Posted inଜାତୀୟ

ଆଜିକାଲି ମୋତେ ସାହାଯ୍ୟ କରିବାକୁ ଡର ଲାଗୁଛି: କାହିଁକି ଏମିତି କହିଲେ ଏମ୍‌ପି

ଲକ୍ଷ୍ନୌ,୮।୯: ଉତ୍ତର ପ୍ରଦେଶର ଘୋସି ଲୋକ ସଭା ଆସନର ଏମ୍‌ପି ତଥା ଏସପିର ରାଷ୍ଟ୍ରୀୟ ସମ୍ପାଦକ ରାଜୀବ ରାୟ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ତାଙ୍କ ଜନ୍ମଦିନରେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଫୋନ ଆସିବା ଏବଂ ଅନ୍ୟପଟେ, ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲକୁ ନେଇ ଆଲୋଚନା ଜୋର ଧରିଛି। ଏହି ପୋଷ୍ଟରେ ସେ କହୁଛନ୍ତି, ଏବେ ସେ ସାହାଯ୍ୟ କରିବାକୁ ଭୟ କରୁଛନ୍ତି। ଏବେ ପ୍ରଶ୍ନ ଉଠୁଛି, ରାଜୀବ ସାହାଯ୍ୟ କରିବାକୁ କାହିଁକି ସଂକୋଚ କରୁଛନ୍ତି।

ଏସପି ଏମ୍‌ପି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଏହା ସହିତ, ସେ ୪ଟି ସ୍କ୍ରିନସଟ ମଧ୍ୟ ଶେୟାର କରିଛନ୍ତି। ଏଥିରେ ସମ୍ପୂର୍ଣ୍ଣ ଠକେଇର ଉଲ୍ଲେଖ ଅଛି। ଏଥିରେ ସେ କହିଛନ୍ତି, ଆଜିକାଲି ଲୋକଙ୍କୁ ସାହାଯ୍ୟ କରିବାକୁ ଭୟ ଲାଗୁଛି।

ଏମ୍‌ପି ଲେଖିଛନ୍ତି, କେହି ଜଣେ ମୋତେ ଫୋନ କରି ମେସେଜ କରୁଛନ୍ତି ଯେ, ମୁଁ ଆପଣଙ୍କ ଅଞ୍ଚଳର। ମୋ ଝିଅ ମୁମ୍ବାଇରେ କ୍ୟାନସର ରୋଗରେ ମୃତ୍ୟୁବରଣ କରିଛି। ସମସ୍ତ ଟଙ୍କା ସରିଯାଇଛି, ଦୟାକରି ମୋତେ ସାହାଯ୍ୟ କରନ୍ତୁ ଯାହା ଦ୍ୱାରା ମୁଁ ମୃତଦେହ ଘୋସି ପାଖକୁ ଆଣିପାରିବି।

ସେ ଆହୁରି ଲେଖିଛନ୍ତି,ଏହା ଶୁଣି ମୁଁ ଭାବପ୍ରବଣ ହୋଇ ଆମର ସ୍ଥାନୀୟ ନେତା ଆବୁ ଆଜମି ସାହେବଙ୍କୁ ଫୋନ କଲି ଏବଂ ତାଙ୍କୁ ତାଙ୍କର ନମ୍ବର ଦେଲି ଏବଂ ତାଙ୍କ ସହିତ କଥା ହୋଇ ସାହାଯ୍ୟ କରିବାକୁ ଅନୁରୋଧ କଲି। କଥା ହେବା ପରେ ଆବୁ ଆଜମି ସାହେବ ମୋତେ ଫୋନ କଲେ ଏବଂ କହିଲେ ଯେ ସେ କେବଳ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହୁଛନ୍ତି।

ସେ ଆହୁରି ଲେଖିଛନ୍ତି, ତା’ପରେ ମୁଁ ତାଙ୍କୁ ଅପେକ୍ଷା କରିବାକୁ କହିଲି ଏବଂ ତାଙ୍କଠାରୁ ବିବରଣୀ ମାଗିଲି। ତା’ପରେ ସେ ଅନିଚ୍ଛା ପ୍ରକାଶ କରି ମୋ ବିରୋଧରେ ଅଭିଯୋଗ ଆଣିବା ଆରମ୍ଭ କଲେ। ସନ୍ଦେହ ହେବାରୁ, ମୁଁ ଜଣେ ପୋଲିସ ଅଧିକାରୀ ବନ୍ଧୁଙ୍କ ସାହାଯ୍ୟରେ ବିବରଣୀ ଜାଣିଲି। ଜଣାପଡିଲା ଯେ, ସେ ଆସାମରୁ ଠକେଇ କରୁଛନ୍ତି। ଏବେ ଗିରଫ ଧମକ ପରେ ସେ କ୍ଷମା ମାଗୁଛନ୍ତି। ଆଜିକାଲି ସାହାର୍ଯ୍ୟ କରିବାକୁ ଭୟ ଲାଗୁଛି। ତେଣୁ ପୁଣିଥରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ବ୍ୟକ୍ତିଗତ ସମ୍ପର୍କ ବିନା ସାହାଯ୍ୟ ମାଗୁଥିବା ବ୍ୟକ୍ତି ପାଇଁ ମୋତେ ଟ୍ୟାଗ କରନ୍ତୁ ନାହିଁ।

ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟଙ୍କୁ ଅଖିଳେଶ ଯାଦବଙ୍କ ଅତି ନିକଟତମ ଲୋକଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ୨୦୧୨ରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ, ରାଜୀବଙ୍କୁ ଘୋସିରୁ ସେମାନଙ୍କର ପ୍ରାର୍ଥୀ କରାଯାଇଥିଲା। ମୋଦି ଲହରରେ ରାଜୀବଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। କିନ୍ତୁ ୨୦୨୪ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ରାଜୀବ ଅରବିନ୍ଦ ରାଜଭରଙ୍କୁ ୧ ଲକ୍ଷ ୬୨ ହଜାର ୯୪୩ ଭୋଟରେ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?