Posted inଫୁରସତ

ଇ-ମେଲ୍‌ ଯୋଗେ କ୍ଷମା ମାଗିଲେ ଚୋର

କେପ୍‌ଟାଉନ୍‌: ପ୍ରତ୍ୟେକ ଦିନ ଅଜବ ଘଟଣା ସବୁ ଖବରକାଗଜ ହେଉ ଅବା ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରିତ ହେଉଛି। ସାମାଜିକ ଗଣମାଧ୍ୟମରେ ଅସଂଖ୍ୟ ଘଟଣାବଳୀ ଶେୟାର ମଧ୍ୟ ହେଉଛି। ନିକଟରେ ଦକ୍ଷିଣ ଆଫ୍ରିକାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଲାପ୍‌ଟପ୍‌ ଚୋରି କରିବା ପରେ ମେଲ୍‌ ଜରିଆରେ ଲାପ୍‌ଟପ ମାଲିକଙ୍କୁ କ୍ଷମା ମାଗିବା ସହ ସଥିରେ ଥିବା ରିସର୍ଚ୍ଚ ପେପରର ଆଟାଚ୍‌ମେଣ୍ଟକୁ ମଧ୍ୟ ମେଲ୍‌ କରିଛନ୍ତି। ଉକ୍ତ ମେଲ୍‌ର ସ୍କ୍ରିନ୍‌ ସଟ୍‌ ଲ୍ୟାପ୍‌ଟପ୍‌ ମାଲିକ ଗୁଲୁଭା ଟୁଇଟରରେ ଶେୟାର କରିଛନ୍ତି। ଲାପ୍‌ଟପ୍‌ ଚୋରି ହେବା ପରେ ମନ ଦୁଃଖ ଥିବା ଗୁଲୁଭା ଚୋର ନିକଟରୁ ମେଲ୍‌ ଆସିବା ପରେ ସାମାନ୍ୟ ଆଶ୍ୱସ୍ତ ହୋଇଥିବା କ୍ୟାପ୍‌ଶନ୍‌ ଜରିଆରେ ଲେଖିଛନ୍ତି। ରିସର୍ଚ୍ଚ କାମରେ ଗୁଲୁଭା ବ୍ୟସ୍ତ ଥିଲେ ହେଁ ଚୋର ଜଣକ ନିଜ ଆବଶ୍ୟକତା ପୂରଣ କରିବା ଲାଗି ବାଧ୍ୟ ହୋଇ ଚୋରି କରିଥିବା ମେଲ୍‌ରେ ଲେଖିଥିବା ଜଣାପଡ଼ିଛି। ଯଦି ରିସର୍ଚ୍ଚ ପେପର ସମ୍ବନ୍ଧୀୟ ଆଉ କୌଣସି ତଥ୍ୟ ଆବଶ୍ୟକ ତେବେ ସୋମବାର ମଧ୍ୟାହ୍ନ ପୂର୍ବରୁ ତାଙ୍କୁ ମେଲ୍‌ କରିବାକୁ ଚୋର ଜଣକ କହିଛନ୍ତି। ମେଲ୍‌ର ରିପ୍ଲାଏ ଦେଇ ଗୁଭୁଲା ୨୨, ୫୪୯ ଟଙ୍କା ଦେଇ ଲାପ୍‌ଟପ୍‌ ନେଇଆସିବାକୁ ଚୋରକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଘଟଣା ସମ୍ପର୍କରେ ଗୁଲୁଭା ପୋଲିସକୁ ଜଣାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri