Posted inଜାତୀୟ

ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ, ଏମିତି ହୋଇଥିଲେ…

ନୂଆଦିଲ୍ଲୀ,୫।୧୦: ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ ଚମକାଇ ଦେଇଛି। ଏଥିରେ ଶାସକ ଭାଜପା କ୍ଷତିରେ ପଡୁଥିବାର ଦେଖାଯାଉଛି। ଏକଜିଟ ପୋଲ ମୁତାବକ ୧୦ ବର୍ଷ ହେଲା ସରକାର ଚଳାଇ ଆସୁଥିବା ଭାଜପାକୁ ବଡ଼ ଝଟ୍‌କା ଲାଗିପାରେ। ଅର୍ଥାତ୍‌ ଭାଜପା କ୍ଷମତାଚ୍ୟୁତ ହୋଇପାରେ। ଅନୁମାନରୁ ସ୍ପଷ୍ଟ ଜଣାପଡୁଛି ଯେ ବିରୋଧୀ ଲହର ଶାସକ ଭାଜପା ବିରୋଧରେ ବୋହୁଛି। କିଷାନ, ଯବାନ ଓ ପେହେଲବାନ ପ୍ରସଙ୍ଗକୁ ବଡ଼ ମୁଦ୍ଦା କରି ଲୋକେ ଭୋଟ ଦେଇଛନ୍ତି। ତେବେ ହରିୟାଣାରେ ଭାଜପାର ଏପରି ଖେଳ ବିଗିଡବାର କାରଣ କ’ଣ ଆସନ୍ତୁ ଜାଣିବା…

ଭାଜପା ଯେବେ ୨୦୧୪ରେ ଜିତିକି ଆସିଲା ସେତେବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ବିରୋଧରେ ଜନମତ ପ୍ରବଳ ଥିଲା। ଠିକ୍‌ ସେହି ପରିସ୍ଥିତି ଏବେ ଭାଜପା କ୍ଷେତ୍ରରେ ଦେଖିବାକୁ ମିଳୁଛି। ୧୦ ବର୍ଷର ସରକାର ବିରୋଧୀ ଲହରର ମୁକାବିଲା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। ଏପରିକି ଶେଷ ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳାଇ ଦିଆଯାଇଥିଲା। ହେଲେ ଦଳ ପ୍ରତି ଜନତାଙ୍କ ମୁଡକୁ ବଦଳାଯାଇ ପାରିଲାନି। ଏଥିରେ ଜାଟ୍‌ମାନଙ୍କ ଅସନ୍ତୋଷ ନିଆଁରେ ଘିଅ ପରି କାମ କରିପାରେ ବୋଲି କୁହାଯାଉଛି।

ଚାଷୀ ଓ କୁସ୍ତି ଯୋଦ୍ଧାଙ୍କ ପ୍ରସଙ୍ଗକୁ ଭାଜପା ଯେଉଁ ଢଙ୍ଗରେ ନଜରଅନ୍ଦାଜ କରିଥିଲା ଏବଂ ଏମାନଙ୍କ ପ୍ରତି ଶକ୍ତ ହୋଇଥିଲା ଏଥିରେ ଲୋକଙ୍କ ରାଗ ବଢିଯାଇଥିଲା। ଖାସ କରି ଚାଷୀଙ୍କୁ ନେଇ ଯେବେ ଭାଜପା ନେତାମାନେ ଅନର୍ଗଳ ବୟାନବାଜି କଲେ ତାହା ଲୋକଙ୍କୁ ଅସନ୍ତୁଷ୍ଟ କରିଥିଲା। କୁସ୍ତିଯୋଦ୍ଧା ପ୍ରସଙ୍ଗରେ ଭାଜପା ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲାନି। ଏପରିକି ୟୁପିରେ ତାଙ୍କ ପୁଅଙ୍କୁ ନିର୍ବାନ ଲଢିବାକୁ ପାର୍ଟି ଟିକେଟ ମଧ୍ୟ ମିଳିଗଲା। ଏଥିରେ ଲୋକଙ୍କ ଅସନ୍ତୋଷ ଆହୁରି ବଢିଗଲା।

ଏଥର ନିର୍ବାଚନରେ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସିଧା ମୁକାବିଲା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଓ ମନୋହରଲାଲ ଖଟ୍ଟରଙ୍କ ମଧ୍ୟରେ ହୋଇଛି। ଏଥିରେ ହୁଡ୍ଡା ଭାଜପା ନେତାଙ୍କ ଉପରେ ଭାରି ପଡିଛନ୍ତି। କାରଣ ତାଙ୍କ ପାଖରେ ଜାଟ୍‌ ଓ ଦଳିତଙ୍କ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?