କୋଳାଗ୍ରତ କଲେ, କାର୍‌ରେ ଏକାଠି ଗଲେ: ମାତ୍ର ୪ ଘଣ୍ଟାରେ ମୋଦି-ପୁଟିନ୍‌ କଲେ…

ବେଜିଂ,୧।୯:ଚାଇନାର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚମତ୍କାର ବନ୍ଧୁତା ଦେଖିବାକୁ ମିଳିଥିଲା। ଉଭୟ ନେତା ଖୁସିର ସହ ଭେଟିଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରିଥିଲେ। ପରେ ସେମାନେ ଚାଇନାରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଯିବା ପୂର୍ବରୁ ଗୋଟିଏ କାରରେ ଏକାଠି ଯାତ୍ରା କରିଥିଲେ, ଯାହା ବିଶ୍ୱରେ ଖବର ପାଲଟିଛି।

ଯେଉଁ ବ୍ୟକ୍ତି(ରୁଷିଆା ରାଷ୍ଟ୍ରପତି)ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଠ ମାସ ଧରି ଭେଟିବାକୁ ଇଚ୍ଛା କରୁଥିଲେ, ପ୍ରଧାନମନ୍ତ୍ରୀ ମୋଦି ସେହି ବ୍ୟକ୍ତିଙ୍କୁ ଗତ ଚାରି ଘଣ୍ଟା ମଧ୍ୟରେ ମୋଟ ଆଠ ଥର ଭେଟିଛନ୍ତି। ଏଥିରୁ ଅନୁମାନ କରାଯାଇପାରେ ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ କେତେ ମଜଭୁତ। ଚାଇନାରେ ମୋଦି ଏବଂ ପୁଟିନଙ୍କ ସାକ୍ଷାତ ଆମେରିକା ଏବଂ ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଛି।

ଏହାସହିତ, ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ମଧ୍ୟ ବହୁତ ଉନ୍ନତି ଦେଖାଯାଇଛ। ଭାରତ ସହିତ ସମ୍ପର୍କକୁ ମଜଭୁତ କରିବାକୁ ରାଷ୍ଟ୍ରପତି ପୁଟିନ ଲଗାତାର ଚାଇନାକୁ କହୁଛନ୍ତି। ଏହି ବୈଠକରେ ଯୋଗ ଦେବା ପୂର୍ବରୁ, ପୁଟିନ, ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗ, ତିନି ନେତା ଏକାଠି ସାକ୍ଷାତ କରିଥିଲେ। ତିନି ନେତା ପ୍ରାୟ ୨ ମିନିଟ ପାଇଁ କଥାବାର୍ତ୍ତା କରିଥିଲେ। ଏହି ସମୟରେ, ତିନି ନେତା ବହୁତ ଖୁସି ଦେଖାଯାଉଥିଲେ।

ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କ ସହ କିଛି ଫଟୋ ଶେୟାର କରିଛନ୍ତି, ଯାହା ମଧ୍ୟରୁ ଗୋଟିଏରେ ଉଭୟ ନେତା କଥାବାର୍ତ୍ତା କରୁଥିବା ଏବଂ ଅନ୍ୟଟିରେ ଆଲିଙ୍ଗନ କରୁଥିବାର ଦେଖାଯାଉଛି। ଫଟୋ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବା ସର୍ବଦା ଖୁସିର କଥା। କିଛି ଘଣ୍ଟା ପରେ, ସେ ଏକ କାରର ପଛ ସିଟରେ ବସିଥିବା ଦୁଇ ନେତାଙ୍କ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି, SCO ସମ୍ମିଳନୀ ସ୍ଥାନରେ ସାକ୍ଷାତ ପରେ, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଏକାଠି ଆମର ଦ୍ୱିପାକ୍ଷିକ ବୈଠକ ସ୍ଥାନକୁ ଗଲୁ। ତାଙ୍କ ସହ ଆଲୋଚନା ସର୍ବଦା ଜ୍ଞାନଦାୟକ।
ଦୁଇ ନେତାଙ୍କ ମଧ୍ୟରେ ଏହି ସୁଖଦ ସାକ୍ଷାତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି, ଯାହାର ଅଧା ରୁଷିଆ ସହିତ ବ୍ୟବସାୟ କରିବା ପାଇଁ ଦଣ୍ଡ ସୱରୂପ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?