Posted inଫୁରସତ

ସୌନ୍ଦର୍ଯ୍ୟ ପାଇଁ ଫୁଲ ପତ୍ରକୁ ଗହଣାଭାବେ ବ୍ୟବହାର କରନ୍ତି ଏମାନେ

ଇଥିଓପିଆରେ ଅଛନ୍ତି ସୁରୀ ନାମକ ଏକ ଆଦିବାସୀ ଜନଜାତି। ଏମାନେ ବାହ୍ୟ ଜଗତଠାରୁ ଦୂରେଇ ରୁହନ୍ତି। ହେଲେ ଆଜିକାଲି ନିଜର ଜୀବନ ଜୀବିକା ପାଇଁ ସେମାନେ ପର୍ଯ୍ୟଟକଙ୍କୁ ନିଜ ନିକଟତର ହେବାକୁ ଅନୁମତି ଦେଇଛନ୍ତି। ଫଳରେ ଏହି ଜନଜାତି ସମ୍ପର୍କିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏହି ଜନଜାତିରେ ମହିଳାଙ୍କୁ ବହୁତ ସ୍ବାଧୀନତା ଦିଆଯାଇଥାଏ। ଏମାନେ ନିଜ ଜୀବନସାଥୀ ନିଜେ ବାଛିପାରିବାର ସ୍ବାଧିନତା ଅଛି। ତାସହ ନିଜ ଇଚ୍ଛା ମୁତାବକ ସମ୍ପର୍କ ଭାଙ୍ଗି ମଧ୍ୟ ପାରିବେ। ଏହି ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଫୁଲ ପତ୍ରକୁ ଗହଣାଭାବେ ବ୍ୟବହାର କରନ୍ତି। ତା’ସହ ଚେହେରାରେ ଧଳା, ହଳଦିଆ, ନାରଙ୍ଗି ପେଣ୍ଟ ଲଗାଇ ତା’ଉପରେ ବିନ୍ଦି ଭଳି ଛୋଟ ଛୋଟ ଗୋଲାକାର ଫେସ୍‌ପେଣ୍ଟିଂ କରନ୍ତି। ସୁରୀ ମହିଳାମାନେ ଫୁଲ ଓ ପତ୍ର ଦ୍ୱାରା ସଜାଇ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥାଆନ୍ତି। ଏହାଦ୍ୱାରା ସେମାନେ ବହୁତ ସୁନ୍ଦର ଦେଖାଯାଇଥା’ନ୍ତି। ଆଉ ଏକ କଥା ଏହି ଜନଜାତିରେ ଚଉଡା ଓଠ ଥିବା ମହିଳାଙ୍କୁ ଅଧିକ ସୁନ୍ଦର ବୋଲି ଧରାଯାଏ। ତେଣୁ ଝିଅ ଟିକେ ବଡ଼ ହେବାମାତ୍ରେ ଝିଅଙ୍କର ତଳ ଦାନ୍ତରୁ ଦୁଇଟି ଭାଙ୍ଗି ଦିଆଯାଏ। ଆଉ ତଳ ଓଠକୁ କାଟି ତା’ ମଧ୍ୟରେ ମାଟି କିମ୍ବା କାଠର ଗୋଲାକାର ଡିସ୍କ ବା ପ୍ଲେଟ୍‌ ରଖି ଦିଆଯାଏ। ମାଟି ପ୍ଲେଟ୍‌ ଯେତେ ବଡ଼ ସେ ଝିଅ ସେତେ ସୁନ୍ଦର ଧରାଯାଏ। ଓଠ ପ୍ଲେଟ୍‌ର ସାଇଜ୍‌ ଅନୁସାରେ ଝିଅବାପା ପୁଅ ଘରକୁ ଯୌତୁକ ମାଗିଥା’ନ୍ତି। ଛୋଟ ପ୍ଲେଟ୍‌ ହୋଇଥିଲେ ଝିଅବାପା ୪୦ଟି ଗାଈ ମାଗନ୍ତି ଓ ଓଠର ପ୍ଲେଟ୍‌ ବଡ଼ ହୋଇଥିଲେ ୬୦ଟି ଗାଈ ମାଗନ୍ତି। ଏହା ଅଜବ ଲାଗିଲେ ବି କାଳ କାଳ ଧରି ଏହି ପ୍ରଥା ଏଠାରେ ଚାଲିଆସିଛି। ସୁରୀ ଜନଜାତିର ଲୋକେ ପ୍ରାଣୀ ଚରାଇବା କାମ କରନ୍ତି। ଏମାନେ ସୁରମା ନାମରେ ବି ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri