପେ ପ୍ରଥମ ଉଇକେଟ ନେଇଥିଲେ। ସେ ୪ ଓଭରରେ ୨୧ ରନ୍‌ ଦେଇ ୧ ଉଇକେଟ ନେଇଥିଲେ। ତେବେ ମ୍ୟାଚ୍‌ରେ ହାଇଦ୍ରାବାଦ ବାଙ୍ଗାଲୋରକୁ ୪ ରନ୍‌ରେ ପରାସ୍ତ କରିଥିଲା।

ଉମ୍‌ରାନ ମଲିକ କିଏ?

ଏହି ଯୁବ ବୋଲର୍‌ ୧୯୯୯ ନଭେମ୍ବର ୨୨ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥଲେ। ଜମ୍ମୁ-କଶ୍ମୀର କ୍ରିକେଟ ଟିମ୍‌ ପାଇଁ ସେ ଘରୋଇ କ୍ରିକେଟ ଖେଳୁଛନ୍ତି।

ପ୍ରଶଂସାରେ ଶତମୁଖ ବିରାଟ:
ବାଙ୍ଗାଲୋର ବିପକ୍ଷରେ ପ୍ରଭାବୀ ବୋଲିଂ କରିବା ପରେ ଆର୍‌ସିବି ଏବଂ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ପ୍ରଶଂସା କରିଛନ୍ତି। ମ୍ୟାଚ୍‌ ପରେ ସେ ତାଙ୍କୁ ଭେଟିବା ସହ ଜର୍ସି ଏବଂ ଏକ ବଲ୍‌ରେ ଅଟୋଗ୍ରାଫ ମଧ୍ୟ ଦେଇଥିଲେ। ଏଥିସହ ଏଠାରେ ଜଣେ ବୋଲରଙ୍କୁ ୧୫୦ ବେଗରେ ବୋଲିଂ କରୁଥିବା ଦେଖି ଖୁସି ଲାଗିଲା ବୋଲି ବିରାଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନେ ଆଗରୁ ଫିଫା ବିଶ୍ୱକପ୍‌

ଜେନେଭା,୧୧ା୮(ପି.ଟି): ଫୁଟବଲ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି ଫିଫା। କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି...

ଆଇପିଏଲ୍‌କୁ ନେଇ ବଡ଼ ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜନକୁ ନେଇ ଏକ ବଡ଼ ଖୁଲାସା...

ସ୍ମ୍ରିତି ମନ୍ଧାନାଙ୍କ ପ୍ରଥମ ପସନ୍ଦ ଟେଷ୍ଟ କ୍ରିକେଟ; ଆଣ୍ଡରସନଙ୍କ ସହ କୋହଲିଙ୍କ କଥା କଟାକଟିକୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୨୫।୮: ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଓପନର ସ୍ମ୍ରିତି ମନ୍ଧାନା ନିଜ ଖେଳ ସହ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିପାଇଁ ତାଙ୍କୁ ‘ନ୍ୟାଶନାଲ କ୍ରସ୍‌’...

ୟୁଏଇରେ ଆଇପିଏଲ୍‌: ଏସିୟୁକୁ ଦାୟିତ୍ୱ ତୁଲାଇବା ସହଜ ହେବ

ନୂଆଦିଲ୍ଲୀ, ୨୭ା୭ (ପି.ଟି.)- ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିରୋଧୀ ଶାଖା...

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍‌ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନାମ

ନୂଆଦିଲ୍ଲୀ,୮।୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି...

ମନୋରଞ୍ଜନ କଲେ ଅର୍ଚ୍ଚିତା-ସବ୍ୟସାଚୀ

ଭାରତ-ୱେଲ୍ସ ମ୍ୟାଚର ପ୍ରଥମାର୍ଦ୍ଧରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଦୁହେଁ ପଡ଼ିଆ ମଧ୍ୟକୁ ଆସି ଚିୟର...

ପୋଗାକାରଙ୍କୁ କ୍ରମାଗତ ଦ୍ୱିତୀୟ ଟୁର୍‌ ଡି’ ଫ୍ରାନ୍ସ ଟାଇଟଲ

ପ୍ୟାରିସ, ୧୯ା୭: ଓଭର ଅଲ୍‌ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ବଜାୟ ରଖି ରହି ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଏମିରେଟ୍ସ) ଚଳିତ ବର୍ଷ ଟୁର୍‌ ଡି’...

ଟେଷ୍ଟ ପଦାର୍ପଣ କରିବେ ରୟ

ଲଣ୍ଡନ, ୧୮।୭ (ଏଏଫ୍‌ପି)- ଇଂଲଣ୍ଡକୁ ବିଶ୍ୱକପ୍‌ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟାର୍‌ ଖେଳାଳି ଜାସନ ରୟ ଟେଷ୍ଟ ପଦାର୍ପଣ କରିବାକୁ ଯାଉଛନ୍ତି।...

Advertisement
Archives

Model This Week