ଲୁଟ୍‌ କରି ଅନ୍ୟ ରାଜ୍ୟକୁ ପଳାଉଥିଲେ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବିଭିନ୍ନ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଓ ଚଢ଼ାଉ କରି ଅନେକ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିବାରେ ସଫଳ ହୋଇଛି। ନିକଟରେ ଡକାୟତି କରୁଥିବା ବାଓ୍ବରିଆ ଗ୍ୟାଙ୍ଗର କେତେଜଣ ସଦସ୍ୟକୁ ପୋଲିସ ଧରିଥିବା ବେଳେ ସୋମବାର ପୁଣି ଏକ ଲୁଟେରା ଗ୍ୟାଙ୍ଗ ଏରାଗୁଲାର ୨ସଦସ୍ୟଙ୍କୁ ହାଇଟେକ୍‌ ଛକରୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ଠେଙ୍ଗାପାଲି ଗ୍ରାମର ଏମ୍‌. ଚକ୍ରବର୍ତ୍ତୀ ଓ ଏ. ନବୀନ। ସେମାନଙ୍କଠାରୁ ୮ଟି ମୋବାଇଲ ଫୋନ, ଚୋରା ବାଇକ୍‌ ଏବଂ ନଗଦ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି। ଯାଞ୍ଚବେଳେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଚୋରା ବାଇକ୍‌ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୁଟ୍‌, ଛିନ୍‌ତାଇ କରିବା ପରେ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଉଥିବା ଜଣାପଡ଼ିଥିଲା। ଅଭିଯୁକ୍ତଦ୍ୱୟଙ୍କ ଆନ୍ତଃରାଜ୍ୟ ଲିଙ୍କ୍‌ ଥିବାବେଳେ ଗଞ୍ଜାମ ଓ ଯାଜପୁରରେ ରହି ଅପରାଧର କାର୍ଯ୍ୟକଳାପ ଅପରେଟ କରିଥାନ୍ତି। ତେଣୁ ଏହି ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଖୁବ୍‌ଶୀଘ୍ର ଧରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ବିଶେଷକରି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଓ ଡିପୋଜିଟ କରିବାକୁ ଯାଉଥିବା ଗ୍ରାହକଙ୍କୁ ଟାର୍ଗେଟ କରିଥାନ୍ତି। ପରେ ଏମାନଙ୍କ ଭିତରୁ ଜଣେ ଦୁଇଜଣ ବ୍ୟାଙ୍କ ଭିତରେ ରହି ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖି ବାହାରେ ଥିବା ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖବର ଜଣାନ୍ତି। ଫଳରେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ପିଛା କରିବା ସହ ରାସ୍ତାରେ ଟଙ୍କା ପକାଇ କିମ୍ବା ଅନ୍ୟମନସ୍କ କରାଇ ଟଙ୍କା ବ୍ୟାଗକୁ ଲୁଟ୍‌ କରିନିଅନ୍ତି। ଏପରିକି ଛୁରି, ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ବ୍ୟବହାର କରି ଚୋରି, ଛିନ୍‌ତାଇ, ଲୁଟ୍‌ପାଟ କରନ୍ତି। ଲୁଟ୍‌ ପରେ ସେମାନେ ବାହାର ରାଜ୍ୟକୁ ଯାଇ ଉକ୍ତ ଚୋରା ସାମଗ୍ରୀକୁ ସେଠାରେ ବିକି ପୁଣି ଓଡ଼ିଶା ଫେରିଆସନ୍ତି। ଯଥା ପଶ୍ଚିମବଙ୍ଗ, ଆସାମ, ବେଙ୍ଗାଲୁରୁ, ଚେନ୍ନାଇ ଆଦି ରାଜ୍ୟରେ ବିକ୍ରି କରୁଥିବା ଜଣାପଡିଛି। ତେବେ ଏଭଳି ଅଧିକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ବେଳେ କେତେଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଖୋଜୁଥିଲା। ୨ଦିନ ତଳେ ଉପରୋକ୍ତ ୨ଅଭିଯୁକ୍ତ ହାଇଟେକ ଛକ ନିକଟରେ ଲୁଟ୍‌ ପାଇଁ ଷଡ଼ଯନ୍ତ୍ର କରୁଥିବା ବେଳେ ପୋଲିସ ଚଢ଼ାଉ କରି ଧରିଥିଲା। ଅଭିଯୁକ୍ତଦ୍ୱୟକୁ ଥାନାକୁ ଆଣି ପଚରାଉଚରା ବେଳେ ଆନ୍ତଃରାଜ୍ୟ ର଼୍ୟାକେଟ ଚଲାଇବା ସହ ତାଙ୍କ ହ୍ବାଟସଆପକୁ ବାହାର ରାଜ୍ୟର ଲୋକଙ୍କ ମେସେଜ ଆସୁଥିଲା। କେଉଁ ପ୍ରକାର ଦାମୀ ମୋବାଇଲ ଅଛି ଏବଂ ତାହା କେତେ ଟଙ୍କାରେ ବିକ୍ରି କରିବ ଡିମାଣ୍ଡ କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ଏହି ୨ ଅଭିଯୁକ୍ତଙ୍କ ନାମରେ କଟକ-ଭୁବନେଶ୍ୱରର ବିଭିନ୍ନ ଥାନାରେ ୮ ମାମଲା ରହିଛି। ସେହିପରି ୨୦୨୧ରେ ମଧ୍ୟ କମିଶନରେଟ ପୋଲିସ ଏରାଗୁଲା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri