ଭୁବନେଶ୍ୱର,୨୯ା୧୨: ଟ୍ବିନ୍ ସିଟି ଅର୍ଥାତ୍ କଟକ-ଭୁବନେଶ୍ୱରରେ ଶୁକ୍ରବାର ଘନ କୁହୁଡ଼ି ଦେଖାଦେଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୫୦ ମିଟର ଦୂରତାରେ ବି ମୁହଁକୁ ମୁହଁ ଦିଶୁନି। ଦୁଇ-ତିନି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଟିକେ କମିଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳରେ ଶୀତର ଲହରି ଜାରି ରହିବା ସହ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି। ଫଳରେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଆଜି ଟ୍ବିନ୍ ସିଟିରେ ଏତେ ମାତ୍ରାରେ ଘନ କୁହୁଡ଼ି ଦେଖାଦେଇଛି ଯେ, ଗାଡ଼ିଚାଳକମାନେ ଲାଇଟ୍ ନ ଲଗାଇ ଗାଡ଼ି ଚଳାଇ ଯାଇ ପାରୁନାହାନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିଥିଲେ ମଧ୍ୟ କୋରାପୁଟ, ସୁନ୍ଦରଗଡ଼ ଏବଂ ଫୁଲବାଣୀରେ ଏବେ ବି ଶୀତର ଲହରି ଜାରି ରହିଛି।