ସେପ୍ଟେମ୍ବର ପହିଲାରୁ ଝଟ୍‌କା! ଲାଗୁ ହେବ ନୂଆ ନିୟମ, ପକେଟ ହେବ ଖାଲି…

ନୂଆଦିଲ୍ଲୀ,୨୭।୮: ୨୦୨୫ ସେପ୍ଟେମ୍ବର ପହିଲାରୁ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହା ମଧ୍ୟରେ ରୂପାରେ ହଲମାର୍କିଂ, SBI କାର୍ଡ ଉପରେ ବଢ଼ିଥିବା ଚାର୍ଜ, LPG ସିଲିଣ୍ଡରର ନୂଆ ଦର, ATMରୁ ଟଙ୍କା ଉଠାଣ ନିୟମ ଏବଂ ଫିକ୍ସଡ଼ ଡିପୋଜିଟ (FD) ସୁଧ ହାରରେ ସମ୍ଭାବ୍ୟ ପରିବର୍ତ୍ତନ ସାମିଲ ରହିଛି। ଆସନ୍ତୁ ଏହାକୁ ବିସ୍ତାରରେ ଜାଣିବା…

୧. ରୂପାରେ ହଲମାର୍କିଂ ଏବେ ବାଧ୍ୟତାମୂଳକ
ସରକାର ଏବେ ରୂପା ପାଇଁ ମଧ୍ୟ ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି, ଯେପରି ସୁନା ପାଇଁ ପୂର୍ବରୁ ଲାଗୁ ହୋଇଛି। ଏହା ଦ୍ୱାରା ଶୁଦ୍ଧତା ଓ ଦାମରେ ପାରଦର୍ଶିତା ବଢ଼ିବ, କିନ୍ତୁ ଏହା ରୂପାର ଦାମ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

୨. SBI କାର୍ଡଧାରୀଙ୍କ ପାଇଁ ନୂଆ ନିୟମ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) କାର୍ଡଧାରୀଙ୍କ ପାଇଁ ୧ ସେପ୍ଟେମ୍ବରରୁ ନୂଆ ନିୟମ ଲାଗୁ ହେବ। ଅଟୋ-ଡେବିଟ ଫେଲ ହେଲେ ଏବେ ୨% ଜୋରିମାନା ଲାଗିବ। ଅନ୍ତର୍ଜାତୀୟ ଲେଣଦେଣ, ଇନ୍ଧନ କ୍ରୟ ଏବଂ ଅନଲାଇନ ସପିଂ ଉପରେ ମଧ୍ୟ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିପାରେ। ଏହା ସହିତ ରିୱାର୍ଡ ପଏଣ୍ଟଗୁଡ଼ିକର ମୂଲ୍ୟ ମଧ୍ୟ କମିପାରେ।

୩. LPG ସିଲିଣ୍ଡରର ନୂଆ ଦର
ପ୍ରତି ମାସର ପ୍ରଥମ ତାରିଖରେ ଘରୋଇ LPG ସିଲିଣ୍ଡରର ନୂଆ ଦର ନିିର୍ଦ୍ଧାରଣ ହୋଇଥାଏ। ଏଥର ମଧ୍ୟ ୧ ସେପ୍ଟେମ୍ବରରେ ଦାମ ବଦଳିବ। ଯଦି ଦାମ ବଢ଼େ, ତେବେ ରୋଷେଇ ଖର୍ଚ୍ଚ ବଢ଼ିବ, ଆଉ ଯଦି କମେ, ତେବେ ପରିବାରଗୁଡ଼ିକୁ କିଛି ଆରାମ ମିଳିବ।

୪. ATM ଉଠାଣ ଉପରେ ବଢ଼ିବ ଚାର୍ଜ
ଅନେକ ବ୍ୟାଙ୍କ ATMରୁ ମାଗଣା ଉଠାଣର ସୀମା ପରେ ଅଧିକ ଟଙ୍କା ଉଠାଇବା ପାଇଁ ଅତିରିକ୍ତ ଚାର୍ଜ ବଢ଼ାଇବାକୁ ଯାଉଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି ଯେ, ଏବେ ଡିଜିଟାଲ ପେମେଣ୍ଟର ବ୍ୟବହାର ବଢ଼ାଇଲେ ଅତିରିକ୍ତ ଖର୍ଚ୍ଚରୁ ବର୍ତ୍ତିପାରିବେ।

୫. FD ସୁଧ ହାରରେ ପରିବର୍ତ୍ତନ
ସେପ୍ଟେମ୍ବର ମାସରେ ଅନେକ ବ୍ୟାଙ୍କ ସେମାନଙ୍କ ଫିକ୍ସଡ଼ ଡିପୋଜିଟ ସୁଧ ହାରର ସମୀକ୍ଷା କରୁଛନ୍ତି। ବର୍ତ୍ତମାନ ୬.୫%ରୁ ୭.୫% ପର୍ଯ୍ୟନ୍ତ ସୁଧ ମିଳୁଛି, କିନ୍ତୁ ଅନୁମାନ କରାଯାଉଛି ଯେ ସୁଧ ହାର କମିପାରେ। ନିବେଶକମାନେ ଚାହିଁଲେ ଶୀଘ୍ର FDରେ ଟଙ୍କା ଜମା କରି ବର୍ତ୍ତମାନର ହାରକୁ ସୁରକ୍ଷିତ କରିପାରନ୍ତି।

ଏହି ନୂଆ ନିୟମଗୁଡ଼ିକ ଆପଣଙ୍କ ଦୈନନ୍ଦିନ ଖର୍ଚ୍ଚ ଓ ଆର୍ଥିକ ଯୋଜନା ଉପରେ ପ୍ରଭାବ ପକାଇବ। ତେଣୁ ଏହାକୁ ଧ୍ୟାନରେ ରଖି ଆଗୁଆ ଯୋଜନା କରିବା ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri