ଲୁଟ୍‌ କରି ଅନ୍ୟ ରାଜ୍ୟକୁ ପଳାଉଥିଲେ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବିଭିନ୍ନ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଓ ଚଢ଼ାଉ କରି ଅନେକ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିବାରେ ସଫଳ ହୋଇଛି। ନିକଟରେ ଡକାୟତି କରୁଥିବା ବାଓ୍ବରିଆ ଗ୍ୟାଙ୍ଗର କେତେଜଣ ସଦସ୍ୟକୁ ପୋଲିସ ଧରିଥିବା ବେଳେ ସୋମବାର ପୁଣି ଏକ ଲୁଟେରା ଗ୍ୟାଙ୍ଗ ଏରାଗୁଲାର ୨ସଦସ୍ୟଙ୍କୁ ହାଇଟେକ୍‌ ଛକରୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ଠେଙ୍ଗାପାଲି ଗ୍ରାମର ଏମ୍‌. ଚକ୍ରବର୍ତ୍ତୀ ଓ ଏ. ନବୀନ। ସେମାନଙ୍କଠାରୁ ୮ଟି ମୋବାଇଲ ଫୋନ, ଚୋରା ବାଇକ୍‌ ଏବଂ ନଗଦ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି। ଯାଞ୍ଚବେଳେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଚୋରା ବାଇକ୍‌ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୁଟ୍‌, ଛିନ୍‌ତାଇ କରିବା ପରେ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଉଥିବା ଜଣାପଡ଼ିଥିଲା। ଅଭିଯୁକ୍ତଦ୍ୱୟଙ୍କ ଆନ୍ତଃରାଜ୍ୟ ଲିଙ୍କ୍‌ ଥିବାବେଳେ ଗଞ୍ଜାମ ଓ ଯାଜପୁରରେ ରହି ଅପରାଧର କାର୍ଯ୍ୟକଳାପ ଅପରେଟ କରିଥାନ୍ତି। ତେଣୁ ଏହି ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଖୁବ୍‌ଶୀଘ୍ର ଧରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ବିଶେଷକରି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଓ ଡିପୋଜିଟ କରିବାକୁ ଯାଉଥିବା ଗ୍ରାହକଙ୍କୁ ଟାର୍ଗେଟ କରିଥାନ୍ତି। ପରେ ଏମାନଙ୍କ ଭିତରୁ ଜଣେ ଦୁଇଜଣ ବ୍ୟାଙ୍କ ଭିତରେ ରହି ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖି ବାହାରେ ଥିବା ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖବର ଜଣାନ୍ତି। ଫଳରେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ପିଛା କରିବା ସହ ରାସ୍ତାରେ ଟଙ୍କା ପକାଇ କିମ୍ବା ଅନ୍ୟମନସ୍କ କରାଇ ଟଙ୍କା ବ୍ୟାଗକୁ ଲୁଟ୍‌ କରିନିଅନ୍ତି। ଏପରିକି ଛୁରି, ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ବ୍ୟବହାର କରି ଚୋରି, ଛିନ୍‌ତାଇ, ଲୁଟ୍‌ପାଟ କରନ୍ତି। ଲୁଟ୍‌ ପରେ ସେମାନେ ବାହାର ରାଜ୍ୟକୁ ଯାଇ ଉକ୍ତ ଚୋରା ସାମଗ୍ରୀକୁ ସେଠାରେ ବିକି ପୁଣି ଓଡ଼ିଶା ଫେରିଆସନ୍ତି। ଯଥା ପଶ୍ଚିମବଙ୍ଗ, ଆସାମ, ବେଙ୍ଗାଲୁରୁ, ଚେନ୍ନାଇ ଆଦି ରାଜ୍ୟରେ ବିକ୍ରି କରୁଥିବା ଜଣାପଡିଛି। ତେବେ ଏଭଳି ଅଧିକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ବେଳେ କେତେଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଖୋଜୁଥିଲା। ୨ଦିନ ତଳେ ଉପରୋକ୍ତ ୨ଅଭିଯୁକ୍ତ ହାଇଟେକ ଛକ ନିକଟରେ ଲୁଟ୍‌ ପାଇଁ ଷଡ଼ଯନ୍ତ୍ର କରୁଥିବା ବେଳେ ପୋଲିସ ଚଢ଼ାଉ କରି ଧରିଥିଲା। ଅଭିଯୁକ୍ତଦ୍ୱୟକୁ ଥାନାକୁ ଆଣି ପଚରାଉଚରା ବେଳେ ଆନ୍ତଃରାଜ୍ୟ ର଼୍ୟାକେଟ ଚଲାଇବା ସହ ତାଙ୍କ ହ୍ବାଟସଆପକୁ ବାହାର ରାଜ୍ୟର ଲୋକଙ୍କ ମେସେଜ ଆସୁଥିଲା। କେଉଁ ପ୍ରକାର ଦାମୀ ମୋବାଇଲ ଅଛି ଏବଂ ତାହା କେତେ ଟଙ୍କାରେ ବିକ୍ରି କରିବ ଡିମାଣ୍ଡ କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ଏହି ୨ ଅଭିଯୁକ୍ତଙ୍କ ନାମରେ କଟକ-ଭୁବନେଶ୍ୱରର ବିଭିନ୍ନ ଥାନାରେ ୮ ମାମଲା ରହିଛି। ସେହିପରି ୨୦୨୧ରେ ମଧ୍ୟ କମିଶନରେଟ ପୋଲିସ ଏରାଗୁଲା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର-ହତ୍ୟା ମାମଲାରେ ତିନି ନାବାଳକ ଗିରଫ

ଦିସପୁର,୪।୮: ଆସାମର ହାଇଲାକାଣ୍ଡି ଜିଲାରେ ଜଣେ ୧୫ ବର୍ଷୀୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଅପରାଧରେ ତିନି ଜଣ ଅଭିଯୁକ୍ତଙ୍କୁ ଅଭିଯୁକ୍ତ କରାଯାଇଛି, ସେମାନଙ୍କ…

କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ…

ତାମିଲନାଡୁରେ ବଡ଼ ରାଜନୈତିକ ହଲଚଲ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ, ତ୍ରିଶାଙ୍କୁ ନେଇ କହିଥିଲେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁ ରାଜନୀତିରେ ମଙ୍ଗଳବାର ସକାଳେ ହଠାତ୍‌ ବଡ଼ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ…

ବରଗଡରେ ଚାଞ୍ଚଲ୍ୟ: ନିରାମୟରେ ଦିଆଯାଉଛି ଏକ୍ସପାୟାରୀ ମେଡିସିନ୍‌, ଜଣେ ଆହତ ବାଳକଙ୍କୁ…

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ନିରାମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଏକ୍ସପାୟାରୀ ମେଡିସିନ୍‌ ଦିଆଯାଇଥିବା ଅଭିଯୋଗ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ସୁପ୍ରିମକୋର୍ଟଙ୍କ ଜୋରଦାର ଝଟ୍‌କା! ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ଏମ. କେ. ଷ୍ଟାଲିନ ସରକାରଙ୍କ ପରେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଜୋସେଫ ସରକାର ମଧ୍ୟ ରାଜ୍ୟର ଥିରୁପରନକୁନ୍ଦ୍ରମ ପାହାଡ଼ରେ ପବିତ୍ର ଦୀପ ପ୍ରଜ୍ୱଳନ ବିରୋଧରେ…

ଖର୍ଚ୍ଚ ବଢୁଛି, ଲାଭ ପାଉନାହାନ୍ତି ଚାଷୀ: ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ

ପଦ୍ମପୁର, ୪ା୮(ପ୍ରଦୀପ୍ତ ଦାଶ):କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଅଞ୍ଚଳର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri