ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ନଳିନୀକାନ୍ତ ଜେନା। ସେ ନକଲି ଫୋନ ପେ ଦ୍ୱାରା ଠକିବା ସହ ବ୍ୟବସାୟୀଙ୍କୁ ଠକିବା ପାଇଁ ନକଲି ଚେକ୍‌ ମଧ୍ୟ ବ୍ୟବହାର କରୁଥିଲେ। ଛତ୍ରପୁର ଥାନା ପରିସରରେ ଫୋନ ପେ ଦ୍ୱାରା କିପରି ଠକେଇ କରୁଛନ୍ତି ସେ ନେଇ ସେ ଡେମୋ ଦେଖାଇଥିଲେ।
ଖବରରୁ ଜଣାପଡିଛି, ଗଞ୍ଜାମ ଜିଲା ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ମା’ ସନ୍ତୋଷୀ ଟ୍ରେଡ଼ର୍ସ ନାମକ ଏକ ଲୁହା ଦୋକାନ ରହିଛି। ଗତ ଡିସେମ୍ବର ୧୪ରେ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲ ପରିସରରେ କାମ ହେଉଥିବା କହି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ପାଣ୍ଡିଆଝୁଲି ଗ୍ରାମର ନଳିନୀକାନ୍ତ ମା’ ସନ୍ତୋଷୀ ଟ୍ରେଡ଼ର୍ସରୁ ୯୧ ହଜାର ୩୦୦ ଟଙ୍କାର ଲୁହା ସାମଗ୍ରୀ କିଣିଥିଲେ।ଏହି ସାମଗ୍ରୀ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲକୁ ଏକ ଗାଡି ଯୋଗେ ନେଇଥିଲେ। ମା’ ସନ୍ତୋଷୀ ଟ୍ରେଡ଼ର୍ସ ମାଲିକଙ୍କୁ ଫୋନ ପେ ଯୋଗେ ୯୧ ହଜାର ୩୦୦ ଟଙ୍କା ପୈଠ କରିଥିବା ଅଭିଯୁକ୍ତ ନଳିନୀକାନ୍ତ କହିବା ସହ ସ୍କ୍ରିନଶଟ୍‌ ମଧ୍ୟ ପଠାଇଥିଲେ। ମାତ୍ର ଏହା ସମ୍ପୃକ୍ତ ବ୍ୟବସାୟୀଙ୍କ ଆକାଉଣ୍ଟରେ ଜମା ହୋଇ ନ ଥିଲା। ପରେ ନଳିନୀକାନ୍ତ ତାଙ୍କୁ ସରଭର ଡାଉନ ଥିବା କହିବା ସହ ତାଙ୍କୁ ଆର୍ମି ପବ୍ଲିକ ସ୍କୁଲର ଏକ ଚେକ୍‌ ୪ ଲକ୍ଷ ୩୫ ହଜାର ଟଙ୍କାର ଦେଇ ପୁଣି ସାମଗ୍ରୀ ଦେବାକୁ କହିଥିଲେ। ଦୁଇ ଦିନ ପରେ ମଧ୍ୟ ଟ୍ରେଡ଼ର୍ସ ମାଲିକଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ସେ ବାଧ୍ୟ ହୋଇ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ନଂ. ୭୭୩/୨୫ରେ ଏକ ମାମଲା ରୁଜୁକରି ପୋଲିସ ଏହାର ତଦନ୍ତ କରି ନଳିନୀକାନ୍ତଙ୍କୁ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକ ନିକଟରୁ ଗିରଫ କରିଥିଲା। ପଚରାଉଚରା ପରେ ଅଭିଯୁକ୍ତ ନକଲି ଫୋନ ପେ ମାଧ୍ୟମରେ ଟଙ୍କା ହେର ଫେର କରୁଥିବା ମାନିଥିଲେ। ଏଥିପାଇଁ ସେ ବିଭିନ୍ନ ନକଲି ଆପ୍ଲିକେଶନର ବ୍ୟବହାର କରୁଛନ୍ତି। ଏପରିକି ସେ ଦେଇଥିବା ଚେକ୍‌ ମଧ୍ୟ ନକଲି ଥିବା ପଚରାଉଚରା ବେଳେ କହିଛନ୍ତି। ତାଙ୍କଠାରୁ ପୋଲିସ ୩ଟି ନକଲି ଚେକ୍‌ ମଧ୍ୟ ଜବତ କରିଛି। ଠକେଇ ସାମଗ୍ରୀଗୁଡିକ ହିଞ୍ଜିଳିକାଟୁ ଅଞ୍ଚଳରେ ବିକ୍ରି କରାଯାଇଥିବା ପୋଲିସ ଜାଣିବା ପରେ ଏହାର ଅଧିକ ତଦନ୍ତ ଜାରି ରଖିଛି l ନଳିନୀକାନ୍ତ ଏଭଳି ବହୁ ସ୍ଥାନରେ ଠକେଇ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri