ନଦୀରେ ଚୁଆ ଖୋଳି ପିଉଛନ୍ତି ପାଣି

ଖଡ଼ିଆଳ,୧୯।୬(ସୁଜିତ୍‌ ପ୍ରଧାନ): ଗତ କିଛିଦିନ ହେବ ଓଡ଼ିଶା ହଟ୍‌ସ୍ପଟ୍‌ ପାଲଟିଛି। ପାରଦ ଉପରମୁହଁା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା ପରେ ଖରା ନ ଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବିଦ୍ୟୁତ୍‌ କାଟ ପାଇଁ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଅନେକ ଗ୍ରାମରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ସରକାର ମେଗା ଯୋଜନାରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ଜଳ ଯୋଗାଣ କରିସାରିଛନ୍ତି। ହେଲେ ଏହି ମେଗା ଯୋଜନାରେ ଜଳ ଯୋଗାଣ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବଡ଼ମୁଲା ଗ୍ରାମରେ ଫେଲ ମାରିଛି।
ସୂଚନା ମତେ ଖଡ଼ିଆଳ ବ୍ଲକ ବଡ଼ମୁଲା ଗ୍ରାମରେ ୨୦୦୦ରୁ ଅଧିକ ଲୋକ ବାସ କରନ୍ତି। ୨୦୨୧ରେ ଉକ୍ତ ଗ୍ରାମରେ ମେଗା ଯୋଜନାରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଥିଲା। ହେଲେ ପାଣି କେଉଁ ଦିନ ଆସୁଥିଲା ତ କେଉଁ ଦିନ ଆସୁ ନ ଥିଲା। ଗତ ଏକ ମାସ ହେଲା ପାଣି ସମ୍ପୂର୍ଣ୍ଣ ଭାବେ ଆସୁ ନ ଥିବା ଗ୍ରାମର ଧନଞ୍ଜୟ ଚୌହାନ ଅଭିଯୋଗ କରିଛନ୍ତି। ଏକ ମାସରେ କେବଳ ଥରେ ପାଣି ଦିଆଯାଇଛି ବୋଲି ସେ କହିଛନ୍ତି। ପାଣି ସମସ୍ୟା ଉତ୍କଟ ହେଉଥିବାରୁ ମହିଳାମାନେ ଅତ୍ୟଧିକ ଗରମରେ ଏକ କିଲୋମିଟର ଦୂର ନଦୀକୁ ଯାଇ ଚୁଆ ଖୋଳି ପାଣି ଆଣୁଛନ୍ତି। ଗ୍ରାମରେ ୬ଟି ନଳକୂପ ରହିଛି। ହେଲେ ନଳକୂପଗୁଡ଼ିକରୁ ମଧ୍ୟ ଠିକରେ ପାଣି ବାହାରୁ ନ ଥିବା ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି। ଏ ବିଷୟରେ ଖଡ଼ିଆଳ ବିଡିଓ ବିରସେନ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ପାଣି ସମସ୍ୟା ରହିଛି। ପାଣି ଯୋଗାଣରେ କାଁ ଭାଁ ଟିକିଏ ଅସୁବିଧା ହେଉ ଥେଇପାରେ, ଆମେ ସମାଧାନ କରିଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତିଖାଲି ବାମ ମୁଖ୍ୟ କେନାଲରେ ପାଣି ଆସୁଥିଲା। ଚଳିତବର୍ଷ କେନାଲ ମରାମତି କରାଯାଉଥିବାରୁ କେନାଲରେ ପାଣି ଛଡା ଯାଉନାହିଁ। ଫଳରେ ଜଳସ୍ଥର ତଳାଭିମୁଖୀ ହୋଇଛି। ଆମେ ଅତିଶୀଘ୍ର ପାଣି ସମସ୍ୟା ସମାଧାନ କରିଦେବୁ ବୋଲି କହିଥିଲେ। ପିଏଚର କନିଷ୍ଠ ଯନ୍ତ୍ରୀ ଦେବୀପ୍ରସାଦ ତାଣ୍ଡିଙ୍କୁ ଯୋଗାଯୋଗ କରାଯିବାରୁ ବଡ଼ମୁଲା ଗ୍ରାମର ପାଣି ଯୋଗାଣ ପାଇଁ ଖୋଳାଯାଇଥିବା ବୋରାୱେଲରେ ପାଣି ନିମ୍ନଗାମୀ ହୋଇଛି। ଫଳରେ ପାଣି ସମସ୍ୟା ଦେଖାଦେଇଛି ବୋଲି ସେ କହିଥିଲେ। ବିଡିଓଙ୍କ ସହିତ କଥା ହୋଇ ଅତିଶୀଘ୍ର ଟେଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri